ଅଭ୍ୟାସ ମ୍ୟାଚ୍: ଆଫଗାନିସ୍ତାନକୁ ୯ ୱିକେଟରେ ହରାଇଲା ଇଂଲଣ୍ଡ

ଲଣ୍ଡନ: ପ୍ରଥମ ଅଭ୍ୟାସ ମ୍ୟାଚରେ ଅଷ୍ଟ୍ରେଲିଆ ନିକଟରୁ ପରାସ୍ତ ହୋଇଥିବା ଆୟୋଜକ ଇଂଲଣ୍ଡ ତା’ର ଦ୍ୱିତୀୟ ଅଭ୍ୟାସ ମ୍ୟାଚରେ ଅପେକ୍ଷାକୃତ ଦୁର୍ବଳ ଆଫଗାନିସ୍ତାନକୁ ୯ ୱିକେଟରେ ହରାଇଛି। ଏହି ମ୍ୟାଚରେ ଇଂଲଣ୍ଡ ସବୁ ବିଭାଗରେ ଆଫଗାନିସ୍ତାନକୁ ହରାଇଛି। ଅନ୍ୟପକ୍ଷରେ ପ୍ରଥମ ମୁକାବିଲାରେ ମଜଭୁତ୍ ପାକିସ୍ତାନକୁ ହରାଇଥିବା ଆଫଗାନିସ୍ତାନ ଏହି ମ୍ୟାଚରେ ଖରାପ ପ୍ରଦର୍ଶନ କରିଛି। ଉକ୍ତ ମ୍ୟାଚରେ ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଆଫଗାନିସ୍ତାନ ଇଂଲିଶ ବୋଲିଂ ଆକ୍ରମଣକୁ ସାମ୍ନା କରିନପାରି ୩୮.୪ ଓଭରରେ ୧୬୦ […]

roy

Hemant Lenka
  • Published: Monday, 27 May 2019
  • , Updated: 27 May 2019, 08:37 PM IST

ଲଣ୍ଡନ: ପ୍ରଥମ ଅଭ୍ୟାସ ମ୍ୟାଚରେ ଅଷ୍ଟ୍ରେଲିଆ ନିକଟରୁ ପରାସ୍ତ ହୋଇଥିବା ଆୟୋଜକ ଇଂଲଣ୍ଡ ତା'ର ଦ୍ୱିତୀୟ ଅଭ୍ୟାସ ମ୍ୟାଚରେ ଅପେକ୍ଷାକୃତ ଦୁର୍ବଳ ଆଫଗାନିସ୍ତାନକୁ ୯ ୱିକେଟରେ ହରାଇଛି। ଏହି ମ୍ୟାଚରେ ଇଂଲଣ୍ଡ ସବୁ ବିଭାଗରେ ଆଫଗାନିସ୍ତାନକୁ ହରାଇଛି।

ଅନ୍ୟପକ୍ଷରେ ପ୍ରଥମ ମୁକାବିଲାରେ ମଜଭୁତ୍ ପାକିସ୍ତାନକୁ ହରାଇଥିବା ଆଫଗାନିସ୍ତାନ ଏହି ମ୍ୟାଚରେ ଖରାପ ପ୍ରଦର୍ଶନ କରିଛି। ଉକ୍ତ ମ୍ୟାଚରେ ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଆଫଗାନିସ୍ତାନ ଇଂଲିଶ ବୋଲିଂ ଆକ୍ରମଣକୁ ସାମ୍ନା କରିନପାରି ୩୮.୪ ଓଭରରେ ୧୬୦ ରନ୍ କରି ଅଲଆଉଟ୍ ହୋଇଥିଲା।

ଟିମ୍ ପକ୍ଷରୁ ମହମ୍ମଦ ନବି ସର୍ବାଧିକ ୪୪ ରନ୍ କରିଥିବା ବେଳେ ନୂର୍ ଅଲୀ ଜର୍ଦାନ ୩୦, ହଶମତୁଲ୍ଲା ଶାହିଦି ୧୯ ଓ ଦାଓଲତ୍ ଜର୍ଦାନ ଅପରାଜିତ ୨୦ ରନ୍ କରିଥିଲେ। ଇଂଲଣ୍ଡ ପକ୍ଷରୁ ଜୋଫ୍ରା ଆର୍ଚର ଓ ଜୋ ରୁଟ୍ ୩ଟି ଲେଖାଏ ୱିକେଟ୍ ହାସଲ କରିଥିଲେ।

୧୬୧ ରନର ସହଜ ବିଜୟଲକ୍ଷ୍ୟକୁ ଇଂଲଣ୍ଡ ମାତ୍ର ୧୭.୧ ଓଭରରେ ୧ ୱିକେଟ୍ ହରାଇ ହାସଲ କରିନେଇଥିଲା। ଓପ୍ନର ଜେସନ୍ ରୟ ୮୯ (୪୬ ବଲ୍, ୧୧ ଚୌକା, ୪ ଛକା) ଓ ରୁଟ୍ ୨୯ ରନ୍ କରି ଅପରାଜିତ ଥିବା ବେଳେ ଜନ୍ନି ବେୟାରଷ୍ଟୋ ୩୯ (୨୨ ବଲ୍) ରନ୍ କରି ଆଉଟ୍ ହୋଇଥିଲେ।

Related story