ଦୁଲୀପ ଟ୍ରଫି: ଇଣ୍ଡିଆ ରେଡ୍ ୧୬୩/୨

ବେଙ୍ଗାଲୁରୁ: ଚଳିତ ଦୁଲୀପ ଟ୍ରଫିର ଦ୍ୱିତୀୟ ମ୍ୟାଚ୍ ଇଣ୍ଡିଆ ରେଡ୍ ଓ ଇଣ୍ଡିଆ ବ୍ଲୁ ମଧ୍ୟରେ ଆଜିଠାରୁ ଆରମ୍ଭ ହୋଇଛି। ବର୍ଷା ଯୋଗୁ ପ୍ରଥମ ଦିବସ ଖେଳ ବାଧାପ୍ରାପ୍ତ ହୋଇଛି। ମ୍ୟାଚରେ ଇଣ୍ଡିଆ ବ୍ଲୁ ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଇଣ୍ଡିଆ ରେଡ୍ ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ୬୮ ଓଭରରେ ୨ ୱିକେଟ୍ ହରାଇ ୧୬୩ ରନ୍ କରିଛି। ଇଣ୍ଡିଆ ରେଡ୍ ୪୩ ରନରେ […]

nair

nair

Ranjit Kumar Jena
  • Published: Friday, 23 August 2019
  • Updated: 23 August 2019, 09:48 PM IST

Sports

Latest News

ବେଙ୍ଗାଲୁରୁ: ଚଳିତ ଦୁଲୀପ ଟ୍ରଫିର ଦ୍ୱିତୀୟ ମ୍ୟାଚ୍ ଇଣ୍ଡିଆ ରେଡ୍ ଓ ଇଣ୍ଡିଆ ବ୍ଲୁ ମଧ୍ୟରେ ଆଜିଠାରୁ ଆରମ୍ଭ ହୋଇଛି। ବର୍ଷା ଯୋଗୁ ପ୍ରଥମ ଦିବସ ଖେଳ ବାଧାପ୍ରାପ୍ତ ହୋଇଛି। ମ୍ୟାଚରେ ଇଣ୍ଡିଆ ବ୍ଲୁ ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଇଣ୍ଡିଆ ରେଡ୍ ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ୬୮ ଓଭରରେ ୨ ୱିକେଟ୍ ହରାଇ ୧୬୩ ରନ୍ କରିଛି।

ଇଣ୍ଡିଆ ରେଡ୍ ୪୩ ରନରେ ୨ ୱିକେଟ୍ ହରାଇ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ତେବେ କରୁନ୍ ନାୟର୍ ଓ ଅଙ୍କିତ କାଲସି ତୃତୀୟ ୱିକେଟ୍ ପାଇଁ ଅପରାଜିତ ୧୨୦ ରନ୍ ଯୋଡ଼ି ଟିମକୁ ମଜଭୁତ୍ ସ୍ଥିତିରେ ପହଞ୍ଚାଇଥିଲେ। ଷ୍ଟମ୍ପ ଅପସାରଣ ବେଳକୁ ନାୟର୍ ୯୨ (୧୮୯ ବଲ୍, ୯ ଚୌକା) ଓ କାଲସି ୪୮ ରନରେ ଅପରାଜିତ ରହିଛନ୍ତି।

ଦୁଇ ଓପ୍ନର ଯଥା କ୍ୟାପଟେନ୍ ପ୍ରିୟଙ୍କ ପାଞ୍ଚାଲ୍ ୧୫ ଓ ଅଭିମନ୍ୟୁ ଈଶ୍ୱରନ୍ କୌଣସି ରନ୍ ନକରି ଆଉଟ୍ ହୋଇଥିଲେ। ଏହା ପୂର୍ବରୁ ଇଣ୍ଡିଆ ବ୍ଲୁ ଓ ଇଣ୍ଡିଆ ଗ୍ରୀନ୍ ମଧ୍ୟରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁ ଧୋଇ ହୋଇଯାଇଥିଲା। ଫଳରେ ଉଭୟ ଦଳ ପଏଣ୍ଟ ଭାଗ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos