ଆଜି ଶ୍ରେୟସଙ୍କୁ ଭେଟିବେ ୱାର୍ଣ୍ଣର, ହ୍ୟାଟ୍ରିକ ବିଜୟ ଲକ୍ଷ୍ୟରେ ଦିଲ୍ଲୀ

ନୂଆଦିଲ୍ଲୀ: ତ୍ରୟୋଦଶ ସିଜିନରେ ପହଞ୍ଚିଥିବା ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ ଯେତିକି ଆଗକୁ ବଢ଼ୁଛି , ଟୁର୍ଣ୍ଣାମେଣ୍ଟର ପୂର୍ବ ଚମକ ଓ ରୋମାଞ୍ଚି ସେହି ମାତ୍ରାରେ ଫେରିବାରେ ଲାଗିଛି। ଆଜି ସନ ରାଇଜର୍ସ, ହାଇଦ୍ରାବାଦ ବନାମ ଦିଲ୍ଲୀ କ୍ୟାପିଟାଲ୍ସ ମ୍ୟାଚ୍ ଆଇପିଏଲର ଏହି ଧାରାକୁ ବଜାୟ ରଖିବା ଆଶା କରାଯାଉଛି। ଉଭୟ ଦଳ ଚଳିତ ସିଜିନରେ ସେମାନଙ୍କ ତୃତୀୟ ମ୍ୟାଚ୍ ଖେଳିବେ। ପଞ୍ଜାବ ବିପକ୍ଷ ନିଜ ପ୍ରଥମ ମ୍ୟାଚକୁ ଭାଗ୍ୟ ବଳରେ ଜିତିଥିବା ଶ୍ରେୟସ ଆୟରଙ୍କ ଦିଲ୍ଲୀ ଦୁଇଟି […]

c

c

Hemant Lenka
  • Published: Tuesday, 29 September 2020
  • Updated: 29 September 2020, 02:59 PM IST

Sports

Latest News

ନୂଆଦିଲ୍ଲୀ: ତ୍ରୟୋଦଶ ସିଜିନରେ ପହଞ୍ଚିଥିବା ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ ଯେତିକି ଆଗକୁ ବଢ଼ୁଛି , ଟୁର୍ଣ୍ଣାମେଣ୍ଟର ପୂର୍ବ ଚମକ ଓ ରୋମାଞ୍ଚି ସେହି ମାତ୍ରାରେ ଫେରିବାରେ ଲାଗିଛି। ଆଜି ସନ ରାଇଜର୍ସ, ହାଇଦ୍ରାବାଦ ବନାମ ଦିଲ୍ଲୀ କ୍ୟାପିଟାଲ୍ସ ମ୍ୟାଚ୍ ଆଇପିଏଲର ଏହି ଧାରାକୁ ବଜାୟ ରଖିବା ଆଶା କରାଯାଉଛି। ଉଭୟ ଦଳ ଚଳିତ ସିଜିନରେ ସେମାନଙ୍କ ତୃତୀୟ ମ୍ୟାଚ୍ ଖେଳିବେ।

ପଞ୍ଜାବ ବିପକ୍ଷ ନିଜ ପ୍ରଥମ ମ୍ୟାଚକୁ ଭାଗ୍ୟ ବଳରେ ଜିତିଥିବା ଶ୍ରେୟସ ଆୟରଙ୍କ ଦିଲ୍ଲୀ ଦୁଇଟି ମ୍ୟାଚରୁ ଦୁଇଟି ବିଜୟ ସହ ଏବେ ପଏଣ୍ଟ ଟେବଲର ଶୀର୍ଷରେ ଅଛି। ତେବେ ଦୁଇଟି ମ୍ୟାଚରେ ପରାଜୟ ସହ ଏଯାଏ ହାଇଦ୍ରାବାଦ୍ ଗୋଟିଏ ପଏଣ୍ଟ ନପାଇ ଟେବୁଲରେ ନିମ୍ନରେ ରହିଛି। ସବୁ ବିଭାଗର ନୈରାଶ୍ୟଜନକ ପ୍ରଦର୍ଶନ ଡେଭିଡ୍ ୱାର୍ଣ୍ଣରଙ୍କ ଦଳ ପାଇଁ ଚିନ୍ତାର କାରଣ ସାଜିଛି। ଶୀର୍ଷ କ୍ରମରେ ନିଜେ ଅଧି୍ନାୟକ ୱାର୍ଣ୍ଣର ସାମର୍ଥ୍ୟ ଅନୁଯାୟୀ ପ୍ରଦର୍ଶନ ଦେଇ ନଥିବାବେଳେ ମଧ୍ୟକ୍ରମରେ ବ୍ୟାଟିଂ ଅସ୍ଥିରତା ଲାଗି ରହିଛି। ସେହିପରି ଭୁବନେଶ୍ୱର କୁମାର ଓ ରସିଦ୍ ଖାନ୍ ଙ୍କ ଠାରୁ ଏଯାଏ ମ୍ୟାଚ୍ ବିଜୟୀ ସ୍ପେଲ୍ ଦେଖିବାକୁ ମିଳିନାହିଁ। ଏହି ସବୁ ଦୁର୍ବଳତାକୁ ମନରୁ ପୋଛି ଦେବା ପାଇଁ ଅନ୍ତତଃପକ୍ଷେ ହାଇଦ୍ରାବାଦକୁ ଆଜିର ମ୍ୟାଚ୍ ଜିତିବାକୁ ପଡ଼ିବ।

ଅନ୍ୟପକ୍ଷରେ ପ୍ରଥମ ମ୍ୟାଚକୁ ଅପ୍ରତ୍ୟାଶିତ ଜିତି ଯାଇଥିଲେ ବି କ୍ୟାପିଟାଲ୍ସର ଚୂଡ଼ାନ୍ତ ଏକାଦଶ ବେଶ୍ ସନ୍ତୁଳିତ ରହିଛି। ଶୀର୍ଷ କ୍ରମରେ ପୃଥ୍ୱୀ ଶ ବିପଜ୍ଜନକ ଲାଗୁଥିବାବେଳେ ମଧ୍ୟକ୍ରମରେ ଆୟର ଓ ପନ୍ତଙ୍କ ସ୍ଥିର ପ୍ରଦର୍ଶନ ଦଳୀୟ ସ୍କୋର କାର୍ଡକୁ ସଫଳତାର ସହ ପ୍ରଭାବିତ କରିଛି। ତେବେ ଦଳର ଶକ୍ତି ପାଲଟିଛି ବୋଲିଂ। ରବି ଅଶ୍ୱିନ ଓ ଇଶାନ୍ତ ଶର୍ମାଙ୍କ ଭଳି ଅନୁଭବୀ ଖେଳାଳିଙ୍କ ଅନୁପସ୍ଥିତି ସତ୍ତ୍ୱେ ଦକ୍ଷିଣ ଆପ୍ରିକୀୟ ଦ୍ରୁତ ବୋଲର କାଗିଶୋ ରାବଡାଙ୍କ ନେତୃତ୍ୱରେ ସାଥୀ ନୋର୍ଜେ ଏବଂ ଭେଟେରାନ୍ ଅମିତ ମିଶ୍ରଙ୍କ ସହ ବାମହାତୀ ଅକ୍ଷର ପଟେଲ୍ ଯେକୌଣସି ବ୍ୟାଟିଂ ଲାଇନ ଅପକୁ ଲଗାମ୍ ଦେବାର କ୍ଷମତା ରଖିଛନ୍ତି। କିନ୍ତୁ ଦଳ ପାଇଁ ଏବେ ମୂଲ୍ୟବାନ ସଂପତ୍ତି ସାଜିଛନ୍ତି ଅଷ୍ଟ୍ରେଲୀୟ ଅଲରାଉଣ୍ଡର ମାର୍କସ ଷ୍ଟୋଇନିସ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos