ଫାଇନାଲ୍ ପାଇଁ ଇରାସମସ୍ ଓ ଧର୍ମସେନା ଅମ୍ପାୟାର

ଲଣ୍ଡନ: ଶ୍ରୀଲଙ୍କାର କୁମାର ଧର୍ମସେନା ଓ ଦକ୍ଷିଣ ଆଫ୍ରିକାର ମାରାଇସ୍ ଇରାସମସଙ୍କୁ ରବିବାର ଲର୍ଡ୍ସରେ ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ହେବାକୁଥିବା ବିଶ୍ୱକପ୍ ଫାଇନାଲ୍ ପାଇଁ ଫିଲ୍ଡ ଅମ୍ପାୟାର ନିଯୁକ୍ତ କରାଯାଇଛି। ତେବେ ଅଷ୍ଟ୍ରେଲିଆର ରଡ୍ ଟକର୍ ତୃତୀୟ ଅମ୍ପାୟାର ଏବଂ ପାକିସ୍ତାନ ଅଲିମ୍ ଦାର୍ ଚତୁର୍ଥ ଅମ୍ପାୟାର ହେବେ। ଫାଇନାଲ୍ ମ୍ୟାଚ୍ ପାଇଁ ଶ୍ରୀଲଙ୍କାର ରଞ୍ଜନ ମଦୁଗଲେ ମ୍ୟାଚ୍ ରେଫରୀ ହେବେ। ଫାଇନାଲ୍ ପାଇଁ ନିଯୁକ୍ତ କରାଯାଇଥିବା ସବୁ ଅଫିସିଆଲ୍ସ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ […]

umpire

umpire

Hemant Lenka
  • Published: Friday, 12 July 2019
  • Updated: 12 July 2019, 08:23 PM IST

ଲଣ୍ଡନ: ଶ୍ରୀଲଙ୍କାର କୁମାର ଧର୍ମସେନା ଓ ଦକ୍ଷିଣ ଆଫ୍ରିକାର ମାରାଇସ୍ ଇରାସମସଙ୍କୁ ରବିବାର ଲର୍ଡ୍ସରେ ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ହେବାକୁଥିବା ବିଶ୍ୱକପ୍ ଫାଇନାଲ୍ ପାଇଁ ଫିଲ୍ଡ ଅମ୍ପାୟାର ନିଯୁକ୍ତ କରାଯାଇଛି। ତେବେ ଅଷ୍ଟ୍ରେଲିଆର ରଡ୍ ଟକର୍ ତୃତୀୟ ଅମ୍ପାୟାର ଏବଂ ପାକିସ୍ତାନ ଅଲିମ୍ ଦାର୍ ଚତୁର୍ଥ ଅମ୍ପାୟାର ହେବେ।

ଫାଇନାଲ୍ ମ୍ୟାଚ୍ ପାଇଁ ଶ୍ରୀଲଙ୍କାର ରଞ୍ଜନ ମଦୁଗଲେ ମ୍ୟାଚ୍ ରେଫରୀ ହେବେ। ଫାଇନାଲ୍ ପାଇଁ ନିଯୁକ୍ତ କରାଯାଇଥିବା ସବୁ ଅଫିସିଆଲ୍ସ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଗୁରୁବାର ଖେଳାଯାଇଥିବା ଦ୍ୱିତୀୟ ସେମିଫାଇନାଲରେ ଅଧିକାରୀ ଥିଲେ, ଯେଉଁଥିରେ ଆୟୋଜକ ଟିମ୍ ୮ ୱିକେଟରେ ବିଜୟ ହାସଲ କରିଥିଲା।

ତେବେ ଧର୍ମସେନା ଏଜବାଷ୍ଟନରେ ଗୁରୁବାର ଦ୍ୱିତୀୟ ସେମିଫାଇନାଲରେ ଇଂଲଣ୍ଡର ଜେସନ୍ ରୟଙ୍କ ବିରୋଧରେ ବିବାଦୀୟ ନିଷ୍ପତ୍ତି ଦେଇଥିଲେ। ରୟ ଶତକ ଆଡ଼କୁ ଅଗ୍ରସର ହେଉଥିଲେ ଏବଂ ୨୦ତମ ଓଭରରେ ପ୍ୟାଟ୍ କମିନ୍ସଙ୍କ ବଲରେ ଆଉଟ୍ ହୋଇଥିଲେ।

ଧର୍ମସେନା ଆରମ୍ଭରୁ ସାମାନ୍ୟ ନର୍ଭସ ହୋଇଥିଲେ, କିନ୍ତୁ ଲଗାତାର ଅଷ୍ଟ୍ରେଲୀୟ ଖେଳାଳିଙ୍କ ଅପିଲ୍ ପରେ ସେ ରୟଙ୍କୁ ଆଉଟ୍ ଦେଇଥିଲେ। ଅମ୍ପାୟାରଙ୍କ ନିଷ୍ପତ୍ତିରେ ରୟ ରାଗିଯାଇଥିଲେ, କାରଣ ତାଙ୍କ କହିବା ଅନୁଯାୟୀ ବଲ୍ ବ୍ୟାଟ୍ କିମ୍ବା ଗ୍ଲୋଭସକୁ ଆଦୌ ସ୍ପର୍ଶ କରିନଥିଲେ। ଏହା ସତ୍ତେ୍ୱ ରୟଙ୍କୁ ଅମ୍ପାୟାରଙ୍କ ନିଷ୍ପତ୍ତି ମାନିବାକୁ ପଡ଼ିଥିଲା, କାରଣ ଇଂଲଣ୍ଡ ତା'ର ରିଭ୍ୟୁ ହରାଇସାରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos