ଇଂଲଣ୍ଡ ପୁଣି ହାରିଲା, ଭାରତ ସିରିଜ୍ ଜିତିଲା

ମୁମ୍ବାଇ: ମୁମ୍ବାଇର ୱାଙ୍ଖେଡ଼େ ଷ୍ଟାଡିୟମରେ ଚତୁର୍ଥ ଟେଷ୍ଟରେ ଇଂଲଣ୍ଡକୁ ଗୋଟିଏ ଇନିଂସ୍ ଓ ୩୬ ରନ୍‌ରେ ହରାଇଲା ଭାରତ। ଏହା ସହିତ ଭାରତ ସିରିଜ୍ ଜିତି ଯାଇଛି। ୫ଟି ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍‌ରେ ଭାରତ ୩-୦ରେ ଅଗ୍ରଣୀ ରହିଛି। ପଞ୍ଚମ ତଥା ଶେଷ ଟେଷ୍ଟ୍ ମ୍ୟାଚ୍ ଡିସେମ୍ବର ୧୬ ତାରିଖରୁ ଚେନ୍ନାଇରେ ଖେଳା ଯିବ। ବିଶାଖାପାଟଣା ଓ ମୋହାଲି ପରେ ମୁମ୍ବାଇରେ ବି ଇଂଲଣ୍ଡକୁ ମାତ୍ ଦେଇଛି ବିରାଟ ବାହିନୀ। ଏହି ସିରିଜ୍‌ର ପ୍ରଥମ ମ୍ୟାଚ୍‌ […]

india

india

Rakesh Mallick
  • Published: Monday, 12 December 2016
  • Updated: 12 December 2016, 11:11 AM IST

Sports

Latest News

rabiମୁମ୍ବାଇ: ମୁମ୍ବାଇର ୱାଙ୍ଖେଡ଼େ ଷ୍ଟାଡିୟମରେ ଚତୁର୍ଥ ଟେଷ୍ଟରେ ଇଂଲଣ୍ଡକୁ ଗୋଟିଏ ଇନିଂସ୍ ଓ ୩୬ ରନ୍‌ରେ ହରାଇଲା ଭାରତ। ଏହା ସହିତ ଭାରତ ସିରିଜ୍ ଜିତି ଯାଇଛି। ୫ଟି ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍‌ରେ ଭାରତ ୩-୦ରେ ଅଗ୍ରଣୀ ରହିଛି। ପଞ୍ଚମ ତଥା ଶେଷ ଟେଷ୍ଟ୍ ମ୍ୟାଚ୍ ଡିସେମ୍ବର ୧୬ ତାରିଖରୁ ଚେନ୍ନାଇରେ ଖେଳା ଯିବ।

ବିଶାଖାପାଟଣା ଓ ମୋହାଲି ପରେ ମୁମ୍ବାଇରେ ବି ଇଂଲଣ୍ଡକୁ ମାତ୍ ଦେଇଛି ବିରାଟ ବାହିନୀ। ଏହି ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଡ୍ର’ ରହିଥିବା ବେଳେ ଲଗାତାର ତିନିଟି ମ୍ୟାଚ୍‌ରେ ପରାଜିତ ହୋଇଛି ଇଂଲଣ୍ଡ। ମୁମ୍ବାଇରେ ଆଜି ଶେଷ ହୋଇଥିବା ଚତୁର୍ଥ ଟେଷ୍ଟ୍ ମ୍ୟାଚ୍‌ରେ ଭାରତୀୟ ଟିମ୍‌ର ବୋଲି ସମ୍ମୁଖରେ ଧରାଶୟୀ ହୋଇଯାଇଥିଲା ଭ୍ରମଣକାରୀ ଦଳ। କିଟନ୍ ଜେନିଂସ୍ ଓ ମୋଇନ୍ ଅଲ୍ଲୀଙ୍କ ସମେତ ଦଳର ତିନି ଜଣ ବ୍ୟାଟ୍ସମ୍ୟାନ୍ ଖାତା ଖୋଲି ପାରି ନ ଥିବା ବେଳେ ଚାରି ଜଣ ଏକ ଅଙ୍କ ପାର୍ କରି ପାରି ନ ଥିଲେ। ଜୋ ରୁଟ୍ ସର୍ବାଧିକ ୭୭ ରନ୍ କରିଥିଲେ। ଗତକାଲି ଦଳ ୧୮୨ ରନ୍‌ରେ ୬ଟି ୱିକେଟ୍ ହରାଇଥିବା ବେଳେ ଆଜି ମାତ୍ର ୧୩ ରନ୍ କରି ବାକି ଚାରି ଜଣ ଆଉଟ୍ ହୋଇଯାଇଥିଲେ। ଗତକାଲି ଦୁଇଟି ୱିକେଟ୍ ନେଇଥିବା ରବିଚନ୍ଦ୍ରନ ଅଶ୍ୱିନ୍ ଆଜି ଏହି ଚାରୋଟି ୱିକେଟ୍ ଅକ୍ତିଆର କରିଥିଲେ। ଏହା ସହିତ ଦୁଇଟି ଇନିଂସରେ ମିଶି ସେ ୧୨ଟି ୱିକେଟ୍ ହାତେଇଛନ୍ତି। ରବୀନ୍ଦ୍ର ଜାଡେଜା ଏହି ଇନିଂସରେ ଗତକାଲି ଦୁଇଟି ୱିକେଟ୍ ନେଇଥିବା ବେଳେ ଦୁଇଟି ଯାକ ଇନିଂସରେ ମିଶି ୬ଟି ୱିକେଟ୍ ପାଇଛନ୍ତି। ଏହି ଇନିଂସରେ ଗତକାଲି ଭୁବନେଶ୍ୱର କୁମାର ଓ ଜୟନ୍ତ ଯାଦବ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।

ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ଥିଲା। ପ୍ରଥମ ଇନିଂସରେ ଦଳ ୪୦୦ ରନ୍ କରିଥିଲା। ଜବାବରେ ବିରାଟ କୋହଲିଙ୍କ ୨୩୫ ରନ୍‌, ମୁରଲୀ ବିଜୟଙ୍କ ୧୩୬ ଓ ଜୟନ୍ତ ଯାଦବଙ୍କ ୧୦୪ ରନ୍ ବଳରେ ଭାରତୀୟ ଦଳ ପ୍ରଥମ ଇନିଂସରେ ୬୩୧ ରନ୍ କରିଥିଲା। ଟିମ୍ ଇଣ୍ଡିଆ ପ୍ରଥମ ଇନିଂସରେ ୨୩୧ ରନ୍‌ରେ ଅଗ୍ରଣୀ ଥିବା ବେଳେ ଇଂଲଣ୍ଡ ଦଳ ଏହାକୁ ମଧ୍ୟ ଅତିକ୍ରମ କରିପାରି ନ ଥିଲା। ଆଜି ଦଳ ୧୯୫ ରନ୍‌ରେ ଅଲ୍ ଆଉଟ୍ ହୋଇଗଲା।

ଦ୍ୱିଶତକ ମାରିଥିବା ଅଧିନାୟକ ବିରାଟ କୋହଲିଙ୍କୁ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ପ୍ରଦାନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos