ଗ୍ରାନେଟ୍ ଓପନ୍ ସ୍କ୍ୱାସ୍ ସେମିଫାଇନାଲରେ ଦୀପିକା ପାଲ୍ଲିକଲ

ଟରୋଣ୍ଟୋ: ଗ୍ରାନେଟ୍ ସ୍କ୍ୱାସ୍ ଓପନ୍ ଟୁର୍ଣ୍ଣାମେଣ୍ଟର ସେମି ଫାଇନାଲରେ ପ୍ରବେଶ କରିଛନ୍ତି ଭାରତର ଦୀପିକା ପାଲ୍ଲିକଲ। ଗୁରୁବାର ଖେଳାଯାଇଥିବା କ୍ୱାର୍ଟର ଫାଇନାଲରେ ଇଜିପ୍ଟର ସଲମା ହେନୀ ଆବ୍ରାହମଙ୍କୁ ସେ ୧୨-୧୦,୧୧-୨,୧୧-୪ରେ ପରଜିତ କରିଛନ୍ତି। ବିଶ୍ୱ ମାନ୍ୟତାର ୧୭ ତମ ସ୍ଥାନରେ ଥିବା ତଥା ଗତ ଥର ରନର୍ସଅପ୍ ହୋଇଥିବା ଦୀପିକା ଆଜି ୨୭ ତମ ସ୍ଥାନରେ ଥିବା ସଲମାଙ୍କୁ ପରାଜିତ କରିଛନ୍ତି।

ସେମିଫାଇନାଲରେ ସେ ଗୁଏନାର ନିକୋଲେଟ୍ ପର୍ଣ୍ଣାଣ୍ଡିଜଙ୍କୁ ଭେଟିବେ।