୬ ଓଭରରେ ଇଣ୍ଡିଜ୍‌ର ୫ ବ୍ୟାଟସମ୍ୟାନ୍‌ ଆଉଟ୍‌, ଡେବ୍ୟୁରେ ଚମକିଲେ ସାଇନି

ଫ୍ଲୋରିଡା: ପ୍ରଥମ ଟି-୨୦ରେ  ଇଣ୍ଡିଜ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳ ୬ ଓଭର ସୁଦ୍ଧା ୫ ୱିକେଟ୍‌ ହରାଇ ମାତ୍ର ୩୩ ରନ୍‌ କରିଛି। ଭାରତ ପକ୍ଷରୁ ଡେବ୍ୟୁ କରୁଥିବା ନଭଦୀପ ସାଇନି ଲଗାତର ଦୁଇଟି ବଲ୍‌ରେ ଦୁଇଟି ୱିକେଟ୍‌ ନେଇ ଇଣ୍ଡିଜ୍‌ ବ୍ୟାଟିଂ ଲାଇନ୍‌ ଅପ୍‌କୁ ଭୁଶୁଡ଼ାଇ ଦେଇଛନ୍ତି। ଟସ୍‌ ଜିତି ପ୍ରଥମେ ବୋଲିଂ କରୁଥିବା ଟିମ୍‌ ଇଣ୍ଡିଆକୁ ଦ୍ରୁତ ବୋଲର ଭୁବନେଶ୍ୱର କୁମାର ପ୍ରଥମ ସଫଳତା ଦେଇଥିଲେ। ସେ ମ୍ୟାଚ୍‌ର ଦ୍ୱିତୀୟ ବଲ୍‌ରେ […]

w

w

Hemant Lenka
  • Published: Saturday, 03 August 2019
  • Updated: 03 August 2019, 08:32 PM IST

ଫ୍ଲୋରିଡା: ପ୍ରଥମ ଟି-୨୦ରେ  ଇଣ୍ଡିଜ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳ ୬ ଓଭର ସୁଦ୍ଧା ୫ ୱିକେଟ୍‌ ହରାଇ ମାତ୍ର ୩୩ ରନ୍‌ କରିଛି। ଭାରତ ପକ୍ଷରୁ ଡେବ୍ୟୁ କରୁଥିବା ନଭଦୀପ ସାଇନି ଲଗାତର ଦୁଇଟି ବଲ୍‌ରେ ଦୁଇଟି ୱିକେଟ୍‌ ନେଇ ଇଣ୍ଡିଜ୍‌ ବ୍ୟାଟିଂ ଲାଇନ୍‌ ଅପ୍‌କୁ ଭୁଶୁଡ଼ାଇ ଦେଇଛନ୍ତି।

ଟସ୍‌ ଜିତି ପ୍ରଥମେ ବୋଲିଂ କରୁଥିବା ଟିମ୍‌ ଇଣ୍ଡିଆକୁ ଦ୍ରୁତ ବୋଲର ଭୁବନେଶ୍ୱର କୁମାର ପ୍ରଥମ ସଫଳତା ଦେଇଥିଲେ। ସେ ମ୍ୟାଚ୍‌ର ଦ୍ୱିତୀୟ ବଲ୍‌ରେ ଇଣ୍ଡିଜ୍‌ ଓପନର ଜନ୍ କ୍ୟାମ୍ପବେଲଙ୍କୁ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ ପଠାଇ ଦେଇଛନ୍ତି।

ସେହିପ ଅନ୍ୟତମ ଓପନର ଇଭିନ୍‌ ଲ୍ୟୁସ୍‌ଙ୍କୁ ସ୍ପିନର ୱାଶିଂଟନ୍‌ ସୁନ୍ଦର ଆଉଟ କରିଛନ୍ତି। ଆଜି ଟିମ୍‌ ଇଣ୍ଡିଆ ପକ୍ଷରୁ ଡେବ୍ୟୁ କରୁଥିବା ଦ୍ରୁତ ବୋଲର ନଭଦୀପ ସାଇନି ନିଜର ପ୍ରଥମ ଓଭର୍‌ର ୪ର୍ଥ ବଲରେ ପ୍ରଥମେ ବିସ୍ଫୋରକ ନିକୋଲାସ୍ ପୁରନଙ୍କୁ ୱିକେଟ୍‌ କିପର ରିଷଭ ପନ୍ତଙ୍କ ହାତରେ କ୍ୟାଚ୍‌ କରାଇ ଥିଲେ। ଏହାର ପରବର୍ତ୍ତୀ ବଲରେ ଶିମରନ୍‌ ହେଟମେୟରଙ୍କୁ  ମଧ୍ୟ ସାଇନି ବୋଲ୍ଡ କରି ଭାରତକୁ ଯୁଗଳ ସଫଳତା ଦେଇଥିଲେ। ଏହାପରେ ଖଲୀଲ ଅହମ୍ମଦ ନିଜ ପ୍ରଥମ ଓଭର୍‌ରେ ୪ ରନ୍‌ କରିଥିବା ରୋଭମ୍ୟାନ୍ ପୋୱେଲଙ୍କୁ ମଧ୍ୟ ପ୍ୟାଭିଲିୟନର ରାସ୍ତା ଦେଖାଇଥିଲେ।

ଶେଷ ଖବର ସୁଦ୍ଧା ଇଣ୍ଡିଜ୍‌ ଦଳ ୬ ଓଭର୍‌ରେ ୫ ୱିକେଟ୍‌ ହରାଇ ୩୩ ରନ୍‌ କରିଛି। ଅଭିଜ୍ଞ କାଏରନ ପୋଲାର୍ଡ ୩ ରନ୍‌ କରି ଅପରାଜିତ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos