ରିଓ ଅଲିମ୍ପିକ୍‌: ଖରାପ ପ୍ରଦର୍ଶନ ପାଇଁ ପବନକୁ ଦୋଷ ଦେଲେ ଦୀପିକା

ରିଓ ଡି ଜେନେରିଓ: ବ୍ରାଜିଲ୍‌ର ରିଓ ଡି ଜେନେରିଓରେ ଅନୁଷ୍ଠିତ ହେଉଥିବା ଅଲିମ୍ପିକ୍‌ର ତୀରନ୍ଦାଜୀ ପ୍ରତିଯୋଗିତାର ଯୋଗ୍ୟତା ଅର୍ଜନ ମ୍ୟାଚ୍‌ରେ ଦୁର୍ବଳ ପ୍ରଦର୍ଶନ ପାଇଁ ପବନକୁ ଦୋଷ ଦେଇଛନ୍ତି ଭାରତୀୟ ତୀରନ୍ଦାଜ ଦୀପିକା କୁମାରୀ। ଦୀପିକା ୭୨୦ରୁ ୬୪୦ ପଏଣ୍ଟ ପାଇ ୨୦ ତମ ସ୍ଥାନରେ ରହିଥିଲେ ମଧ୍ୟ ସେଥିରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ବୋମ୍ବାୟାଲା ଦେବୀ ଲାଇଶ୍ରାମ ୭୨୦ରୁ ୬୩୮ ପଏଣ୍ଟ ପାଇ ୨୪ ତମ ସ୍ଥାନରେ ଓ ଲକ୍ଷ୍ମୀରାଣୀ ମାଝି ୬୧୪ ପଏଣ୍ଟ ପାଇ […]

dipika kumari

dipika kumari

Rakesh Mallick
  • Published: Saturday, 06 August 2016
  • Updated: 06 August 2016, 05:04 PM IST

ରିଓ ଡି ଜେନେରିଓ: ବ୍ରାଜିଲ୍‌ର ରିଓ ଡି ଜେନେରିଓରେ ଅନୁଷ୍ଠିତ ହେଉଥିବା ଅଲିମ୍ପିକ୍‌ର ତୀରନ୍ଦାଜୀ ପ୍ରତିଯୋଗିତାର ଯୋଗ୍ୟତା ଅର୍ଜନ ମ୍ୟାଚ୍‌ରେ ଦୁର୍ବଳ ପ୍ରଦର୍ଶନ ପାଇଁ ପବନକୁ ଦୋଷ ଦେଇଛନ୍ତି ଭାରତୀୟ ତୀରନ୍ଦାଜ ଦୀପିକା କୁମାରୀ।

ଦୀପିକା ୭୨୦ରୁ ୬୪୦ ପଏଣ୍ଟ ପାଇ ୨୦ ତମ ସ୍ଥାନରେ ରହିଥିଲେ ମଧ୍ୟ ସେଥିରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ବୋମ୍ବାୟାଲା ଦେବୀ ଲାଇଶ୍ରାମ ୭୨୦ରୁ ୬୩୮ ପଏଣ୍ଟ ପାଇ ୨୪ ତମ ସ୍ଥାନରେ ଓ ଲକ୍ଷ୍ମୀରାଣୀ ମାଝି ୬୧୪ ପଏଣ୍ଟ ପାଇ ୪୩ ତମ ସ୍ଥାନରେ ରହିଛନ୍ତି।

ଦୀପିକା କହିଛନ୍ତି,“ପବନର ଗତିକୁ ମୁଁ ବୁଝି ପାରୁ ନ ଥିଲି। କେଉଁ ଦିଗରୁ ପନବ ବହୁଥିଲା ତାହା ମୁଁ ନିର୍ଣ୍ଣୟ କରି ପାରୁ ନ ଥିଲି। ଫଳରେ ମୋ ତୀର ଲକ୍ଷ୍ୟଚ୍ୟୁତ ହେଉଥିଲା। ଅଲିମ୍ପିକ୍‌ ପରି ବିଶ୍ୱକ୍ରୀଡା ମହାକୁମ୍ଭରେ ମୁଁ କିନ୍ତୁ ଏହା ଆଶା କରୁ ନ ଥିଲି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos