ମ୍ୟାଚ୍ ପୂର୍ବରୁ ଯୁବ ଖେଳାଳିଙ୍କୁ କ’ଣ କହିଲେ ବିରାଟ

ଗୌହାଟୀ: ଆସନ୍ତାକାଲିର ଶ୍ରୀଲଙ୍କା ବିପକ୍ଷ ଟି-୨୦ ମ୍ୟାଚ୍‌ ଓ ଚଳିତ ବର୍ଷ ହେବାକୁ ଥିବା ବିଶ୍ୱକପ ପାଇଁ ଆଜି ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଯୁବ ତାରକାଙ୍କୁ ଭିନ୍ନ ଶୈଳୀରେ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ଯେଉଁ ପର୍ଯ୍ୟନ୍ତ ମଧ୍ୟକ୍ରମ ଭଲ ପ୍ରଦର୍ଶନ କରିପାରି ନାହିଁ କିମ୍ବା ପ୍ରେସର ଟାଇମରେ ମଧ୍ୟକ୍ରମ ଆଶା ଅନୁଯାୟୀ ଦକ୍ଷତା ନ ଦେଖାଇ ପାରିବ, ସେତେବେଳେ ଯାଏ ଭାରତ ଯେ ଆଇସିସି ଇଭେଣ୍ଟ ଜିତିବ, ତାହା ଭାବିବା ଭୁଲ। ଆମେ […]

ds

ds

Hemant Lenka
  • Published: Saturday, 04 January 2020
  • Updated: 04 January 2020, 07:08 PM IST

ଗୌହାଟୀ: ଆସନ୍ତାକାଲିର ଶ୍ରୀଲଙ୍କା ବିପକ୍ଷ ଟି-୨୦ ମ୍ୟାଚ୍‌ ଓ ଚଳିତ ବର୍ଷ ହେବାକୁ ଥିବା ବିଶ୍ୱକପ ପାଇଁ ଆଜି ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଯୁବ ତାରକାଙ୍କୁ ଭିନ୍ନ ଶୈଳୀରେ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ଯେଉଁ ପର୍ଯ୍ୟନ୍ତ ମଧ୍ୟକ୍ରମ ଭଲ ପ୍ରଦର୍ଶନ କରିପାରି ନାହିଁ କିମ୍ବା ପ୍ରେସର ଟାଇମରେ ମଧ୍ୟକ୍ରମ ଆଶା ଅନୁଯାୟୀ ଦକ୍ଷତା ନ ଦେଖାଇ ପାରିବ, ସେତେବେଳେ ଯାଏ ଭାରତ ଯେ ଆଇସିସି ଇଭେଣ୍ଟ ଜିତିବ, ତାହା ଭାବିବା ଭୁଲ।

ଆମେ ଏମିତି ଖେଳାଳି ଚାହୁଁଛୁ ଯିଏ ୬ ନଂ କିମ୍ବା ୭ନଂରେ ବ୍ୟାଟିଂ କରି ମ୍ୟାଚ୍‌ ଜିତାଇ ପାରିବାର କ୍ଷମତା ରଖିଥିବ। ଆମେ କେବଳ ବ୍ୟାଟିଂ ଲାଇନ ଅପରେ ଥିବା ୨ରୁ ୩ ଜଣ ବ୍ୟାଟସମ୍ୟାନଙ୍କ ଉପରେ ସର୍ବଦା ନିର୍ଭର କରିପାରିବା ନାହିଁ। ଯଦି ଏମିତି ଚାଲିବ, ତା’ହେଲେ ଆମେ କେବେ ହେଲେ ଆଇସିସି ଟୁର୍ଣ୍ଣାମେଣ୍ଟ ଜିତି ପାରିବା ନାହିଁ।

ତେଣୁ ଏବେଠାରୁ ସବୁ ପ୍ରକାରର ପରିସ୍ଥିତିରେ ସମସ୍ତ ଖେଳାଳିଙ୍କୁ ନିଜର ଦାୟିତ୍ୱ ନିର୍ବାହ କରିବାକୁ ପଡ଼ିବ। କାରଣ ଆମେ ଆଗକୁ ବଡ଼ ଟୁର୍ଣ୍ଣାମେଣ୍ଟ ଖେଳିବା। ଆଗକୁ ଥିବା ଏକାଧିକ ସିରିଜ୍‌ ବେଶ ରୋମାଞ୍ଚକ ହେବ। କାରଣ କିଏ ପ୍ରେସର ପରିସ୍ଥିତିର ମୁକାବିଲା କରିବ, ସେକଥା ସ୍ପଷ୍ଟ ହୋଇଯିବ। ମୁଁ କିମ୍ବା ରୋହିତ, ରାହୁଲ କିମ୍ବା ଶିଖର ଫେଲ ହେଲେ, କେମିତି ଯୁବ ବ୍ୟାଟସମ୍ୟାନମାନେ ବ୍ୟାଟିଂ କରୁଛନ୍ତି, ତାହା ଦେଖିବାର ସମୟ ଆସି ଯାଇଛି। ବିଶ୍ୱକପ ଥିବାରୁ ଆମକୁ ବ୍ୟାକ ଅପ ରଖିବାକୁ ପଡ଼ିବ। ସେ ଦିଗରେ ଆମେ କାର୍ଯ୍ୟ କରୁଛୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos