ସ୍ମିଥଙ୍କ ଅର୍ଦ୍ଧଶତକ ସତ୍ତ୍ୱେ ରାଜସ୍ଥାନ ୧୩୯ରେ ସୀମିତ

ଜୟପୁର: ଷ୍ଟିଭ୍‌ ସ୍ମିଥଙ୍କ ଲଢ଼ୁଆ ଅର୍ଦ୍ଧଶତକ ସତ୍ତ୍ୱେ ରାଜସ୍ଥାନ ରୟାଲସ ଘରୋଇ ପଡ଼ିଆରେ କୋଲକାତା ନାଇଟ୍‌ ରାଇଡର୍ସ ବିପକ୍ଷରେ ୩ ୱିକେଟ୍‌ ହରାଇ କେବଳ ୧୩୯ ରନ୍‌ କରିବାକୁ ସକ୍ଷମ ହୋଇଛି। ଫଳରେ ଦୃଢ଼ ବ୍ୟାଟିଂ ଲାଇନ୍ ଅପ୍ ପାଇଁ ବେଶ ଜଣାଶୁଣା କୋଲକାତାକୁ ମାତ୍ର ୧୪୦ ରନ୍‌ର ବିଜୟ ଲକ୍ଷ୍ୟ ମିଳିଛି। ସ୍ମିଥ ୭୩* ଓ ଜୋଶ ବଟଲର ୩୭ ରନ୍‌ର ଇନିଂସ୍‌ ଖେଳିଥିଲେ ହେଁ ଅନ୍ୟ କୌଣସି ବ୍ୟାଟସ୍‌ମ୍ୟାନ୍‌ ଆଖିଦୃଶିଆ ପ୍ରଦର୍ଶନ କରିପାରି ନଥିଲେ। […]

ii

ii

Hemant Lenka
  • Published: Sunday, 07 April 2019
  • Updated: 07 April 2019, 09:49 PM IST

Sports

Latest News

ଜୟପୁର: ଷ୍ଟିଭ୍‌ ସ୍ମିଥଙ୍କ ଲଢ଼ୁଆ ଅର୍ଦ୍ଧଶତକ ସତ୍ତ୍ୱେ ରାଜସ୍ଥାନ ରୟାଲସ ଘରୋଇ ପଡ଼ିଆରେ କୋଲକାତା ନାଇଟ୍‌ ରାଇଡର୍ସ ବିପକ୍ଷରେ ୩ ୱିକେଟ୍‌ ହରାଇ କେବଳ ୧୩୯ ରନ୍‌ କରିବାକୁ ସକ୍ଷମ ହୋଇଛି।

ଫଳରେ ଦୃଢ଼ ବ୍ୟାଟିଂ ଲାଇନ୍ ଅପ୍ ପାଇଁ ବେଶ ଜଣାଶୁଣା କୋଲକାତାକୁ ମାତ୍ର ୧୪୦ ରନ୍‌ର ବିଜୟ ଲକ୍ଷ୍ୟ ମିଳିଛି। ସ୍ମିଥ ୭୩* ଓ ଜୋଶ ବଟଲର ୩୭ ରନ୍‌ର ଇନିଂସ୍‌ ଖେଳିଥିଲେ ହେଁ ଅନ୍ୟ କୌଣସି ବ୍ୟାଟସ୍‌ମ୍ୟାନ୍‌ ଆଖିଦୃଶିଆ ପ୍ରଦର୍ଶନ କରିପାରି ନଥିଲେ। ବିଶେଷ କରି ବେନ୍‌ ଷ୍ଟୋକ୍ସ ସମସ୍ତଙ୍କୁ ପୁଣିଥରେ ନିରାଶ କରିଥିଲେ।

କୋଲକାତା ଟସ୍‌ ଜିତି ପ୍ରଥମେ ରାଜସ୍ଥାନ ରୟାଲ୍ସକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ଦଳୀୟ ସ୍କୋର ୫ ରହିଥିବା ବେଳେ ଅଧିନାୟକ ଅଜିଙ୍କ୍ୟ ରାହଣେ(୫) ଆଉଟ୍‌ ହୋଇଯାଇଥିଲେ।

ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ସ୍ମିଥ ଅନ୍ୟତମ ଓପନର ବଟଲରଙ୍କ ସହ ମିଶି ଦଳୀୟ ସ୍କୋରକୁ ୧୧.୫ ଓଭରରେ ୭୭ ରନ୍‌ରେ ପହଞ୍ଚାଇଥିଲେ। ତେବେ ୩୭ ରନ୍‌ କରିଥିବା ବଟଲରଙ୍କୁ ହ୍ୟାରି ଗୁରନେ ଆଉଟ୍‌ କରି ଏହି ଭାଗିଦାରୀକୁ ଭାଙ୍ଗିଥିଲେ।

୪ନଂରେ ବ୍ୟାଟିଂ କରିବାକୁ ଆସିଥିବା ରାହୁଲ ତ୍ରିପାଠୀ(୬) ମଧ୍ୟ ବେଶି ସମୟ କ୍ରିଜ୍‌ରେ ତିଷ୍ଠି ପାରି ନଥିଲେ। ତାଙ୍କୁ ମଧ୍ୟ ଗୁରନେ ନିଜର ଦ୍ୱିତୀୟ ଶିକାର ବନାଇଥିଲେ। ବିସ୍ଫୋରକ ବ୍ୟାଟିଂ ପାଇଁ ଜଣାଶୁଣା ବେନ୍‌ ଷ୍ଟୋକ୍ସ ନିଜ ଦକ୍ଷତା ଅନୁସାରେ ଆଦୌ ବ୍ୟାଟିଂ କରିପାରି ନଥିଲେ।

ସେ ୧୪ଟି ବଲ୍‌ରେ ମାତ୍ର ୭ ରନ୍‌ କରିବାକୁ ସକ୍ଷମ ହୋଇଥିଲେ। ସ୍ମିଥ ଏକାକୀ ଶେଷ ପର୍ଯ୍ୟନ୍ତ ଲଢ଼େଇ କରିଥିଲେ ହେଁ ଦଳୀୟ ସ୍କୋରକୁ ୧୪୦ ପାର କରାଇ ପାରି ନଥିଲେ। ସ୍ମିଥ ଶେଷ ପର୍ଯ୍ୟନ୍ତ ୭୬ ରନ୍‌ ଓ ଷ୍ଟୋକ୍ସ ୭ ରନ୍‌ କରି ଅପରାଜିତ ରହିଥିଲେ।

କୋଲକାତା ପକ୍ଷରୁ ଗୁରନେ ୨ଟି ୱିକେଟ୍‌ ନେଇଥିବା ବେଳେ ପ୍ରସିଦ୍ଧ କ୍ରିଷ୍ଣା ଗୋଟିଏ ୱିକେଟ୍‌ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story