ବାପା ଶ୍ରମିକ, ପୁଅ ଷ୍ଟାର କ୍ରିକେଟର୍‌: IPL ଦେଖିବାକୁ ଆସିଥିବା ଜଣେ ଦର୍ଶକର ପ୍ରେମରେ ପଡି ବିବାହ କରିଥିଲେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତୀୟ ଦଳର ଦୃତ ବୋଲର ଉମେଶ ଯାଦବଙ୍କ କ୍ରିକେଟ୍‌ କ୍ୟାରିୟର ବେଶ୍‌ ଭଲ ରହିଛି। ଦିନିକିଆ ହେଉ କିମ୍ବା ଟେଷ୍ଟ ଦୀର୍ଘଦିନ ଧରି ସେ ଭାରତୀୟ ଦଳ ପକ୍ଷରୁ ଖେଳିଆସୁଛନ୍ତି। ହେଲେ ତାଙ୍କର ବ୍ୟକ୍ତିଗତ ଜୀବନ ବିଷୟରେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଏକ କ୍ରିକେଟ୍‌ ପଡିଆରୁ ହିଁ ତାଙ୍କ ଲଭ୍‌ ଆରମ୍ଭ ହୋଇଥିଲା ଏହାପରେ ଡେଟିଂ ଓ ପରେ ବିବାହ। ଏକ ସୁନ୍ଦର ଲଭ୍‌ ଷ୍ଟୋରୀ ତାଙ୍କ ଜୀବନ ସହିତ ଜଡିତ, […]

Umesh2s

Umesh2s

Rakesh Mallick
  • Published: Friday, 27 October 2017
  • Updated: 27 October 2017, 05:44 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତୀୟ ଦଳର ଦୃତ ବୋଲର ଉମେଶ ଯାଦବଙ୍କ କ୍ରିକେଟ୍‌ କ୍ୟାରିୟର ବେଶ୍‌ ଭଲ ରହିଛି। ଦିନିକିଆ ହେଉ କିମ୍ବା ଟେଷ୍ଟ ଦୀର୍ଘଦିନ ଧରି ସେ ଭାରତୀୟ ଦଳ ପକ୍ଷରୁ ଖେଳିଆସୁଛନ୍ତି। ହେଲେ ତାଙ୍କର ବ୍ୟକ୍ତିଗତ ଜୀବନ ବିଷୟରେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଏକ କ୍ରିକେଟ୍‌ ପଡିଆରୁ ହିଁ ତାଙ୍କ ଲଭ୍‌ ଆରମ୍ଭ ହୋଇଥିଲା ଏହାପରେ ଡେଟିଂ ଓ ପରେ ବିବାହ। ଏକ ସୁନ୍ଦର ଲଭ୍‌ ଷ୍ଟୋରୀ ତାଙ୍କ ଜୀବନ ସହିତ ଜଡିତ, ଏହାକୁ ଅନେକ ଲୋକେ ଜାଣିନଥିବେ। ଇଣ୍ଡିଆନ ପ୍ରିମିୟର ଲିଗ୍ ସମୟରେ ଷ୍ଟାଡିୟମରେ ଖେଳ ଦେଖୁଥିବା ଜଣେ ଦର୍ଶକର ପ୍ରେମରେ ପଡିଯାଇଥିଲେ ଉମେଶ। ପ୍ରଥମ ଥର ପାଇଁ ତାନ୍ୟା’କୁ ଦେଖିଥିଲେ ଉମେଶ ଆଇପିଏଲ୍‌ର ଏକ କ୍ରିକେଟ୍‌ ମ୍ୟାଚ୍‌ ସମୟରେ।  ପ୍ରକୃତ କଥାଟି ହେଲା ତାନ୍ୟା ତାଙ୍କ ବନ୍ଧୁଙ୍କ ସହ ଷ୍ଟାଡିୟମକୁ ଆସିଥିଲେ ମ୍ୟାଚ୍‌ ଦେଖିବାକୁ ଏବଂ ଏହି ବ୍ୟକ୍ତି ଜଣଙ୍କ ଉମେଶ ଯାଦବ ଓ ତାନ୍ୟାଙ୍କ କମନ ଫ୍ରେଣ୍ଡ ଥିଲେ। ଏହାପରେ ଉମେଶ ଓ ତାନ୍ୟା ସୁଯୋଗ ପାଇଲେ ଏକାଠି ସମୟ କାଟୁଥିଲେ। ପ୍ରଥମରୁ ଉମେଶ ଓ ତାନ୍ୟାଙ୍କ ମଧ୍ୟରେ ବନ୍ଧୁତ୍ୱ ଆରମ୍ଭ ହୋଇଥିଲା। ପରେ ପରେ ଏହା ପ୍ରେମରେ ପରିଣତ ହୋଇଗଲା। ଏହି ଦୁଇଜଣ ୨୦୧୩ରେ ବିବାହ କରିଥିଲେ। ଉମେଶ ଗୋଟିଏ ଶ୍ରମିକ ପରିବାରରୁ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବାପା ଜଣେ କୋଇଲା ଶ୍ରମିକ ଥିଲେ। ଉମେଶଙ୍କ ପିଲାଦିନ ଗାଁରେ ହିଁ କଟିଛି। ୨୦୦୭ ପୂର୍ବରୁ ଉମେଶ ଟେନିସ୍‌ ବଲରେ କ୍ରିକେଟ୍‌ ଖେଳୁଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos