ଆକ୍ରମଣାତ୍ମକ ଖେଳ ଉପରେ ଧ୍ୟାନ ଦେଉଛୁ, ଡିଆରଏସ୍‌ କଥା ଭାବୁ ନାହୁଁ: ରାହାଣେ

ରାଜକୋଟ: ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜରେ ପ୍ରଥମ ଥର ପାଇଁ ଡିସିସନ୍‌ ରିଭ୍ୟୁ ସିଷ୍ଟମ (ଡିଆରଏସ୍‌) ଲାଗୁ ହେବ। ଏହାକୁ ନେଇ ଚାରିଆଡେ ଚର୍ଚ୍ଚା ଚାଲିଥିବା ବେଳେ ଭାରତୀୟ ଦଳ କିନ୍ତୁ ଭିନ୍ନ କଥା ଚିନ୍ତା କରୁଛି। ଭାରତୀୟ ଟେଷ୍ଟ ଟିମ୍‌ର ଉପଅଧିନାୟକ ଆଜିଙ୍କ୍ୟା ରାହାଣେ କହିଛନ୍ତି,“ଆମେ ଡିଆରଏସ୍‌ କଥା ଚିନ୍ତା କରୁନାହୁଁ। ଆମେ ଆକ୍ରମଣାତ୍ମକ କ୍ରିକେଟ୍‌ ଖେଳିବା ଉପରେ ଧ୍ୟାନ ଦେଉଛି। ଏହା ଆମର ପ୍ରଥମ ପ୍ରାଥମିକତା।” ସେ କହିଛନ୍ତି,“ଏହା ସମ୍ପୂର୍ଣ୍ଣ ନୂଆ ପରିକଳ୍ପନା। ଡିଆରଏସ୍‌ କ’ଣ […]

Ajinkya Rahane

Ajinkya Rahane

Rakesh Mallick
  • Published: Monday, 07 November 2016
  • Updated: 07 November 2016, 10:31 PM IST

Sports

Latest News

ରାଜକୋଟ: ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜରେ ପ୍ରଥମ ଥର ପାଇଁ ଡିସିସନ୍‌ ରିଭ୍ୟୁ ସିଷ୍ଟମ (ଡିଆରଏସ୍‌) ଲାଗୁ ହେବ। ଏହାକୁ ନେଇ ଚାରିଆଡେ ଚର୍ଚ୍ଚା ଚାଲିଥିବା ବେଳେ ଭାରତୀୟ ଦଳ କିନ୍ତୁ ଭିନ୍ନ କଥା ଚିନ୍ତା କରୁଛି। ଭାରତୀୟ ଟେଷ୍ଟ ଟିମ୍‌ର ଉପଅଧିନାୟକ ଆଜିଙ୍କ୍ୟା ରାହାଣେ କହିଛନ୍ତି,“ଆମେ ଡିଆରଏସ୍‌ କଥା ଚିନ୍ତା କରୁନାହୁଁ। ଆମେ ଆକ୍ରମଣାତ୍ମକ କ୍ରିକେଟ୍‌ ଖେଳିବା ଉପରେ ଧ୍ୟାନ ଦେଉଛି। ଏହା ଆମର ପ୍ରଥମ ପ୍ରାଥମିକତା।”

ସେ କହିଛନ୍ତି,“ଏହା ସମ୍ପୂର୍ଣ୍ଣ ନୂଆ ପରିକଳ୍ପନା। ଡିଆରଏସ୍‌ କ’ଣ ଆମେ ଜାଣିବାକୁ ଅପେକ୍ଷା କରିଛୁ। ନ୍ୟୁଜିଲାଣ୍ଡ ସିରିଜ ସମୟରେ ଆମେ ଏ ନେଇ ଆଲୋଚନା କରିଥିଲୁ। ଏଥିପାଇଁ ଆମେ କିଛି ପ୍ଲାନ ମଧ୍ୟ କରିଛୁ। ହେଲେ ଆମେ ଆକ୍ରମଣାତ୍ମକ ଖେଳ ଉପରେ ଧ୍ୟାନ ଦେଉଛୁ। ଏହା ପରେ ଡିଆରଏସ୍‌ କଥା ଚିନ୍ତା କରିବୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos