ଭାରତର ଏହି ରେକର୍ଡ ସହ ସମକକ୍ଷ ହେଲା ଇଂଲଣ୍ଡ

ଗଲ: ପ୍ରଥମ ଇନିଂସରେ ପଛୁଆ ରହିବା ସତ୍ତ୍ୱେ ଶ୍ରୀଲଙ୍କାଙ୍କୁ ୪ ୱିକେଟରେ ପରାସ୍ତ କରିଛି ଭ୍ରମଣକାରୀ ଇଂଲଣ୍ଡ। ପ୍ରଥମ ଇନିଂସ୍‌ରେ ଶ୍ରୀଲଙ୍କା ୩୮୧ ରନ୍‌ କରିଥିବା ବେଳେ ଇଂଲଣ୍ଡ ୩୪୪ ରନ୍‌ କରିଥିଲା। ତେବେ ଶ୍ରୀଲଙ୍କା ଦ୍ୱିତୀୟ ଇନିଂସ୍‌ରେ କେବଳ ୧୨୬ ରନ୍‌ କରିବାରୁ ଇଂଲଣ୍ଡ ଆଗରେ ୧୬୪ ରନ୍‌ର ଟାର୍ଗେଟ ରହିଥିଲା। ଏହାକୁ ଅଲରାଉଣ୍ଡର ଡମ୍‌ ସିବଲେ ଓ ଜୋଶ ବଟଲରଙ୍କ ଅପରାଜିତ ୭୫ ରନ୍‌ ଭାଗିଦାରୀ ବଦଳରେ ଇଂଲଣ୍ଡ ୬ ୱିକେଟରେ ହାସଲ କରିନେଇଛି। […]

fg

fg

Hemant Lenka
  • Published: Monday, 25 January 2021
  • Updated: 25 January 2021, 06:06 PM IST

Sports

Latest News

ଗଲ: ପ୍ରଥମ ଇନିଂସରେ ପଛୁଆ ରହିବା ସତ୍ତ୍ୱେ ଶ୍ରୀଲଙ୍କାଙ୍କୁ ୪ ୱିକେଟରେ ପରାସ୍ତ କରିଛି ଭ୍ରମଣକାରୀ ଇଂଲଣ୍ଡ। ପ୍ରଥମ ଇନିଂସ୍‌ରେ ଶ୍ରୀଲଙ୍କା ୩୮୧ ରନ୍‌ କରିଥିବା ବେଳେ ଇଂଲଣ୍ଡ ୩୪୪ ରନ୍‌ କରିଥିଲା। ତେବେ ଶ୍ରୀଲଙ୍କା ଦ୍ୱିତୀୟ ଇନିଂସ୍‌ରେ କେବଳ ୧୨୬ ରନ୍‌ କରିବାରୁ ଇଂଲଣ୍ଡ ଆଗରେ ୧୬୪ ରନ୍‌ର ଟାର୍ଗେଟ ରହିଥିଲା।

ଏହାକୁ ଅଲରାଉଣ୍ଡର ଡମ୍‌ ସିବଲେ ଓ ଜୋଶ ବଟଲରଙ୍କ ଅପରାଜିତ ୭୫ ରନ୍‌ ଭାଗିଦାରୀ ବଦଳରେ ଇଂଲଣ୍ଡ ୬ ୱିକେଟରେ ହାସଲ କରିନେଇଛି। ଏହି ବିଜୟ ସହ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌କୁ ଇଂଲିଶ ଟିମ୍‌ ୨-୦ରେ ଜିତି ନେଇଛି।

ସିରିଜ ବିଜୟ ସହ ଇଂଲଣ୍ଡ ଟିମ୍‌ ଭାରତର ରେକର୍ଡ ସହ ସମକକ୍ଷ ହୋଇଛି। ଭାରତ ପରେ ଶ୍ରୀଲଙ୍କା ବିପକ୍ଷରେ ୯ଟି ଟେଷ୍ଟ ବିଜୟ ହାସଲ କରିବାରେ ଇଂଲଣ୍ଡ ଦ୍ୱିତୀୟ ଦଳ ହୋଇଛି। ତେବେ ଭାରତ ତୁଳନାରେ ଇଂଲଣ୍ଡର ବିଜୟ ପ୍ରତିଶତ ଅଧିକ ରହିଛି। ଇଂଲଣ୍ଡ ଏଯାଏ ଶ୍ରୀଲଙ୍କାରେ ୧୮ଟି ଟେଷ୍ଟ ଖେଳି ୯ଟିରେ ଜିତିଥିବା ବେଳେ ଭାରତ ୨୪ଟି ମ୍ୟାଚ୍‌ ଖେଳି ୯ଟି ଟେଷ୍ଟ ଜିତିଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା, ଏହା ଇଂଲଣ୍ଡର ଶ୍ରୀଲଙ୍କାରେ କ୍ରମାଗତ ୫ମ ସିରିଜ ବିଜୟ। ୨୦୧୨ ଏପ୍ରିଲରୁ ଜୋ ରୁଟ୍‌ଙ୍କ ଇଂଲଶ ଟିମ୍‌ ଶ୍ରୀଲଙ୍କାରେ କୌଣସି ଟେଷ୍ଟ ମ୍ୟାଚ୍‌ ହାରିନାହିଁ। ଶ୍ରୀଲଙ୍କା ସିରିଜ୍‌ ଶେଷ ହେଇଥିବାରୁ ଏବେ ଇଂଲଣ୍ଡ ଭାରତ ଗସ୍ତରେ ଆସିବ। ଆସନ୍ତା ୫ ତାରିଖରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ୪ଟିକିଆ ଟେଷ୍ଟ ସିରିଜ ଆରମ୍ଭ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos