ଶେଷରେ ଇଂଲଣ୍ଡର ଜିତ୍, ଲଢ଼େଇ କରି ହାରିଲା ନ୍ୟୁଜିଲ୍ୟାଣ୍ଡ୍

ଲର୍ଡ୍ସ: ଓଃ କି ରୋମାଞ୍ଚ, କି ଉତ୍କଣ୍ଠା। ଶେଷରେ ଜିତିଲା କ୍ରିକେଟ୍। ମାତ୍ର ୬ ବଲରେ ନିର୍ଣ୍ଣୟ ହେଲା ବିଶ୍ୱ ଚାମ୍ପିଅନ୍। ସୁପର ଓଭରର ଶେଷ ବଲରେ ବଟ୍ଟଲରଙ୍କ ଷ୍ଟମ୍ପା ଭାଙ୍ଗିବା ଐତିହାସିକ ଲର୍ଡ୍ସରେ ଯେଉଁ ଆତସବାଜିର ପର୍ବ ସୃଷ୍ଟି କଲା, ତାହା ସାରା ଦୁନିଆକୁ କ୍ରିକେଟର ମନ୍ତ୍ର ଦେଇଥିବା ଟିମ୍ ଇଂଲଣ୍ଡକୁ ଲିଗ ମ୍ୟାଚରେ ପରାଜୟ ସତ୍ତ୍ୱେ ବିଶ୍ୱବିଜୟୀ ହେବାର ଏକ ସ୍ୱତନ୍ତ୍ର ସ୍ୱାଦ ଦେଇଛି। ଆଜି ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡରେ ଆୟୋଜକ ଇଂଲଣ୍ଡ ଯାବତୀୟ […]

eng

eng

Hemant Lenka
  • Published: Monday, 15 July 2019
  • Updated: 15 July 2019, 12:32 AM IST

Sports

Latest News

ଲର୍ଡ୍ସ: ଓଃ କି ରୋମାଞ୍ଚ, କି ଉତ୍କଣ୍ଠା। ଶେଷରେ ଜିତିଲା କ୍ରିକେଟ୍। ମାତ୍ର ୬ ବଲରେ ନିର୍ଣ୍ଣୟ ହେଲା ବିଶ୍ୱ ଚାମ୍ପିଅନ୍। ସୁପର ଓଭରର ଶେଷ ବଲରେ ବଟ୍ଟଲରଙ୍କ ଷ୍ଟମ୍ପା ଭାଙ୍ଗିବା ଐତିହାସିକ ଲର୍ଡ୍ସରେ ଯେଉଁ ଆତସବାଜିର ପର୍ବ ସୃଷ୍ଟି କଲା, ତାହା ସାରା ଦୁନିଆକୁ କ୍ରିକେଟର ମନ୍ତ୍ର ଦେଇଥିବା ଟିମ୍ ଇଂଲଣ୍ଡକୁ ଲିଗ ମ୍ୟାଚରେ ପରାଜୟ ସତ୍ତ୍ୱେ ବିଶ୍ୱବିଜୟୀ ହେବାର ଏକ ସ୍ୱତନ୍ତ୍ର ସ୍ୱାଦ ଦେଇଛି। ଆଜି ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡରେ ଆୟୋଜକ ଇଂଲଣ୍ଡ ଯାବତୀୟ ପରମ୍ପରାକୁ ଭାଙ୍ଗି ୨୦୧୯ ବିଶ୍ୱକପର ସାଇଲେଣ୍ଟ କିଲର ନ୍ୟୁଜିଲ୍ୟାଣ୍ଡକୁ ସୁପର୍ ଓଭରରେ ପରାସ୍ତ କରି କ୍ରିକେଟ୍ ଦୁନିଆରେ ନୂଆ ଇତିହାସ ରଚିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବିଶ୍ୱ କ୍ରିକେଟର ମହାକୁମ୍ଭରେ ଚାମ୍ପିଅନର ମୁକୁଟ ପିନ୍ଧିବା ପାଇଁ ଇଂଲିଶ ଦଳକୁ ଆଜି ଶେଷ ବଲ ପର୍ଯ୍ୟନ୍ତ ଲଢ଼େଇ ଜାରି ରଖିବାକୁ ପଡ଼ିଥିଲା। କିନ୍ତୁ ଶେଷରେ ଏହି ଜେଣ୍ଟଲମ୍ୟାନ୍ ଗେମରେ ବିଜୟର ମୁକୁଟ ପିନ୍ଧିଛି କ୍ରିକେଟର ଜନ୍ମଦାତା ଇଂଲଣ୍ଡ।

ରବିବାର ଅନୁଷ୍ଠିତ ବିଶ୍ୱକପ୍ ଫାଇନାଲରେ ନ୍ୟୁଜିଲ୍ୟାଣ୍ଡ୍ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ୍ ହରାଇ ୨୪୧ ରନ୍ କରିଥିଲା। ଜବାବରେ ଇଂଲଣ୍ଡ ମଧ୍ୟ ନିର୍ଦ୍ଧାରିତ ଓଭରରେ ୨୪୧ ରନ୍ କରି ଅଲଆଉଟ୍ ହୋଇ ମ୍ୟାଚ୍ ଟାଇ କରିଥିଲା। ସୁପର ଓଭରରେ ଇଂଲଣ୍ଡ ୧୫ ରନ୍ କରିଥିବା ବେଳେ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟ ସମାନ ରନ୍ କରି ମ୍ୟାଚ୍ ଟାଇ କରିଥିଲା।

ତେବେ ମ୍ୟାଚରେ ସର୍ବାଧିକ ବାଉଣ୍ଡ୍ରୀ ମାରିବା ଆଧାରରେ ଇଂଲଣ୍ଡକୁ ବିଜେତା ଘୋଷଣା କରାଯାଇଛି। ଇଂଲଣ୍ଡର ଏହି ବିଜୟରେ ହିରୋ ସାଜିଛନ୍ତି ବେନ୍ ଷ୍ଟୋକ୍ସ, ଯିଏ ଶେଷ ପର୍ଯ୍ୟନ୍ତ ନିଜ ଟିମ୍ ପାଇଁ ଲଢ଼ିଥିଲେ। ତାଙ୍କୁ ସହଯୋଗ କରିଥିଲେ ଜୋସ ବଟ୍ଟଲର୍। ଅନ୍ୟପକ୍ଷରେ ଜାଏଣ୍ଟ କିଲର୍ ନ୍ୟୁଜିଲ୍ୟାଣ୍ଡ୍ ମ୍ୟାଚ୍ ହାରିଥିଲେ ହେଁ, ଅଗଣିତ ପ୍ରଶଂସକଙ୍କ ହୃଦୟ ଜିଣିବାରେ ସଫଳ ହୋଇଛି।

ନ୍ୟୁଜିଲ୍ୟାଣ୍ଡ୍ ପକ୍ଷରୁ ଧାର୍ଯ୍ୟ ୨୪୨ ରନର ଚ୍ୟାଲେଞ୍ଜିଂ ଲକ୍ଷ୍ୟର ପିଛା କରୁଥିବା ଇଂଲଣ୍ଡ ଏକ ସମୟରେ ୮୬ ରନରେ ୪ ୱିକେଟ୍ ହରାଇ ବିପଦରେ ପଡ଼ିଥିଲା। ଟିମର ବିସ୍ଫୋରକ ଓପ୍ନର ଜେସନ୍ ରୟ ମାତ୍ର ୧୭ ରନ୍ କରି ମ୍ୟାଟ୍ ହେନରୀଙ୍କ ଶିକାର ହୋଇଥିଲେ। ଏହା ପରେ ଗ୍ରାଣ୍ଡହୋମ୍ ଇଂଲଣ୍ଡର ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ୍ ଜୋ ରୁଟ୍ (୭)ଙ୍କୁ ପ୍ୟାଭିଲିୟନ୍ ପଠାଇ ନ୍ୟୁଜିଲ୍ୟାଣ୍ଡକୁ ବଡ଼ ସଫଳତା ଦେଇଥିଲେ। ଜନ୍ନି ବେୟାରଷ୍ଟୋ (୩୬) ଭଲ ଖେଳିଆସୁଥିବା ବେଳେ ତାଙ୍କୁ ଫର୍ଗୁସନ୍ ଆଉଟ୍ କରି କିୱି ଟିମକୁ ତୃତୀୟ ସଫଳତା ଦେଇଥିଲେ।

କ୍ୟାପଟେନ୍ ଇଆନ୍ ମୋର୍ଗାନ୍ (୯) ମଧ୍ୟ କିଛି ଖାସ କରିପାରିନଥିଲେ। ନିଶାମଙ୍କ ବଲରେ ବଡ଼ ଶଟ୍ ଖେଳିବାକୁ ଯାଇ ମୋର୍ଗାନ୍ ଫର୍ଗୁସନଙ୍କ ଦ୍ୱାରା କ୍ୟାଚ୍ ହୋଇଥିଲେ। ଲଗାତାର ୪ ୱିକେଟ୍ ହରାଇବା ପରେ ଇଂଲଣ୍ଡ ବ୍ୟାକଫୁଟକୁ ଚାଲିଆସିଥିଲା, କିନ୍ତୁ ବେନ୍ ଷ୍ଟୋକ୍ସ ଓ ଜୋସ ବଟ୍ଟଲର୍ ୧୧୦ ରନର ଶତକୀୟ ଭାଗୀଦାରୀ କରି ଟିମକୁ ବିଜୟ ନିକଟଥର କରାଇଥିଲେ। ବଟ୍ଟଲର୍ ୫୯ (୬୦ ବଲ୍, ୬ ଚୌକା) ଆଉଟ୍ କରି ଫର୍ଗୁସନ୍ ନ୍ୟୁଜିଲ୍ୟାଣ୍ଡକୁ ମ୍ୟାଚରେ ପ୍ରତ୍ୟାବର୍ତ୍ତନ କରାଇଥିଲେ। ତାଙ୍କ ସ୍ଥାନରେ ଆସିଥିବା କ୍ରିସ୍ ଓକ୍ସ (୨)ଙ୍କୁ ମଧ୍ୟ ଫର୍ଗୁସନ୍ ପ୍ୟାଭିଲିୟନ୍ ପଠାଇଥିଲେ । ଏହା ପରେ ସବୁ ଭାର ଷ୍ଟୋକ୍ସଙ୍କ ଉପରକୁ ଚାଲିଆସିଥିଲା। ଷ୍ଟୋକ୍ସ ଶେଷ ପର୍ଯ୍ୟନ୍ତ ଲଢ଼ିଥିବା ବେଳେ ମ୍ୟାଚକୁ ଟାଇରେ ଶେଷ କରିଥିଲେ। ଷ୍ଟୋକ୍ସ ୯୮ ବଲରେ ୫ ଚୌକା ଓ ୨ ଛକା ସହ ୮୪ ରନ୍ କରି ଅପରାଜିତ ଥିଲେ।

ଲର୍ଡ୍ସରେ ଟସ୍ ନ୍ୟୁଜିଲ୍ୟାଣ୍ଡ୍ ସପକ୍ଷରେ ଯାଇଥିଲା ଏବଂ ଟିମ୍ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ନ୍ୟୁଜିଲ୍ୟାଣ୍ଡର ଆଉଟ୍ ଫର୍ମ ଓପ୍ନର ମାର୍ଟିନ୍ ଗପ୍ଟିଲ୍ ପୁଣିଥରେ ନିରାଶ କରିଥିଲେ। ସେ ୧୯ ରନ୍ କରି କ୍ରିସ୍ ଓକ୍ସଙ୍କ ବଲରେ ଏଲବିଡବ୍ଲ୍ୟୁ ହୋଇଥିଲେ। ପ୍ରାରମ୍ଭିକ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିବା ନ୍ୟୁଜିଲ୍ୟାଣ୍ଡ୍ ସ୍ଥିତି ସୁଧାରିଥିଲେ ହେନରୀ ନିକୋଲ୍ସ ଓ କ୍ୟାପଟେନ୍ କେନ୍ ୱିଲିୟମସନ୍। ଦୁହେଁ ଟିମ୍ ସ୍କୋରକୁ ୧୦୦ ପାର୍ କରାଇଥିଲେ। କିନ୍ତୁ ଏହି ସେଟ୍ ଯୋଡ଼ିକୁ ଇଂଲଣ୍ଡ ପେସର ଲିଆମ୍ ପ୍ଲଙ୍କେଟ୍ ଭାଙ୍ଗିବାରେ ସଫଳ ହୋଇଥିଲେ। ନ୍ୟୁଜିଲ୍ୟାଣ୍ଡର ଟପ୍ ସ୍କୋରର ୱିଲିୟମସନ୍ ୩୦ ରନ୍ କରିଥିବା ବେଳେ ଇଂଲଣ୍ଡ ୱିକେଟକିପର ଜୋସ ବଟ୍ଟଲରଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ।

ଏହା ପରେ ନିକୋଲ୍ସ ୭୧ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ । ଅର୍ଦ୍ଧଶତକ ପରେ ନିଜ ସ୍କୋରରେ ଆଉ ୫ ରନ୍ ଯୋଡ଼ି ନିକୋଲ୍ସ କ୍ଲିନ୍ ବୋଲ୍ଡ ହୋଇଥିଲେ। ନିକୋଲ୍ସ ୭୭ ବଲରେ ୪ ଚୌକା ସହ ୫୫ ରନ୍ କରିଥିଲେ। ଏହି ସମୟରେ ଟିମକୁ ଏକ ଭଲ ପାର୍ଟନରଶିପର ଆବଶ୍ୟକତା ହେଉଥିଲା, କିନ୍ତୁ ମଧ୍ୟକ୍ରମରେ କୌଣସି ବ୍ୟାଟ୍ସମ୍ୟାନ୍ ପ୍ରଦର୍ଶନରେ ସ୍ଥିରତା ଦେଖାଇନଥିଲେ। ଟମ୍ ଲାଥାମଙ୍କୁ ଛାଡ଼ି ଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ତାଙ୍କୁ ସହଯୋଗ କରିନଥିଲେ।

ଅଭିଜ୍ଞ ରସ୍ ଟେଲର୍ ମାତ୍ର ୧୫ ରନ୍ କରି ମାର୍କ ଉଡଙ୍କ ବଲରେ ଏଲବିଡବ୍ଲ୍ୟୁ ହୋଇଥିଲେ। ଜେମ୍ସ ନିଶାମ୍ (୧୯) ଓ କଲିନ୍ ଡି'ଗ୍ରାଣ୍ଡହୋମ୍ (୧୬) ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ। ଲାଥାମ ଶେଷ ପର୍ଯ୍ୟନ୍ତ ଲଢ଼ି ଟିମକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ । ସେ ୫୬ ବଲରେ ୨ ଚୌକା ଓ ୧ ଛକା ସହ ୪୭ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ମିଚେଲ୍ ସାଣ୍ଟନର୍ ୫ ରନ୍ କରି ଅପରାଜିତ ଥିଲେ। ଇଂଲଣ୍ଡ ପକ୍ଷରୁ ପ୍ଲଙ୍କେଟ୍ ଓ ଓକ୍ସ ୩ଟି ଲେଖାଏ ୱିକେଟ୍ ନେଇଥିବା ବେଳେ ମାର୍କ ଉଡ୍ ଓ ଜୋଫ୍ରା ଆର୍ଚର୍ ଗୋଟିଏ ୱିକେଟ୍ ହାସଲ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story