ଚେନ୍ନାଇକୁ ବଡ଼ ଝଟକା: ଆଇପିଏଲରୁ ବ୍ରାଭୋ ଆଉଟ

ଦୁବାଇ: ଚଳିତ ଆଇପିଏଲରେ ସବୁଠାରୁ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା ଚେନ୍ନାଇ ସୁପର କିଙ୍ଗସକୁ ଏବେ ଆଉ ଏକ ବଡ଼ ଝଟକା ଲାଗିଛି। ଦଳର ସବୁଠାରୁ ଅଭିଜ୍ଞ ଖେଳାଳି ତଥା ଇଣ୍ଡିଜ ଅଲରାଉଣ୍ଡର ଡ୍ୱେନ ବ୍ରାଭୋ ଆହତ କାରଣରୁ ଅବଶିଷ୍ଟ ଆଇପିଏଲ ମ୍ୟାଚ୍‌ରୁ ବାଦ୍‌ ପଡ଼ିଛନ୍ତି। ଚେନ୍ନାଇ ଓ ଦିଲ୍ଲୀ ବିପକ୍ଷ ମ୍ୟାଚ୍‌ରେ ବ୍ରାଭୋ ଆହତ ହୋଇ ଅଧାରୁ ପଡ଼ିଆ ଛାଡ଼ିଥିଲେ। ଏହି ମ୍ୟାଚ୍‌ରେ ସେ ମାତ୍ର ୩ ଓଭର୍‌ ବୋଲିଂ କରିବାକୁ ସକ୍ଷମ ହୋଇଥିଲେ। ଶେଷ ଓଭର […]

gh

gh

Hemant Lenka
  • Published: Wednesday, 21 October 2020
  • Updated: 21 October 2020, 02:58 PM IST

Sports

Latest News

ଦୁବାଇ: ଚଳିତ ଆଇପିଏଲରେ ସବୁଠାରୁ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା ଚେନ୍ନାଇ ସୁପର କିଙ୍ଗସକୁ ଏବେ ଆଉ ଏକ ବଡ଼ ଝଟକା ଲାଗିଛି। ଦଳର ସବୁଠାରୁ ଅଭିଜ୍ଞ ଖେଳାଳି ତଥା ଇଣ୍ଡିଜ ଅଲରାଉଣ୍ଡର ଡ୍ୱେନ ବ୍ରାଭୋ ଆହତ କାରଣରୁ ଅବଶିଷ୍ଟ ଆଇପିଏଲ ମ୍ୟାଚ୍‌ରୁ ବାଦ୍‌ ପଡ଼ିଛନ୍ତି।

ଚେନ୍ନାଇ ଓ ଦିଲ୍ଲୀ ବିପକ୍ଷ ମ୍ୟାଚ୍‌ରେ ବ୍ରାଭୋ ଆହତ ହୋଇ ଅଧାରୁ ପଡ଼ିଆ ଛାଡ଼ିଥିଲେ। ଏହି ମ୍ୟାଚ୍‌ରେ ସେ ମାତ୍ର ୩ ଓଭର୍‌ ବୋଲିଂ କରିବାକୁ ସକ୍ଷମ ହୋଇଥିଲେ। ଶେଷ ଓଭର ସେ ବୋଲିଂ କରିବାର ଥିଲା। ହେଲେ ଆହତ କାରଣରୁ ରବୀନ୍ଦ୍ର ଜାଡେଜା ବୋଲିଂ କରିଥିଲେ। ଦିଲ୍ଲୀ ଏହି ଓଭର୍‌ରେ ୧୭ ରନ୍‌ ଆଦାୟ କରି ଚେନ୍ନାଇକୁ ପରାସ୍ତ କରିଥିଲା। ଏହାର ପରବର୍ତ୍ତୀ ମ୍ୟାଚ୍‌ରେ ମଧ୍ୟ ବ୍ରାଭୋଙ୍କୁ ଦେଖିବାକୁ ମିଳି ନଥିଲା। ଏବେ ସେ ଆହତ କାରଣରୁ ପୂରା ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିଛନ୍ତି।

ଚେନ୍ନାଇର ସିଇଓ କାଶୀ ବିଶ୍ୱନାଥନ କହିଛନ୍ତି, ଗୋଇଠିରେ ଆହତ ଯୋଗୁ ବ୍ରାଭୋ ପୂରା ଆଇପିଏଲରୁ ବାଦ୍‌ ପଡ଼ିଛନ୍ତି। ଏହା ନିଶ୍ଚିତ ଭାବେ ଆମ ପାଇଁ ଏକ ଦୁର୍ଭାଗ୍ୟର ବିଷୟ। ଚଳିତ ଆଇପିଏଲରେ ବ୍ରାଭୋ ୬ଟି ମ୍ୟାଚ୍‌ ଖେଳି ମାତ୍ର ୭ ରନ୍‌ କରିଛନ୍ତି। ତେବେ ସେ ୬ଟି ମ୍ୟାଚ୍‌ରେ ୬ଟି ୱିକେଟ ନେଇଥିଲେ ଓ ତାଙ୍କ ଇକୋନୋମି ରେଟ୍‌ ୮.୫୭ ରହିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos