ମୋଦିଙ୍କ ପରେ ଧୋନି ସବୁଠାରୁ ଲୋକପ୍ରିୟ, ପଛରେ ପଡ଼ିଲେ ସଚିନ, ବିରାଟ, ଟ୍ରମ୍ପ: ସର୍ଭେ

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ୱିକେଟ୍‌ କିପର ବ୍ୟାଟସ୍‌ମ୍ୟାନ୍‌ ମହେନ୍ଦ୍ର ସିଂହ ଧୋନିଙ୍କ ପ୍ରଶଂସକଙ୍କ ସଂଖ୍ୟା ସମସ୍ତେ ଭଲ ଭାବେ ଜାଣିଛନ୍ତି। ଏବେ ଦୁଇ ମାସ ପାଇଁ କ୍ରିକେଟରୁ ଦୂରେଇ ରହିଥିବା ଧୋନି କେଉଁଠି ରହୁଛନ୍ତି, ସେକଥା ବହୁତ କମ ଲୋକ ଜାଣିଛନ୍ତି। ତଥାପି ଭାରତ ପାଇଁ ବିଶ୍ୱକପ ଜିତିଥିବା ଏହି କ୍ରିକେଟର ଜଣଙ୍କ ଲୋକଙ୍କ ମନରେ ଏବେ ବି ସ୍ୱତନ୍ତ୍ର ଘର କରି ରହିଛନ୍ତି। ୨୦୧୯ ବିଶ୍ୱକପରେ ଧୋନିଙ୍କ ପ୍ରଦର୍ଶନକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା। ହେଲେ […]

wwe

wwe

Hemant Lenka
  • Published: Wednesday, 25 September 2019
  • Updated: 25 September 2019, 10:30 PM IST

Sports

Latest News

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ୱିକେଟ୍‌ କିପର ବ୍ୟାଟସ୍‌ମ୍ୟାନ୍‌ ମହେନ୍ଦ୍ର ସିଂହ ଧୋନିଙ୍କ ପ୍ରଶଂସକଙ୍କ ସଂଖ୍ୟା ସମସ୍ତେ ଭଲ ଭାବେ ଜାଣିଛନ୍ତି। ଏବେ ଦୁଇ ମାସ ପାଇଁ କ୍ରିକେଟରୁ ଦୂରେଇ ରହିଥିବା ଧୋନି କେଉଁଠି ରହୁଛନ୍ତି, ସେକଥା ବହୁତ କମ ଲୋକ ଜାଣିଛନ୍ତି।

ତଥାପି ଭାରତ ପାଇଁ ବିଶ୍ୱକପ ଜିତିଥିବା ଏହି କ୍ରିକେଟର ଜଣଙ୍କ ଲୋକଙ୍କ ମନରେ ଏବେ ବି ସ୍ୱତନ୍ତ୍ର ଘର କରି ରହିଛନ୍ତି। ୨୦୧୯ ବିଶ୍ୱକପରେ ଧୋନିଙ୍କ ପ୍ରଦର୍ଶନକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା। ହେଲେ ତାଙ୍କ ପ୍ରଶଂସକଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ିନାହିଁ।

କାରଣ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରେ ଧୋନି ହିଁ ବିଶ୍ୱରେ ସବୁଠାରୁ ଅଧିକ ଲୋକପ୍ରିୟ। ଧୋନିଙ୍କ ଲୋକପ୍ରିୟତା ଆଗରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଠାରୁ ଆରମ୍ଭ କରି ସଚିନ ତେନ୍ଦୁଲକର, ବିରାଟ କୋହଲି ଓ ରତନ ଟାଟାଙ୍କ ଭଳି ବ୍ୟକ୍ତିବିଶେଷ ପଛରେ ପଡ଼ିଯାଇଛନ୍ତି।

ୟୁଗୋଭ ସଂସ୍ଥା ପକ୍ଷରୁ ବିଶ୍ୱସ୍ତରରେ କରାଯାଇଥିବା ସର୍ଭେରୁ ଏଭଳି ତଥ୍ୟ ସାମ୍ନାକୁ ଆସିଛି। ନରେନ୍ଦ୍ର ମୋଦିଙ୍କ ପ୍ରଶଂସକଙ୍କ ସଂଖ୍ୟା ୧୫.୬୬% ରହିଥିବା ବେଳେ ଧୋନିଙ୍କ ଫ୍ୟାନ୍‌ ୮.୫୮% ରହିଛି। ଧୋନିଙ୍କ ପଛରେ ଅର୍ଥାତ ୩ ନମ୍ବର ସ୍ଥାନରେ ରତନ ଟାଟା(୮.୦୨%), ବାରାକ ଓବାମା(୭.୩୬%), ବିଲ ଗେଟ୍ସ(୬.୯୬%), ଅମିତାଭ ବଚ୍ଚନ(୬.୫୫%), ସଚିନ ତେନ୍ଦୁଲକର(୫.୮୧%), ବିରାଟ କୋହଲି(୪.୪୬%), ଶାହାରୁଖ ଖାନ୍‌(୩.୬୩%), ଜ୍ୟାକି ଚାନ(୩.୪୪%), ଦଲାଇଲାମା(୩.୩୫%), ଖ୍ରୀଷ୍ଟିଆନ୍‌ ରୋନାଲ୍ଡୋ(୨.୮୫%), ସଲମାନ ଖାନ୍‌(୨.୫୯%), ଲିଓନେଲ ମେସି(୨.୩୨%), ଭ୍ଲାଦିମିର ପୁଟିନ୍‌(୨.୦୬%), ଜ୍ୟାକ ମା(୧.୭୧%), ଇମ୍ରାନ୍‌ ଖାନ୍‌(୧.୪୩%), ପୋପ୍ ଫ୍ରାନ୍ସିସ୍‌(୧.୩୪%) ଓ ଡୋନାଲ୍ଡ ଟ୍ରମ୍ପ(୧.୨୭%) ରହିଛନ୍ତି।

ଅନ୍ୟପକ୍ଷରେ ମହିଳାଙ୍କ ମଧ୍ୟରେ ମ୍ୟାରିକମ୍‌ ୧ ନଂ ସ୍ଥାନରେ ଥିବା ବେଳେ ତାଙ୍କ ପଛକୁ କିରଣ ବେଦୀ, ଲତା ମଙ୍ଗେସକର, ସ୍ୱର୍ଗତଃ ସୁଷମା ସ୍ୱରାଜ, ଦୀପିକା ପାଦୁକୋଣ, ମାଲାଲା ୟୁସୁଫଜାଇ, ମିଚେଲ ଓବାମା, ପ୍ରିୟଙ୍କା ଚୋପ୍ରା, ଐଶ୍ୱର୍ଯ୍ୟା ରାୟ, ସୁସ୍ମିତା ସେନ, ଇମ୍ମା ୱାଟସନ୍‌, ଆଞ୍ଜେଲିନା ଜୋଲି, ଇନ୍ଦ୍ରା ନୋୟି, ହିଲ୍ଲାରୀ କ୍ଲିଣ୍ଟନ, କୁଇନ୍‌ ଏଲିଜାବେଥ-୨, ଆଞ୍ଜେଲ ମର୍କେଲ, ମାଡୋନା ଓ ଥେରିଜା ମେ’ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos