ଇଂଲଣ୍ଡ ୫୩୭ରେ ଅଲ୍‌ଆଉଟ୍‌, ଭାରତ ୬୩/୦

ରାଜକୋଟ: ରାଜକୋଟରେ ଚାଲିଥିବା ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଇନିଂସରେ ଇଂଲଣ୍ଡ ୫୩୭ ରନ୍ କରି ଅଲ୍‌ଆଉଟ୍ ହୋଇଯାଇଛି। ଅନ୍ୟପକ୍ଷରେ ଦ୍ୱିତୀୟ ଦିନ ଷ୍ଟମ୍ପ୍ ଅପସାରଣ ସୁଦ୍ଧା ଭାରତୀୟ ଦଳ କୌଣସି ୱିକେଟ୍ ନ ହରାଇ ୬୩ ରନ୍ କରିଛି। ଇଂଲଣ୍ଡ ପକ୍ଷରୁ ଜୋ ରୁଟ୍, ମୋଇନ୍ ଅଲ୍ଲୀ ଓ ବେନ୍ ଷ୍ଟୋକ୍ସ ଶତକ ମାରିଛନ୍ତି। ରୁଟ୍ ଗତକାଲି ୧୨୪ ରନ୍ କରି ଆଉଟ୍ ହୋଇଯାଇଥିବା ବେଳେ ଅର୍ଦ୍ଧଶତକ କରି ନଟ୍‌ଆଉଟ୍ ଥିବା ମୋଇନ ଓ ବେନ୍ ଆଜି […]

asini

asini

Rakesh Mallick
  • Published: Thursday, 10 November 2016
  • Updated: 10 November 2016, 06:36 PM IST

Sports

Latest News

ରାଜକୋଟ: ରାଜକୋଟରେ ଚାଲିଥିବା ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଇନିଂସରେ ଇଂଲଣ୍ଡ ୫୩୭ ରନ୍ କରି ଅଲ୍‌ଆଉଟ୍ ହୋଇଯାଇଛି। ଅନ୍ୟପକ୍ଷରେ ଦ୍ୱିତୀୟ ଦିନ ଷ୍ଟମ୍ପ୍ ଅପସାରଣ ସୁଦ୍ଧା ଭାରତୀୟ ଦଳ କୌଣସି ୱିକେଟ୍ ନ ହରାଇ ୬୩ ରନ୍ କରିଛି।

ଇଂଲଣ୍ଡ ପକ୍ଷରୁ ଜୋ ରୁଟ୍, ମୋଇନ୍ ଅଲ୍ଲୀ ଓ ବେନ୍ ଷ୍ଟୋକ୍ସ ଶତକ ମାରିଛନ୍ତି। ରୁଟ୍ ଗତକାଲି ୧୨୪ ରନ୍ କରି ଆଉଟ୍ ହୋଇଯାଇଥିବା ବେଳେ ଅର୍ଦ୍ଧଶତକ କରି ନଟ୍‌ଆଉଟ୍ ଥିବା ମୋଇନ ଓ ବେନ୍ ଆଜି ଶତକ ପୂରଣ କରିଥିଲେ। ମୋଇନ ୧୧୭ ରନ୍ କରିଥିବା ବେଳେ ବେନ୍ ୧୨୮ ରନ୍ କରିଥିଲେ। ଜନି ବେରିଷ୍ଟୋ ୪୬ ରନ୍ କରିଥିବା ବେଳେ ଜାଫର ଅନସାରୀ ୩୨ ରନ୍ କରିଥିଲେ।

ଭାରତ ପକ୍ଷରୁ ମହମ୍ମଦ ସାମି, ଉମେଶ ଯାଦବ, ରବିଚନ୍ଦ୍ରନ ଅଶ୍ୱିନ ୨ଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ରବୀନ୍ଦ୍ର ଜାଡ଼େଜା ୩ଟି ଓ ଅମିତ ମିଶ୍ରା ଗୋଟିଏ ୱିକେଟ୍ ନେଇଥିଲେ।

ମୁରଲୀ ବିଜୟ ଓ ଗୌତମ ଗମ୍ଭୀର ଯଥାକ୍ରମେ ୨୫ ଓ ୨୮ ରନ୍ କରି ଅପରାଜିତ ରହିଛନ୍ତି। ସେମାନେ ଆସନ୍ତାକାଲି ଦଳର ପାଳିକୁ ଆଗେଇ ନେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos