ଦୁଲୀପ ଟ୍ରଫି: ଗ୍ରୀନ୍- ରେଡ୍ ଫାଇନାଲ୍

ଆଲୁର: ଇଣ୍ଡିଆ ଗ୍ରୀନ୍ ଓ ଇଣ୍ଡିଆ ରେଡ୍ ମଧ୍ୟରେ ଏଠାରେ ଚାଲିଥିବା ଦୁଲୀପ ଟ୍ରଫିର ଚାରିଦିନିଆ ମ୍ୟାଚ୍ ଡ୍ର’ ଭାବେ ଶେଷ ହୋଇଛି। ତେବେ ମ୍ୟାଚ୍ ଡ୍ର ସତ୍ତ୍ୱେ ଉଭୟ ଦଳ ଫାଇନାଲରେ ସ୍ଥାନ ହାସଲ କରିଛନ୍ତି। ଇଣ୍ଡିଆ ଗ୍ରୀନର ୪୪୦ ରନ୍ ଜବାବରେ ଇଣ୍ଡିଆ ରେଡ୍ ୪୪୧ ରନ୍ କରି ମାତ୍ର ୧ ରନର ନିର୍ଣ୍ଣାୟକ ଅଗ୍ରଣୀ ହାସଲ କରିଥିଲେ। ଜବାବରେ ଇଣ୍ଡିଆ ଗ୍ରୀନ୍ ଦ୍ୱିତୀୟ ଇନିଂସରେ ୩ ୱିକେଟ୍ ହରାଇ ୯୮ ରନ୍ କରି […]

duleep

duleep

Ranjit Kumar Jena
  • Published: Sunday, 01 September 2019
  • Updated: 01 September 2019, 07:53 PM IST

Sports

Latest News

ଆଲୁର: ଇଣ୍ଡିଆ ଗ୍ରୀନ୍ ଓ ଇଣ୍ଡିଆ ରେଡ୍ ମଧ୍ୟରେ ଏଠାରେ ଚାଲିଥିବା ଦୁଲୀପ ଟ୍ରଫିର ଚାରିଦିନିଆ ମ୍ୟାଚ୍ ଡ୍ର' ଭାବେ ଶେଷ ହୋଇଛି। ତେବେ ମ୍ୟାଚ୍ ଡ୍ର ସତ୍ତ୍ୱେ ଉଭୟ ଦଳ ଫାଇନାଲରେ ସ୍ଥାନ ହାସଲ କରିଛନ୍ତି। ଇଣ୍ଡିଆ ଗ୍ରୀନର ୪୪୦ ରନ୍ ଜବାବରେ ଇଣ୍ଡିଆ ରେଡ୍ ୪୪୧ ରନ୍ କରି ମାତ୍ର ୧ ରନର ନିର୍ଣ୍ଣାୟକ ଅଗ୍ରଣୀ ହାସଲ କରିଥିଲେ।

ଜବାବରେ ଇଣ୍ଡିଆ ଗ୍ରୀନ୍ ଦ୍ୱିତୀୟ ଇନିଂସରେ ୩ ୱିକେଟ୍ ହରାଇ ୯୮ ରନ୍ କରି ମ୍ୟାଚ୍ ଡ୍ର' କରିଥିଲା। ଇଣ୍ଡିଆ ରେଡ୍ ତା'ର ଦୁଇଟି ଯାକ ମ୍ୟାଚରେ ପ୍ରଥମ ଇନିଂସରେ ଅଗ୍ରଣୀ ଭିତ୍ତିରେ ୩ ପଏଣ୍ଟ ଲେଖାଏ ହାସଲ କରି ତାଲିକାର ଶୀର୍ଷରେ ରହିଥିଲା। ଇଣ୍ଡିଆ ରେଡ୍ ଓ ଇଣ୍ଡିଆ ବ୍ଲୁ ୨ ପଏଣ୍ଟ ଲେଖାଏ ପାଇଥିଲେ ହେଁ, ରନରେଟ୍ ଆଧାରରେ ରେଡ୍ ଟିମ୍ ଦ୍ୱିତୀୟ ସ୍ଥାନରେ ରହି ଫାଇନାଲକୁ କ୍ୱାଲିଫାଏ କରିଛି।

ଶେଷ ମ୍ୟାଚର ଅନ୍ତିମ ଦିବସରେ ଇଣ୍ଡିଆ ରେଡ୍ ତା'ର ପୂର୍ବଦିନର ସ୍କୋର ୪୦୪/୯ରୁ ଖେଳ ଆରମ୍ଭ କରିଥିଲା। ଗତକାଲି ଅପରାଜିତ ଥିବା ଆଭେଶ୍ ଖାନ୍ ଧୂଆଁଧାର ବ୍ୟାଟିଂ କରି ମାତ୍ର ୫୬ ବଲରେ ୨ ଚୌକା ଓ ୭ ଛକା ସହ ୬୪ ରନ୍ କରି ଟିମକୁ ଆଗୁଆ କରାଇଥିଲେ। ସନ୍ଦୀପ ୱାରିୟର ୫ ରନରେ ଅପରାଜିତ ଥିଲେ। ଇଣ୍ଡିଆ ଗ୍ରୀନ୍ ପକ୍ଷରୁ ଧର୍ମେନ୍ଦ୍ରସିଂ ଜାଡେଜା ଓ ଅଙ୍କିତ ରାଜପୁତ୍ ୩ଟି ୱିକେଟ୍ ନେଇଥିଲେ।

ଦ୍ୱିତୀୟ ଇନିଂସରେ ଇଣ୍ଡିଆ ଗ୍ରୀନ୍ ପକ୍ଷରୁ କ୍ୟାପଟେନ୍ ଫୈଜ୍ ଫଜଲ୍ (୧୧), ଅକ୍ଷତ ରେଡ୍ଡି (୪) ଓ ସିଦ୍ଦେଶ ଲାଡ୍ (୨୦) ନିରାଶ କରିଥିଲେ। ତେବେ ଧ୍ରୁବ ଶୋରେ ୪୪ ଓ ଅକ୍ଷୟ ୱାଡକର୍ ୧୪ ରନରେ ଅପରାଜିତ ରହି ମ୍ୟାଚକୁ ଡ୍ର' କରାଇଥିଲେ। ଇଣ୍ଡିଆ ରେଡ୍ ପକ୍ଷରୁ ଶତକ ମାରିଥିବା ମହିପାଲ୍ ଲୋମରର୍ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos