ଟେଷ୍ଟ୍‌ ସିରିଜ୍‌ ପୂର୍ବରୁ ଖେଳାଳିଙ୍କ ପ୍ରଦର୍ଶନକୁ ନେଇ ଚିନ୍ତାରେ ଟିମ୍‌ ଇଣ୍ଡିଆ: ବିରାଟଙ୍କ ପାଇଁ ଅଗ୍ନିପରୀକ୍ଷା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅଗଷ୍ଟ ୧ ତାରିଖ ଠାରୁ ଇଂଲଣ୍ଡ ବିପକ୍ଷରେ ଆରମ୍ଭ ହେବାକୁ ଯାଉଥିବା ଟେଷ୍ଟ ସିରିଜ ପୂର୍ବରୁ ଖେଳାଳିଙ୍କ ପ୍ରଦର୍ଶନକୁ ନେଇ ଚିନ୍ତାରେ ପଡ଼ିଛି ଟିମ୍‌ ଇଣ୍ଡିଆ। ବିଶେଷ କରି ଭାରତୀୟ ସ୍ପିନ ବିଭାଗ ଦଳ ପାଇଁ ଚିନ୍ତାର କାରଣ ପାଲିଟିଛି। ଏସେକ୍ସ ବିପକ୍ଷ ୩ଦିନିଆ ଅଭ୍ୟାସ୍ ମ୍ୟାଚ୍‌ ଡ୍ର’ରେ ସମାପ୍ତ ହୋଇଛି। ଭାରତ ପ୍ରଥମେ ବ୍ୟାଟିଂ କରି ପ୍ରଥମ ଇଂନିସରେ ୩୯୫ ରନ କରିଥିଲା। ଜବାବରେ ଏସେକ୍ସ ଟିମ୍‌ ପ୍ରଥମ ଇଂନିସରେ ୩୫୯ […]

cricket-sri-lanka-match-india-second-test_d5b2ab82-7be9-11e7-a713-31f90463e8eb

cricket-sri-lanka-match-india-second-test_d5b2ab82-7be9-11e7-a713-31f90463e8eb

Rakesh Mallick
  • Published: Saturday, 28 July 2018
  • Updated: 28 July 2018, 05:24 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅଗଷ୍ଟ ୧ ତାରିଖ ଠାରୁ ଇଂଲଣ୍ଡ ବିପକ୍ଷରେ ଆରମ୍ଭ ହେବାକୁ ଯାଉଥିବା ଟେଷ୍ଟ ସିରିଜ ପୂର୍ବରୁ ଖେଳାଳିଙ୍କ ପ୍ରଦର୍ଶନକୁ ନେଇ ଚିନ୍ତାରେ ପଡ଼ିଛି ଟିମ୍‌ ଇଣ୍ଡିଆ। ବିଶେଷ କରି ଭାରତୀୟ ସ୍ପିନ ବିଭାଗ ଦଳ ପାଇଁ ଚିନ୍ତାର କାରଣ ପାଲିଟିଛି। ଏସେକ୍ସ ବିପକ୍ଷ ୩ଦିନିଆ ଅଭ୍ୟାସ୍ ମ୍ୟାଚ୍‌ ଡ୍ର’ରେ ସମାପ୍ତ ହୋଇଛି। ଭାରତ ପ୍ରଥମେ ବ୍ୟାଟିଂ କରି ପ୍ରଥମ ଇଂନିସରେ ୩୯୫ ରନ କରିଥିଲା। ଜବାବରେ ଏସେକ୍ସ ଟିମ୍‌ ପ୍ରଥମ ଇଂନିସରେ ୩୫୯ ରନ୍‌ ସଂଗ୍ରହ କରିଥିଲା। ସେହିପରି ଦ୍ୱିତୀୟ ଇଂନିସରେ ବ୍ୟାଟିଂ କରି ୨ ୱିକେଟ୍‌ ବିନିମୟରେ ଭାରତ ୮୯ ରନ୍‌ କରିଥିବା ବେଳେ ପାଗ ଖରାପ ଥିବାରୁ ମ୍ୟାଚ୍ ଆଉ ଖେଳାଯାଇପାରି ନଥିଲା। ଫଳରେ ମ୍ୟାଚ୍‌କୁ ଡ୍ର ଘୋଷଣା କରାଯାଇଥିଲା।
ଏହି ମ୍ୟାଚ୍‌ରେ ଭରସାଯୋଗ୍ୟ ବ୍ୟାଟ୍ସମ୍ୟାନ୍‌ ଶିଖର ଧୱନ ଫ୍ଲପ୍ ହୋଇଥିଲେ। ସେ ଦୁଇଟି ଇଂନିସରେ ଖାତା ଖୋଲି ନପାରି ଆଉଟ୍‌ ହୋଇଯାଇଥିଲେ। ସେହିପରି  ଚେତେଶ୍ୱର ପୂଜାରା ପ୍ରଥମ ଇଂନିସରେ ୧ ରନ କରି ଆଉଟ୍ ହୋଇଥିବାବେଳେ ଦ୍ୱିତୀୟ ଇଂନିସରେ ୨୩ ରନ କରି ଆଉଟ୍‌ ହୋଇଯାଇଥିଲେ। ରାହାଣେ ମଧ୍ୟ ସେମିତି କିଛି ଖାସ୍‌ କରିପାରିନଥିଲେ। ପ୍ରଥମ ଇଂନିସରେ ସେ ମାତ୍ର ୧୭ ରନ୍‌ କରି ଆଉଟ୍‌ ହୋଇଯାଇଥିବା ବେଳେ ଦ୍ୱିତୀୟ ଇଂନିସରେ ୧୯ ରନ୍‌ରେ ଅପରାଜିତ ଥିଲେ। ଅନ୍ୟପଟେ ଯୁବ କ୍ରିକେଟର୍‌ କରୁନ ନାୟର ମଧ୍ୟ ଫ୍ଲପ୍‌ ହୋଇଥିଲେ। ସେ ମ୍ୟାଚ୍‌ରେ ମାତ୍ର ୪ ରନ କରିପାରିଥିଲେ।
ଭାରତ ପାଇଁ ସବୁଠୁ ଅଧିକ ମୁଣ୍ଡବ୍ୟଥାର କାରଣ ପାଲଟିଛି ବୋଲିଂ ବିଭାଗ। ଅଭ୍ୟାସ ମ୍ୟାଚ୍‌ରେ ଉମେଶ ଯାଦବ ଓ ଇଶାନ୍ତ ଶର୍ମାଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବୋଲର ପ୍ରଭାବଶାଳୀ ବୋଲିଂ କରିପାରିନଥିଲେ। ଭାରତ ପାଇଁ ସବୁଠୁ ଶକ୍ତିଶାଳୀ ମନେହେଉଥିବା ସ୍ପିନ୍‌ ବିଭାଗ ଏହି ଅଭ୍ୟାସ ମ୍ୟାଚ୍‌ରେ ବେଶ୍‌ ମହଙ୍ଗା ସାବ୍ୟସ୍ତ ହୋଇଥିଲା। ବିଶେଷ କରି କୁଲଦୀପ ଯାଦବ ଓ ଜାଡ଼େଜାଙ୍କୁ ନିର୍ଦ୍ଧୁମ ପ୍ରହାର କରିଥିଲେ ବିପକ୍ଷ ଦଳର ବ୍ୟାଟ୍ସମ୍ୟାନ୍। କୁଲଦୀପ ୪ ଓଭର ବୋଲିଂ କରି ୨୪ ରନ ଖର୍ଚ୍ଚ କରିଥିବା ବେଳେ ଜାଡ଼େଜା ୨ ଓଭରରେ ୧୭ ରନ ଦେଇଥିଲେ। ମ୍ୟାଚ୍‌ର ଶେଷ ଆଡ଼କୁ ଅଶ୍ୱିନ ଆସି  ୫ ଓଭରରେ ୨୧ ରନ ଖର୍ଚ୍ଚ କରିଥିଲେ। ଏହି ମ୍ୟାଚ୍‌ରେ କୌଣସି ସ୍ପିନର୍‌ଙ୍କୁ ୱିକେଟ୍‌ ମିଳିନଥିଲା। ସଫଳ ବୋଲର ଭାବେ ଉମେଶ ଯାଦବ ୧୮ ଓଭର ବୋଲିଂ କରି ୩୫ ରନ ଦେଇ ୪ଟି ୱିକେଟ୍‌ ହାସଲ କରିଥିବା ବେଳେ ଇଶାନ୍ତ ୩ଟି ଓ ଶର୍ଦ୍ଦୁଳ ଠାକୁର ଗୋଟିଏ ୱିକେଟ୍‌ ହାସଲ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos