ପ୍ରଥମେ ବ୍ୟାଟିଂ କରିବ ୱେଷ୍ଟଇଣ୍ଡିଜ୍, ଫେରିଲେ ରସେଲ୍

ସାଉଥାମ୍ପଟନ୍: ଚଳିତ ବିଶ୍ୱକପର ୧୯ତମ ମ୍ୟାଚ୍ ଆଜି ଆୟୋଜକ ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ ଇଂଲଣ୍ଡ କ୍ୟାପଟେନ୍ ଇଆନ୍ ମୋର୍ଗାନ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ୱେଷ୍ଟଇଣ୍ଡିଜ୍ ପ୍ରଥମେ ବ୍ୟାଟିଂ କରିବ। ୱିଣ୍ଡିଜ୍ ଦଳରେ ତିନୋଟି ପରିବର୍ତ୍ତନ କରାଯାଇଛି। ଷ୍ଟାର୍ ଅଲରାଉଣ୍ଡର ଆନ୍ଦ୍ରେ ରସେଲ୍ ଫିଟ୍ ହୋଇ ଟିମକୁ ଫେରିଛନ୍ତି। ସେହିପରି ଓପନିଂ ବ୍ୟାଟ୍ସମ୍ୟାନ୍ ଏଭିନ୍ ଲୁଇସ୍ ଓ ଶ୍ୟାନନ୍ ଗାବ୍ରିଏଲ୍ ମଧ୍ୟ ପ୍ରତ୍ୟାବର୍ତ୍ତନ କରିଛନ୍ତି। ତେବେ […]

eng vs wi

Hemant Lenka
  • Published: Friday, 14 June 2019
  • , Updated: 14 June 2019, 03:29 PM IST

ସାଉଥାମ୍ପଟନ୍: ଚଳିତ ବିଶ୍ୱକପର ୧୯ତମ ମ୍ୟାଚ୍ ଆଜି ଆୟୋଜକ ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ ଇଂଲଣ୍ଡ କ୍ୟାପଟେନ୍ ଇଆନ୍ ମୋର୍ଗାନ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ୱେଷ୍ଟଇଣ୍ଡିଜ୍ ପ୍ରଥମେ ବ୍ୟାଟିଂ କରିବ। ୱିଣ୍ଡିଜ୍ ଦଳରେ ତିନୋଟି ପରିବର୍ତ୍ତନ କରାଯାଇଛି।

ଷ୍ଟାର୍ ଅଲରାଉଣ୍ଡର ଆନ୍ଦ୍ରେ ରସେଲ୍ ଫିଟ୍ ହୋଇ ଟିମକୁ ଫେରିଛନ୍ତି। ସେହିପରି ଓପନିଂ ବ୍ୟାଟ୍ସମ୍ୟାନ୍ ଏଭିନ୍ ଲୁଇସ୍ ଓ ଶ୍ୟାନନ୍ ଗାବ୍ରିଏଲ୍ ମଧ୍ୟ ପ୍ରତ୍ୟାବର୍ତ୍ତନ କରିଛନ୍ତି। ତେବେ ଆଶଲେ ନର୍ସ, କେମାର ରୋଚ୍ ଓ ଡାରେନ୍ ବ୍ରାଭୋ ବାଦ୍ ପଡ଼ିଛନ୍ତି ।

ସେହିପରି ଇଂଲଣ୍ଡ ତା'ର ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିନାହିଁ। ସୂଚନାଯୋଗ୍ୟ, ୱେଷ୍ଟଇଣ୍ଡିଜ୍ ତା'ର ଶେଷ ମ୍ୟାଚରେ ଦକ୍ଷିଣ ଆଫ୍ରିକା ସହ ପଏଣ୍ଟ ଭାଗ କରିଥିଲା। ଅନ୍ୟପକ୍ଷରେ ଇଂଲଣ୍ଡ ତା'ର ଶେଷ ମ୍ୟାଚରେ ବାଂଲାଦେଶକୁ ପରାସ୍ତ କରିଛି । ପଏଣ୍ଟ ଟେବୁଲରେ ଇଂଲଣ୍ଡ ଚତୁର୍ଥ ଓ ୱେଷ୍ଟଇଣ୍ଡିଜ୍ ଷଷ୍ଠ ସ୍ଥାନରେ ଅଛି।

ୱେଷ୍ଟଇଣ୍ଡିଜ୍ ଏକାଦଶ: କ୍ରିସ୍ ଗେଲ୍, ଏଭିନ୍ ଲୁଇସ୍, ଶାଇ ହୋପ୍ (ୱିକେଟକିପର), ନିକୋଲାସ ପୂରାନ, ଶିମରନ୍ ହେଟମେୟର, ଜେସନ୍ ହୋଲ୍ଡର (ଅଧିନାୟକ), ଆନ୍ଦ୍ରେ ରସେଲ୍, କାର୍ଲସ୍ ବ୍ରାଥୱେଟ୍, ଶ୍ୟାନନ୍ ଗାବ୍ରିଏଲ୍, ଶେଲଡନ୍ କଟ୍ଟରେଲ୍, ଓଶାନି ଟମାସ।

ଇଂଲଣ୍ଡ ଏକାଦଶ: ଜେସନ୍ ରୟ, ଜନ୍ନି ବେୟାରଷ୍ଟୋ, ଜୋ ରୁଟ୍, ଇଆନ୍ ମୋର୍ଗାନ୍ (ଅଧିନାୟକ), ବେନ୍ ଷ୍ଟୋକ୍ସ, ଜୋସ ବଟଲର (ୱିକେଟକିପର), କ୍ରିସ୍ ଓକ୍ସ, ଆଦିଲ୍ ରଶିଦ୍, ଲିଆମ୍ ପ୍ଲଙ୍କେଟ୍, ଜୋଫ୍ରା ଆର୍ଚର୍, ମାର୍କ ଉଡ୍।

Related story