ଅନ୍ତର୍ଜାତୀୟ କ୍ରିକେଟକୁ ସାରା ଟେଲରଙ୍କ ଅଲବିଦା

ଲଣ୍ଡନ: ଇଂଲଣ୍ଡ ମହିଳା ଟିମର ୱିକେଟକିପର-ବ୍ୟାଟ୍ସଓମ୍ୟାନ୍ ସାରା ଟେଲର ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେବାକୁ ଘୋଷଣା କରିଛନ୍ତି। ଏହି ୩୦ ବର୍ଷୀୟା ଖେଳାଳି ୨୦୦୬ରେ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିଲେ ଏବଂ ତିନୋଟି ଯାକ ଫର୍ମାଟରେ ମୋଟ ୨୨୬ ମ୍ୟାଚ୍ ଖେଳିଛନ୍ତି। ସେ ମଧ୍ୟ ବିଶ୍ୱର ଅନ୍ୟତମ ସର୍ବଶ୍ରେଷ୍ଠ ଖେଳାଳି। ବର୍ତ୍ତମାନ ସାରା ଚିନ୍ତାରେ ଥିବାରୁ କ୍ରିକେଟର ମଜା ଉଠାଇପାରୁ ନାହାନ୍ତି ଏବଂ ଏହି କାରଣରୁ ସେ ସନ୍ନ୍ୟାସ ନେବାକୁ ବାଧ୍ୟ ହେଲେ ବୋଲି ଇଂଲଣ୍ଠ ଆଣ୍ଡ […]

sarah

sarah

Ranjit Kumar Jena
  • Published: Friday, 27 September 2019
  • Updated: 27 September 2019, 08:56 PM IST

Sports

Latest News

ଲଣ୍ଡନ: ଇଂଲଣ୍ଡ ମହିଳା ଟିମର ୱିକେଟକିପର-ବ୍ୟାଟ୍ସଓମ୍ୟାନ୍ ସାରା ଟେଲର ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେବାକୁ ଘୋଷଣା କରିଛନ୍ତି। ଏହି ୩୦ ବର୍ଷୀୟା ଖେଳାଳି ୨୦୦୬ରେ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିଲେ ଏବଂ ତିନୋଟି ଯାକ ଫର୍ମାଟରେ ମୋଟ ୨୨୬ ମ୍ୟାଚ୍ ଖେଳିଛନ୍ତି। ସେ ମଧ୍ୟ ବିଶ୍ୱର ଅନ୍ୟତମ ସର୍ବଶ୍ରେଷ୍ଠ ଖେଳାଳି।

ବର୍ତ୍ତମାନ ସାରା ଚିନ୍ତାରେ ଥିବାରୁ କ୍ରିକେଟର ମଜା ଉଠାଇପାରୁ ନାହାନ୍ତି ଏବଂ ଏହି କାରଣରୁ ସେ ସନ୍ନ୍ୟାସ ନେବାକୁ ବାଧ୍ୟ ହେଲେ ବୋଲି ଇଂଲଣ୍ଠ ଆଣ୍ଡ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି) ପକ୍ଷରୁ କୁହାଯାଇଛି। ଏ ନେଇ ସାରା କହିଛନ୍ତି, "୨୦୦୬ରେ ମୋ ସ୍ୱପ୍ନ ସାକାର ହୋଇଥିଲା ଏବଂ ସର୍ବଶ୍ରେଷ୍ଠ ଖେଳାଳିଙ୍କ ସହ ଯାହା ହାସଲ କଲିଛି, ସେଥିରୁ ମୁଁ ଗର୍ବିତ।

ବର୍ତ୍ତମାନ ମୁଁ ମୋ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ଅଛି ଏବଂ ଅବସର ନେବାର ଏହାହିଁ ଉପଯୁକ୍ତ ସମୟ। କିନ୍ତୁ ଇଂଲଣ୍ଡ ପକ୍ଷରୁ ଖେଳି ମୁଁ ପ୍ରତିଟି ମୁହୂର୍ତ୍ତର ଭରପୂର ଆନନ୍ଦ ଉାଇଛି। ମୋର ସମର୍ଥନ କରିବା ପାଇଁ ସମସ୍ତଙ୍କୁ ଧନ୍ୟବାଦ।" ସୂଚନାଯୋଗ୍ୟ, ସାରା ଟେଲର ଅନ୍ତର୍ଜାତୀୟ କ୍ରିକେଟରେ ୬୫୩୩ ରନ୍ କରିଛନ୍ତି ଏବଂ ସେ ଦ୍ୱିତୀୟ ମହିଳା ବ୍ୟାଟ୍ସଓମ୍ୟାନ୍ ଭାବେ ଇଂଲଣ୍ଡ ପକ୍ଷରୁ ସର୍ବାଧିକ ରନ୍ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos