ପଦ୍ମ ପୁରସ୍କାର ପାଇଁ ୧୧ଜଣ କ୍ରୀଡ଼ାବିତଙ୍କ ନାଁ ସୁପାରିସ୍

ନୂଆଦିଲ୍ଲୀ: ଚଳିତ ବର୍ଷ ପଦ୍ମ ପୁରସ୍କାର ପାଇଁ ୧୧ଜଣ କ୍ରୀଡ଼ାବିତଙ୍କ ନାଁ ସୁପାରିସ୍ କରି କ୍ରୀଡ଼ା ମନ୍ତ୍ରଣାଳୟ। ଭାରତର ଚତୁର୍ଥ ଶ୍ରେଷ୍ଠ ନାଗରିକ ସମ୍ମାନ ପଦ୍ମଶ୍ରୀ ପାଇଁ ଆର୍ଚର୍ ତରୁଣଦୀପ ରାୟ ଏବଂ ହକି ଅଲିମ୍ପିଆନ୍ ଏମପି ଗଣେଶଙ୍କ ସମେତ ସାତଜଣ ମହିଳା ଖେଳାଳିଙ୍କ ନାଁ ସୁପାରିସ୍ କରାଯାଇଛି। ମହିଳା ରେସଲର୍ ଭିନେଶ ଫୋଗତ୍, ଟେବୁଲ୍ ଟେନିସ୍ ଖେଳାଳି ମନିକା ବାତ୍ରା, ମହିଳା କ୍ରିକେଟର୍ ହରମନପ୍ରୀତ କୌର୍, ଜାତୀୟ ମହିଳା ହକି ଟିମ୍ କ୍ୟାପଟେନ୍ ରାନୀ ରାମପଲ୍, […]

padma-award

padma-award

Ranjit Kumar Jena
  • Published: Thursday, 12 September 2019
  • Updated: 12 September 2019, 06:25 PM IST

Sports

Latest News

ନୂଆଦିଲ୍ଲୀ: ଚଳିତ ବର୍ଷ ପଦ୍ମ ପୁରସ୍କାର ପାଇଁ ୧୧ଜଣ କ୍ରୀଡ଼ାବିତଙ୍କ ନାଁ ସୁପାରିସ୍ କରି କ୍ରୀଡ଼ା ମନ୍ତ୍ରଣାଳୟ। ଭାରତର ଚତୁର୍ଥ ଶ୍ରେଷ୍ଠ ନାଗରିକ ସମ୍ମାନ ପଦ୍ମଶ୍ରୀ ପାଇଁ ଆର୍ଚର୍ ତରୁଣଦୀପ ରାୟ ଏବଂ ହକି ଅଲିମ୍ପିଆନ୍ ଏମପି ଗଣେଶଙ୍କ ସମେତ ସାତଜଣ ମହିଳା ଖେଳାଳିଙ୍କ ନାଁ ସୁପାରିସ୍ କରାଯାଇଛି।

ମହିଳା ରେସଲର୍ ଭିନେଶ ଫୋଗତ୍, ଟେବୁଲ୍ ଟେନିସ୍ ଖେଳାଳି ମନିକା ବାତ୍ରା, ମହିଳା କ୍ରିକେଟର୍ ହରମନପ୍ରୀତ କୌର୍, ଜାତୀୟ ମହିଳା ହକି ଟିମ୍ କ୍ୟାପଟେନ୍ ରାନୀ ରାମପଲ୍, ପୂର୍ବତନ ଶୁଟର୍ ସୁମା ଶିରୁର୍, ପର୍ବତାରୋହୀ ଯାଆଁଳ ଭଉଣୀ ତାଶି ଓ ନୁଙ୍ଗଶି ମଲିକଙ୍କ ନାଁ ମଧ୍ୟ ପଦ୍ମଶ୍ରୀ ପୁରସ୍କାର ପାଇଁ ସୁପାରିସ୍ କରାଯାଇଛି। ତରୁଣଦୀପ ଓ ଗଣେଶଙ୍କ ନାଁ ତାଲିକାରେ ପରେ ସାମିଲ୍ କରାଯାଇଛି, ଯାହା ଏବେ କ୍ରୀଡ଼ା ମନ୍ତ୍ରୀ କିରନ୍ ରିଜିଜୁଙ୍କ ମଞ୍ଜୁରି ମିଳିବା ବାକି ରହିଲା।

୬ଥର ବିଶ୍ୱ ଚାମ୍ପିୟନ୍ ଏମସି ମ୍ୟାରୀ କମଙ୍କୁ କ୍ରୀଡ଼ା ମନ୍ତ୍ରଣାଳୟ ଦେଶର ଦ୍ୱିତୀୟ ସର୍ବୋଚ୍ଚ ନାଗରିକ ପୁରସ୍କାର ପଦ୍ମ ବିଭୂଷଣ ପାଇଁ ମନୋନୀତ କରିଛି। ମ୍ୟାରୀ କମ୍ ପ୍ରଥମ ମହିଳା କ୍ରୀଡ଼ାବିତ୍ ଭାବେ ଦେଶର ଏହି ପୁରସ୍କାର ପାଇବେ। ମ୍ୟାରୀ କମଙ୍କୁ ୨୦୧୩ରେ ପଦ୍ମ ଭୂଷଣ ଏବଂ ୨୦୦୬ରେ ପଦ୍ମଶ୍ରୀ ପୁରସ୍କାର ମିଳିଥିଲା। କ୍ରୀଡ଼ା ମନ୍ତ୍ରଣାଳୟ ବିଶ୍ୱ ଚାମ୍ପିଅନ୍ ଏବଂ ଅଲିମ୍ପିକ୍ ରୌପ୍ୟ ପଦକ ବିଜେତା ବ୍ୟାଡମିଣ୍ଟନ୍ ଖେଳାଳି ପିଭି ସିନ୍ଧୁଙ୍କୁ ନାଁ ପଦ୍ମ ଭୂଷଣ ପାଇଁ ସୁପାରିସ୍ କରିଛି, ଯାହା ଦେଶର ସର୍ବୋଚ୍ଚ ନାଗରିକ ପୁରସ୍କାର।

୨୦୧୭ରେ ସିନ୍ଧୁଙ୍କ ନାଁ ପଦ୍ମ ଭୂଷଣ ପାଇଁ ସୁପାରିସ୍ କରାଯାଇଥିଲା, କିନ୍ତୁ ସେ ଚୂଡ଼ାନ୍ତ ତାଲିକାରେ ସ୍ଥାନ ପାଇବାରେ ବିଫଳ ହୋଇଥିଲେ। ତାଙ୍କୁ ୨୦୧୫ରେ ପଦ୍ମଶ୍ରୀ ପୁରସ୍କାର ମିଳିଥିଲା।
ତରୁଣଦୀପ ସିଂହ ଚଳିତ ବର୍ଷ ଜୁନରେ ନେଦରଲ୍ୟାଣ୍ଡରେ ଆୟୋଜିତ ବିଶ୍ୱ ଚାମ୍ପିୟନଶିପରେ ରୌପ୍ୟ ପଦକ ବିଜେତା ଭାରତୀୟ ରିକର୍ଭ ଟିମର ସଦସ୍ୟ ଥିଲେ। ଅତନୁ ଦାସ ଓ ପ୍ରବୀଣ ଯାଦବଙ୍କ ସହ ତାଙ୍କ ଟିମ୍ ପୁରୁଷ ରିକର୍ଭ ବ୍ୟକ୍ତିଗତ ଇଭେଣ୍ଟରେ ତିନୋଟି ସିଙ୍ଗଲ୍ସ କୋଟା ହାସଲ କରିବା ସହ ଅଲିମ୍ପିକ୍ କୋଟା ମଧ୍ୟ ଅର୍ଜନ କରିଥିଲେ। ଗଣେଶ ୧୯୭୨ରେ ମ୍ୟୁନିକ୍ ଅଲିମ୍ପିକ୍ସ ଗେମ୍ସରେ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ହକି ଦଳର ସଦସ୍ୟ ଥିଲେ। ସେ ମଧ୍ୟ ୧୯୭୧ରେ ବାର୍ସିଲୋନାରେ ଅନୁଷ୍ଠିତ ବିଶ୍ୱକପର ବ୍ରୋଞ୍ଜ ଏବଂ ୧୯୭୩ରେ ଆମଷ୍ଟରଡାମରେ ଆୟୋଜିତ ବିଶ୍ୱକପର ରୌପ୍ୟ ପଦକ ବିଜେତା ଟିମର ସଦସ୍ୟ ଥିଲେ।

କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ପଦ୍ମ ପୁରସ୍କାର ସୁପାରିସରେ ଅତିରିକ୍ତ ଦୁଇ ଖେଳାଳିଙ୍କ ନାଁ ସାମିଲ୍ କରାଯାଇଛି, କିନ୍ତୁ ସେମାନଙ୍କୁ ଏପର୍ଯ୍ୟନ୍ତ କ୍ରୀଡ଼ା ମନ୍ତ୍ରୀଙ୍କ ତରଫରୁ ମଞ୍ଜୁରି ମିଳିନାହିଁ। ଆସନ୍ତାବର୍ଷ ସାଧାରଣତନ୍ତ୍ର ଦିବସର ପୂର୍ବ ସନ୍ଧ୍ୟାରେ ପଦ୍ମ ପୁରସ୍କାର ବିଜେତାଙ୍କ ନାଁ ଘୋଷଣା କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos