ଚତୁର୍ଥ ଟେଷ୍ଟ: ଭାରତ ୪୫୧/୭

galleryମୁମ୍ବାଇ: ମୁମ୍ବାଇ ୱାଙ୍ଖେଡ଼େ ଷ୍ଟାଡିୟମରେ ଚାଲିଥିବା ଚତୁର୍ଥ ଟେଷ୍ଟ୍ ମ୍ୟାଚ୍‌ରେ ପ୍ରଥମ ଇନିଂସରେ ଇଂଲଣ୍ଡର ୪୦୦ ରନ୍‌ର ଦୃଢ଼ ଜବାବ ଦେଇଛି ଭାରତ। ଆଜି ତୃତୀୟ ଦିନର ଷ୍ଟମ୍‌ ଅପସାରଣ ବେଳକୁ ଭାରତ ୭ ୱିକେଟ୍‌ ହରାଇ ୪୫୧ କରିଛି।

ଗତକାଲିଠାରୁ ବ୍ୟାଟିଂ ଆରମ୍ଭ କରିଥିବା ଭାରତୀୟ ଦଳ ଆଜି ତା’ର ଇନିଂସକୁ ଆଗେଇ ନେଇଥିଲା। ପ୍ରଥମେ ଚେତେଶ୍ୱର ପୂଜାରା ୪୭ ରନ୍‌ କରି ଆଉଟ ହୋଇଥିଲେ। ତା’ପରେ ମୁରଲୀ ବିଜୟ ୧୩୭ ରନ୍‌, କେ ନାୟାର ୧୩, ପାର୍ଥିଭ ପଟେଲ ୧୫, ରବିଚନ୍ଦ୍ରନ ଅଶ୍ୱିନି ଶୁନ୍‌, ରବିନ୍ଦ୍ର ଜାଡ଼େଜା ୨୫ ଓ ଗତକାଲି ଲୋକେଶ ରାହୁଲ୍‌ ୨୪ ରନ୍‌ କରି ଆଉଟ୍‌ ହୋଇଥିଲେ। ଅଧିନାୟକ ବିରାଟ୍‌ କୋହଲୀ ୧୪୭ ଓ ଜୟନ୍ତ ଯାଦବ ୩୦ ରନ୍‌ କରି ନଟ୍‌ଆଉଟ୍‌ ଅଛନ୍ତି। ଇଂଲଣ୍ଡ ପକ୍ଷରୁ ଏମ୍‌ଏମ୍‌ ଅଲ୍ଲୀ ୨ଟି, ଜେଇ ରୁଟ୍‌ ୨ଟି,  ଏୟୁ ରସିଦ୍‌ ୨ଟି ଓ ଜେଟି ବେଲ୍‌ ଗୋଟିଏ ୱିକେଟ୍‌ ନେଇଥିଲେ।