ନଟ୍ଟିଂହାମରେ ବର୍ଷାର ଖେଳ ଜାରି, ଅମ୍ପାୟାରଙ୍କ ନିଷ୍ପତ୍ତିକୁ ଅପେକ୍ଷା

ନଟ୍ଟିଂହାମ୍: ଚଳିତ ବିଶ୍ୱକପରେ ଆଜି ଖେଳାଯିବାକୁଥିବା ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ମ୍ୟାଚ୍ ବର୍ଷା ବାଧାପ୍ରାପ୍ତ ହୋଇଛି। ବର୍ଷା ଯୋଗୁ ଏପର୍ଯ୍ୟନ୍ତ ଟସ୍ ପଡ଼ିବା ସମ୍ଭବ ହୋଇପାରି ନାହିଁ। ଭାରତୀୟ ସମୟ ଅନୁଯାୟୀ ମ୍ୟାଚ୍ ଅପରାହ୍ନ ୩ଟା ବେଳେ ଆରମ୍ଭ ହେବାର ଥିଲା।

ଏହାର ଅଧଘଣ୍ଟା ପୂର୍ବରୁ ଅର୍ଥାତ୍ ଅପରାହ୍ଣ ୨.୩୦ରେ ଟସ୍ ପଡ଼ିବାର ଥିଲା। କିନ୍ତୁ ଗତ ରାତିରେ ଲଗାଣ ବର୍ଷା ଯୋଗୁ ଆଉଟ୍ ଫିଲ୍ଡ ସମ୍ପୂର୍ଣ୍ଣ ଓଦା ରହିଛି ଏବଂ ଟସ୍ ପଡ଼ିବାରେ ବିଳମ୍ବ ହୋଇଥିଲା। ତେବେ ଏହା ମଧ୍ୟରେ ଅଢ଼େଇ ଘଣ୍ଟା ବିତି ଯାଇଥିଲେ ହେଁ, ସ୍ଥିତିରେ କୌଣସି ପରିବର୍ତ୍ତନ ଆସିନାହିଁ।

ବର୍ତ୍ତମାନ ବର୍ଷା ଲାଗି ରହିଥିବାରୁ ଅମ୍ପାୟାର ଭାରତୀୟ ସମୟ ସନ୍ଧ୍ୟା ୬ଟା ବେଳେ ପୁନର୍ବାର ପିଚ୍ ନୀରିକ୍ଷଣ କରିବେ। ଯଦି ପିଚ୍ ଖେଳିବା ଉପଯୋଗୀ ନ ହୁଏ, ତାହେଲେ ଏହି ମ୍ୟାଚ୍ ବାତିଲ ହୋଇପାରେ। ଏବେ ଶେଷ ନିଷ୍ପତ୍ତି ଅମ୍ପାୟାର ନେବେ। ବର୍ଷାକୁ ଦୃଷ୍ଟିରେ ରଖି ଅମ୍ପାୟାର ଆଗୁଆ ମଧ୍ୟାହ୍ନ ଭୋଜନ ବ୍ରେକ୍ ନେଇଛନ୍ତି।

ଆହୁରି ପଢ଼ନ୍ତୁ

ମହାମାରୀରେ ମହାଯଜ୍ଞ, ନାଏବ ସରପଞ୍ଚଙ୍କ ସହ ୧୧ ଗିରଫ

୩ ମାସରେ ଗଲାଣି ୧୦୬ ଜଣ ଡାକ୍ତରଙ୍କ ଜୀବନ

ସଙ୍ଗରୋଧ କେନ୍ଦ୍ରରେ ଯୁବତୀଙ୍କ ସହ ସେଲ୍‌ଫି ଉଠାଇଲେ ଦୁଇ ଅଧିକାରୀ, ଫଟୋ ଭାଇରାଲ୍‌

ମହାନଦୀ ଜଳ ବିବାଦ: ପକ୍ଷ ରଖିଲେ ଓଡ଼ିଶା, ଛତିଶଗଡ଼ ସମେତ ୪ ରାଜ୍ୟ

କରୋନା ରୋଗୀଙ୍କୁ ଦିଆଯିବ ସୋରିଆସିସ୍‌ ଇଞ୍ଜେକସନ, ସରକାର ଦେଲେ ଅନୁମତି

ମାର୍କେଟକୁ ଆସିଲା ହୀରାର ମାସ୍କ, ଦାମ୍‌ କେତେ ଜାଣନ୍ତୁ

ପୁଣି କରୋନାରେ ଭାରତର ନୂଆ ରେକର୍ଡ, ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ଡେଇଁଲା

ପିଏମ କେୟାର୍ସ ଫଣ୍ଡର ପାର୍ଲାମେଣ୍ଟ ପ୍ୟାନେଲ ରିଭ୍ୟୁକୁ ରୋକିଲା ବିଜେପି, ସମର୍ଥନ କଲା ବିଜେଡି

ଧରାବୀ ପାଇଁ ଭାରତକୁ ହୁ’ର ପ୍ରଶଂସା

୮ ପଞ୍ଚାୟତରୁ ଆଉ ୩୩ ‘କରୋନା’ ଆକ୍ରାନ୍ତ ଚିହ୍ନଟ, ୩୧ ଲୋକାଲ୍‌ କେସ୍‌

‘କରୋନା’ ମୁକାବିଲା ପାଇଁ ଏଣିକି ୮ ହଜାର ଟେଷ୍ଟ ପାଇଁ ନିଷ୍ପତ୍ତି

ପ୍ରକାଶ ପାଇଲା ICSE ଦଶମ ଓ ISC ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ