ଲଣ୍ଡନ: ଗୁରୁବାରଠାରୁ ଅଷ୍ଟ୍ରେଲିଆ ବିପକ୍ଷ ଖେଳାଯିବାକୁଥିବା ପଞ୍ଚମ ତଥା ଅନ୍ତିମ ଆଶେସ୍ ଟେଷ୍ଟ୍ ପାଇଁ ଇଂଲଣ୍ଡ ତା'ର ଚୂଡ଼ାନ୍ତ ଦଳର ଘୋଷଣା କରିଛି। ସ୍କ୍ୱାଡରୁ ଜେସନ୍ ରୟଙ୍କୁ ବାଦ୍ ଦିଆଯାଇଛି। ଇଂଲଣ୍ଡ ଟିମ୍ ସିରିଜକୁ ୨-୨ରେ ବରାବର କରିବାକୁ ଲକ୍ଷ୍ୟ ରଖିଛି। ଓଭାଲରେ ହେବାକୁଥିବା ଏହି ମୁକାବିଲାରେ ପେସ୍ ବୋଲର କ୍ରେଗ୍ ଓଭରଟନଙ୍କୁ ମଧ୍ୟ ସାମିଲ୍ କରାଯାଇନାହିଁ।
ସାମ୍ କୁରାନ୍ ଓ କ୍ରିସ୍ ଓକ୍ସଙ୍କୁ ଚୂଡ଼ାନ୍ତ ସ୍କ୍ୱାଡରେ ସୁଯୋଗ ମିଳିଛି। ଇଂଲଣ୍ଡ ଆଣ୍ଡ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି) ସ୍ପଷ୍ଟ କରିଛି ଯେ, କାନ୍ଧରେ ଆଘାତ କାରଣରୁ ବେନ୍ ଷ୍ଟୋକ୍ସ କେବଳ ସ୍ପେଶାଲିଷ୍ଟ ବ୍ୟାଟ୍ସମ୍ୟାନ୍ ଭାବେ ଖେଳିବେ। ସିରିଜ୍ ଡ୍ର' କରିବା ପାଇଁ ଇଂଲଣ୍ଡକୁ ଓଭାଲ ଟେଷ୍ଟ ଜିତିବାକୁ ପଡ଼ିବ। ତେବେ ଅଷ୍ଟ୍ରେଲିଆ ପୂର୍ବରୁ ହିଁ ଆଶେସ୍ ସିରିଜ୍ ବଜାୟ ରଖିସାରିଛି।
ଇଂଲଣ୍ଡ ସ୍କ୍ୱାଡ୍: ଜୋ ରୁଟ୍ (କ୍ୟାପଟେନ), ଜୋଫ୍ରା ଆର୍ଚର୍, ଜନ୍ନି ବେୟାରଷ୍ଟୋ (ୱିକେଟକିପର), ଷ୍ଟୁଆର୍ଟ ବ୍ରଡ୍, ରୋରୀ ବର୍ନସ୍, ଜୋସ ବଟଲର, ସାମ୍ କୁରାନ୍, ଜୋ ଡେନଲୀ, ଜ୍ୟାକ୍ ଲିଚ୍, ବେନ୍ ଷ୍ଟୋକ୍ସ, କ୍ରିସ୍ ଓକ୍ସ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ମହାରାଷ୍ଟ୍ର ନିର୍ବାଚନ: ସାନାଙ୍କଠାରୁ ହାରିଗଲେ ସ୍ୱରାଙ୍କ ସ୍ୱାମୀ
ହାରିବା ପରେ ଇଭିଏମ୍ ଟାମ୍ପରିଂ ଅଭିଯୋଗ ଆଣିଲେ ସ୍ୱରା ଓ ତାଙ୍କ ସ୍ୱାମୀ
Politics
ଇତିହାସ ରଚିଲା ବିଜେପି: ୩୧ ବର୍ଷ ପରେ ଏହି ମୁସଲିମ ବହୁଳ ଆସନରେ ଜିତିଲା
କୁଣ୍ଡାର୍କି ଗୋଟିଏ ମୁସଲିମ ବହୁଳ ଅଞ୍ଚଳ। ଏଠାରେ ୧୧ ଜଣ ମୁସଲିମ ପ୍ରାର୍ଥୀ ଉପ ନିର୍ବାଚନ ଲଢ଼ୁଥିବା ବେଳେ ବିଜେପି ଏକମାତ୍ର ହିନ୍ଦୁ ରାମବୀରଙ୍କୁ ଟିକେଟ ଦେଇଥିଲା।
Politics
ମହାରାଷ୍ଟ୍ର ବିଧାନସଭାରେ କାହାକୁ ମିଳିବନି ବିରୋଧୀ ଦଳ ନେତା ମାନ୍ୟତା!
ରାଜ୍ୟର ୨୮୮ଟି ବିଧାନସଭା ଆସନରୁ ଯେଉଁ ଦଳ ପାଖରେ ୧୦% ଅର୍ଥାତ ୨୯ଟି ଆସନ ଥିବ, ସେହି ଦଳ ବିରୋଧୀ ଦଳ ନେତା ପଦ ପାଇଁ ଦାବି ଜଣାଇ ପାରିବ।
National
ମହାରାଷ୍ଟ୍ରରେ ବିଜେପି ମେଣ୍ଟର ବିପୁଳ ବିଜୟ ପରେ କ’ଣ କହିଲେ ପ୍ରଧାନମନ୍ତ୍ରୀ
ମହାରାଷ୍ଟ୍ରରେ ବିଜେପି ନେତୃତ୍ୱାଧୀନ ମେଣ୍ଟକୁ ବିପୁଳ ବିଜୟ ମିଳିଥିବା ବେଳେ ଝାରଖଣ୍ଡରେ ଲକ୍ଷ୍ୟ ହାସଲ ହୋଇପାରିନାହିଁ।
Politics
ମୁଖମନ୍ତ୍ରୀ ପଦ ପାଇଁ ଦାବି ଜଣାଇଲେ ଏକନାଥ ସିନ୍ଦେ!
ମହାୟୁତ ପକ୍ଷରୁ ସିନ୍ଦେଙ୍କ ଘରେ ଗୋଟିଏ ବୈଠକ ବସିଥିଲା। ଏହି ସମୟରେ ଏକନାଥ ସିନ୍ଦେ ପୁଣି ମୁଖ୍ୟମନ୍ତ୍ରୀ ହେବାକୁ ଦାବି ଉପସ୍ଥାପନ କରିଥିବା ଜଣାପଡ଼ିଛି।