ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ବି ଖେଳିବେନି ଧୋନି!

ନୂଆଦିଲ୍ଲୀ: ବିଶ୍ୱକପ୍‌ ପରେ କ୍ରିକେଟରୁ ୨ ମାସ ଛୁଟି ନେଇଥିବା ମହେନ୍ଦ୍ର ସିଂହ ଧୋନିଙ୍କ ଅବସରକୁ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଧୋନି ଏଯାଏ ଅବସର ନେଇ ନଥିଲେ ହେଁ ଟିମ୍‌ ଇଣ୍ଡିଆକୁ ସେ କେବେ ଫେରିବେ, ତା’କୁ ନେଇ ସସ୍‌ପେନ୍ସ ଜାରି ରହିଛି। ଏବେ ମିଳିଥିବା ଖବର ଅନୁଯାୟୀ, ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଟି-୨୦ ସିରିଜ୍‌ରେ ମଧ୍ୟ ଧୋନିଙ୍କୁ ଦେଖିବାକୁ ମିଳିବନାହିଁ। ବିସିସିଆଇ ଧୋନିଙ୍କ ବଦଳରେ ରିଷଭ ପନ୍ତଙ୍କୁ ଅଧିକ ସୁଯୋଗ ଦେବାକୁ […]

w

w

Hemant Lenka
  • Published: Wednesday, 28 August 2019
  • Updated: 28 August 2019, 04:06 PM IST

Sports

Latest News

ନୂଆଦିଲ୍ଲୀ: ବିଶ୍ୱକପ୍‌ ପରେ କ୍ରିକେଟରୁ ୨ ମାସ ଛୁଟି ନେଇଥିବା ମହେନ୍ଦ୍ର ସିଂହ ଧୋନିଙ୍କ ଅବସରକୁ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଧୋନି ଏଯାଏ ଅବସର ନେଇ ନଥିଲେ ହେଁ ଟିମ୍‌ ଇଣ୍ଡିଆକୁ ସେ କେବେ ଫେରିବେ, ତା’କୁ ନେଇ ସସ୍‌ପେନ୍ସ ଜାରି ରହିଛି।

ଏବେ ମିଳିଥିବା ଖବର ଅନୁଯାୟୀ, ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଟି-୨୦ ସିରିଜ୍‌ରେ ମଧ୍ୟ ଧୋନିଙ୍କୁ ଦେଖିବାକୁ ମିଳିବନାହିଁ। ବିସିସିଆଇ ଧୋନିଙ୍କ ବଦଳରେ ରିଷଭ ପନ୍ତଙ୍କୁ ଅଧିକ ସୁଯୋଗ ଦେବାକୁ ଚାହୁଁଥିବା ଜଣାପଡ଼ିଛି।

ଦକ୍ଷିଣ ଆଫ୍ରିକା ଆସନ୍ତାମାସରେ ଭାରତ ଗସ୍ତରେ ଆସିବ। ଏହି ସମୟରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ ଖେଳାଯିବ। ତେବେ ଏହି ସିରିଜ୍‌ରେ ବିସିସିଆଇ ଧୋନିଙ୍କୁ ସାମିଲ କରିବାକୁ ଚାହୁଁନାହିଁ। ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଧୋନିଙ୍କ ଅନୁପସ୍ଥିତି ଯୋଗୁ ରିଷଭ ପନ୍ତ ହିଁ ଦଳର ୱିକେଟ କିପର ହୋଇଥିଲେ।

ଏବେ ବିସିସିଆଇ ପନ୍ତଙ୍କୁ ପୁଣିଥରେ ସୁଯୋଗ ଦେବା ମୁଡ୍‌ରେ ରହିଛି। ଯେଉଁ ଖେଳାଳିମାନେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଟି-୨୦ ସିରିଜ୍‌ ଖେଳିଥିଲେ, ସେହିମାନଙ୍କ ମଧ୍ୟରୁ ଅଧିକାଂଶ ଖେଳାଳିଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ସ୍କ୍ୱାଡ୍‌ରେ ରଖାଯିବ। ଅବଶ୍ୟ ସେପ୍ଟେମ୍ବର ୪ରେ ହିଁ ସ୍କ୍ୱାଡ୍‌ ଘୋଷଣା ହେଲେ ସବୁ କଥା ସ୍ପଷ୍ଟ ହୋଇଯିବ।

ଜଣେ ବିସିସିଆଇ ଅଧିକାରୀ କହିଛନ୍ତି, “୨୦୨୦ ଅକ୍ଟୋବର ମାସରୁ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ ଆରମ୍ଭ ହେବ। ଏହାପୂର୍ବରୁ ଟିମ ଇଣ୍ଡିଆ ପାଖାପାଖି ୨୨ଟି ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ ଖେଳିବ। ଚୟନକର୍ତ୍ତାମାନେ ଏହାକୁ ଦୃଷ୍ଟିରେ ରଖି ଖେଳାଳି ଚୟନ କରିବାକୁ ଚାହୁଁଛନ୍ତି। ଆମେ ଟି-୨୦ ପାଇଁ ୩ ଜଣ ୱିକେଟ୍‌ କିପର ରଖିବାକୁ ଚାହୁଁଛୁ।

କିଏ ଅବସର ନେବ କି ନନେବ, ସେଇଟା ତାଙ୍କର ବ୍ୟକ୍ତିଗତ ମତ। କିନ୍ତୁ ଚୟନକର୍ତ୍ତାମାନେ ୨୦୨୦ ଟି-୨୦ ବିଶ୍ୱକପକୁ ଦୃଷ୍ଟିରେ ରଖି ହିଁ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରୁଛନ୍ତି। ଏଥିପାଇଁ ପନ୍ତଙ୍କୁ ଅଧିକରୁ ଅଧିକ ସୁଯୋଗ ଦେବାକୁ ଚିନ୍ତା କରାଯାଉଛି। ପନ୍ତଙ୍କ ବ୍ୟତୀତ ସଞ୍ଜୁ ସାମସନ ଏବଂ ଈଶାନ କିଶନ ମଧ୍ୟ ରହିଛନ୍ତି। ସେମାନଙ୍କ ଉପରେ ମଧ୍ୟ ଚୟନକର୍ତ୍ତାଙ୍କ ନଜର ରହିଛି।”

ୱେଷ୍ଟଇଣ୍ଡିଜ୍‌ ସ୍କ୍ୱାଡ୍‌ ଘୋଷଣା ପୂର୍ବରୁ ସିଲେକସନ୍‌ ଟିମ୍‌ ସଦସ୍ୟମାନେ ଧୋନିଙ୍କ ସହ କଥା ହୋଇଥିଲେ। ତେବେ ଟେରିଟରିଆଲ ଆର୍ମିରେ ଯୋଗଦେବା ଇଚ୍ଛା ରଖିଥିବା ଧୋନି ୨ ମାସ କ୍ରିକେଟରୁ ଛୁଟି ନେବାକୁ ଚାହୁଁଥିବା ଜଣାଇଥିଲେ। ଏବେ ସେ ଟେରିଟରିଆଲ ଆର୍ମିରୁ ଟ୍ରେନିଂ ନେଇ ଘରକୁ ଫେରିଛନ୍ତି। ତାଙ୍କ ଆଗାମୀ ଭବିଷ୍ୟତ କ’ଣ ହେବ, ତା’କୁ ନେଇ ଚର୍ଚ୍ଚା ଲାଗି ରହିଛି।

ଭାରତ ଗସ୍ତରେ ଆସୁଥିବା ଦକ୍ଷିଣ ଆଫ୍ରିକା ସେପ୍ଟେମ୍ବରର ୧୫ରେ ଧର୍ମଶାଳା ଠାରେ ପ୍ରଥମ ଟି-୨୦ ମ୍ୟାଚ୍‌ ଖେଳିବ। ଏହାପରେ ସେପ୍ଟେମ୍ବର ୧୮ରେ ମୋହାଲି ଏବଂ ସେପ୍ଟେମ୍ବର ୨୨ରେ ବେଙ୍ଗାଲୁରୁ ଠାରେ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ଟି-୨୦ ମ୍ୟାଚ୍‌ ଖେଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos