ଇଂଲଣ୍ଡକୁ ୨୩୩ ରନର ଟାର୍ଗେଟ୍ ଦେଲା ଶ୍ରୀଲଙ୍କା

ଲିଡ୍ସ: ଚଳିତ ଆଇସିସି ବିଶ୍ୱକପର ୨୭ତମ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଆୟୋଜକ ଇଂଲଣ୍ଡ ଓ ଶ୍ରୀଲଙ୍କା। ଏହି ମ୍ୟାଚରେ ଶ୍ରୀଲଙ୍କା ଖରାପ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍ ହରାଇ ୨୩୨ ରନ୍ କରିବାକୁ ସକ୍ଷମ ହୋଇଛି। ଫଳରେ ଇଂଲଣ୍ଡକୁ ମ୍ୟାଚ୍ ଜିତିବା ପାଇଁ ୨୩୩ ରନ୍ କରିବାକୁ ପଡ଼ିବ। ଶ୍ରୀଲଙ୍କା ପକ୍ଷରୁ ଆଞ୍ଜେଲୋ ମାଥ୍ୟୁସ୍ ସର୍ବାଧିକ ୮୫ ରନ୍ କରି ଅପରାଜିତ ରହିଥିବା ବେଳେ ଅଭିସ୍କା ଫର୍ଣ୍ଣାଣ୍ଡୋ (୪୯) ଓ କୁଶଲ ମେଣ୍ଡିସ୍ […]

archer

archer

Hemant Lenka
  • Published: Friday, 21 June 2019
  • Updated: 21 June 2019, 06:31 PM IST

Sports

Latest News

ଲିଡ୍ସ: ଚଳିତ ଆଇସିସି ବିଶ୍ୱକପର ୨୭ତମ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଆୟୋଜକ ଇଂଲଣ୍ଡ ଓ ଶ୍ରୀଲଙ୍କା। ଏହି ମ୍ୟାଚରେ ଶ୍ରୀଲଙ୍କା ଖରାପ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍ ହରାଇ ୨୩୨ ରନ୍ କରିବାକୁ ସକ୍ଷମ ହୋଇଛି। ଫଳରେ ଇଂଲଣ୍ଡକୁ ମ୍ୟାଚ୍ ଜିତିବା ପାଇଁ ୨୩୩ ରନ୍ କରିବାକୁ ପଡ଼ିବ।

ଶ୍ରୀଲଙ୍କା ପକ୍ଷରୁ ଆଞ୍ଜେଲୋ ମାଥ୍ୟୁସ୍ ସର୍ବାଧିକ ୮୫ ରନ୍ କରି ଅପରାଜିତ ରହିଥିବା ବେଳେ ଅଭିସ୍କା ଫର୍ଣ୍ଣାଣ୍ଡୋ (୪୯) ଓ କୁଶଲ ମେଣ୍ଡିସ୍ (୪୬) ଉପଯୋଗୀ ଯୋଗଦାନ କରିଛନ୍ତି। ତେବେ ପୂରା ମ୍ୟାଚରେ ଇଂଲଣ୍ଡ ବୋଲରଙ୍କ ପ୍ରାଧାନ୍ୟ ଦେଖିବାକୁ ମିଳିଥିଲା, ଯେଉଁକାରଣରୁ ଶ୍ରୀଲଙ୍କା ବଡ଼ ସ୍କୋର କରିବାରୁ ବଞ୍ଚିତ ହୋଇଛି।

ହେଡିଂଲେରେ ଅନୁଷ୍ଠିତ ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ଶ୍ରୀଲଙ୍କା କ୍ୟାପଟେନ୍ ଦିମୁତ କରୁଣାରତ୍ନେଙ୍କୁ ମହଙ୍ଗା ପଡ଼ିଥିଲା। ଟିମ୍ ମାତ୍ର ୩ ରନରେ ଦୁଇ ଓପ୍ନର କରୁଣାରତ୍ନେ (୧) ଓ କୁଶଲ ପରେରା (୨)ଙ୍କ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା। ତେବେ ଅଭିସ୍କା ଫର୍ଣ୍ଣାଣ୍ଡୋ ଓ କୁଶଲ ମେଣ୍ଡିସ୍ ତୃତୀୟ ୱିକେଟ୍ ପାଇଁ ୫୯ ରନର ଭାଗୀଦାରୀ ଟିମର ସ୍ଥିତି ସୁଧାରିଥିଲେ।

ପର୍ଣ୍ଣାଣ୍ଡୋ ଦ୍ରୁତ ରନ୍ କରିବା ପ୍ରୟାସରେ ମାର୍କ ଉଡଙ୍କ ବଲରେ ଆଉଟ୍ ହୋଇଥିଲେ। ଆଉଟ୍ ହେବା ପୂର୍ବରୁ ସେ ୪୯ (୩୯ ବଲ୍, ୬ ଚୌକା, ୨ ଛକା) ରନ୍ କରିଥିଲେ। ଏହା ପରେ ଅଭିଜ୍ଞ ମାଥ୍ୟୁସ୍ ଓ ମେଣ୍ଡିସ୍ ଟିମ୍ ସ୍କୋରକୁ ୧୦୦ ଅତିକ୍ରମ କରାଇଥିଲେ। ଦୁହେଁ ଚତୁର୍ଥ ୱିକେଟ୍ ପାଇଁ ୭୧ ରନ୍ ଯୋଡ଼ିଥିବା ବେଳେ ମେଣ୍ଡିସ୍ (୪୬)ଙ୍କୁ ଆଦିଲ୍ ରଶିଦ୍ ପ୍ୟାଭିଲିୟନ୍ ପଠାଇଥିଲେ।

ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଜୀବନ ମେଣ୍ଡିସ ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇଥିଲେ। ତାଙ୍କୁ ମଧ୍ୟ ରଶିଦ୍ କଟ୍ ଆଣ୍ଡ ବୋଲ୍ଡ କରିଥିଲେ । ଏହି ସମୟରେ ଶ୍ରୀଲଙ୍କା ଅଧା ବ୍ୟାଟ୍ସମ୍ୟାନଙ୍କୁ ହରାଇ ବିପଦରେ ପଡ଼ିଥିବା ବେଳେ ମାଥ୍ୟୁସ୍ ଶେଷ ପର୍ଯ୍ୟନ୍ତ ଲଢ଼ି ଟିମକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ।

ଶେଷଭାଗରେ ଧନଞ୍ଜୟ ଡି'ସିଲଭା (୨୯), ଥିସାରା ପରେରା (୨), ଇସୁରୁ ଉଦାନା (୬) ଓ ଲସିଥ୍ ମାଲିଙ୍ଗା (୧) ନିରାଶ କରିଥିଲେ। ମାଥ୍ୟୁସ୍ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ୧୧୫ ବଲରେ ୫ ଚୌକା ଓ ୧ ଛକା ସହ ୮୫ ରନ୍ କରିଥିଲେ। ଇଂଲଣ୍ଡ ପକ୍ଷରୁ ଆର୍ଚର ଓ ଉଡ୍ ୩ଟି ଲେଖାଏ ୱିକେଟ୍ ନେଇଥିବା ବେଳେ ରଶିଦ୍ ଦୁଇଟି ୱିକେଟ୍ ହାସଲ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos