କ୍ରିକେଟର ମହମ୍ମଦ ଶାମିଙ୍କ ପତ୍ନୀଙ୍କ ସୁରକ୍ଷା ସମ୍ପର୍କରେ ପୁଲିସକୁ‌ ଏମିତି ନିର୍ଦ୍ଦେଶ ଦେଲେ କୋର୍ଟ

କୋଲକାତା: କ୍ରିକେଟର ମହମ୍ମଦ ଶାମିଙ୍କ ଠାରୁ ଛାଡ଼ପତ୍ର ପାଇଁ ଆବେଦନ କରିଥିବା ତାଙ୍କ ପତ୍ନୀ ହସିନ ଜାହାନଙ୍କ ଆବେଦନର ଶୁଣାଣି କରି କ୍ୟାଲକାଟା ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ହସିନଙ୍କୁ ସମସ୍ତ ପ୍ରକାରର ସୁରକ୍ଷା ଯୋଗାଇ ଦେବାକୁ ଆଜି କୋର୍ଟ ରାଜ୍ୟ ପୁଲିସ୍‌କୁ ନିର୍ଦ୍ଦେଶ ଦେଇଛନ୍ତି। ସେ ସୋଶାଲ ମିଡିଆରେ କିଛି ପୋଷ୍ଟ କରିବା ପରେ ଅନେକ ଲୋକ ତାଙ୍କୁ ଧମକ ଦେବା ଆରମ୍ଭ କରିଥିଲେ। ଏହି କାରଣରୁ ସେ ଅଭିଯୋଗ ଦାଖଲ କରିଥିଲେ। ଏହାର ଶୁଣାଣି […]

h

h

Hemant Lenka
  • Published: Wednesday, 30 September 2020
  • Updated: 30 September 2020, 05:23 PM IST

Sports

Latest News

କୋଲକାତା: କ୍ରିକେଟର ମହମ୍ମଦ ଶାମିଙ୍କ ଠାରୁ ଛାଡ଼ପତ୍ର ପାଇଁ ଆବେଦନ କରିଥିବା ତାଙ୍କ ପତ୍ନୀ ହସିନ ଜାହାନଙ୍କ ଆବେଦନର ଶୁଣାଣି କରି କ୍ୟାଲକାଟା ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ହସିନଙ୍କୁ ସମସ୍ତ ପ୍ରକାରର ସୁରକ୍ଷା ଯୋଗାଇ ଦେବାକୁ ଆଜି କୋର୍ଟ ରାଜ୍ୟ ପୁଲିସ୍‌କୁ ନିର୍ଦ୍ଦେଶ ଦେଇଛନ୍ତି।

ସେ ସୋଶାଲ ମିଡିଆରେ କିଛି ପୋଷ୍ଟ କରିବା ପରେ ଅନେକ ଲୋକ ତାଙ୍କୁ ଧମକ ଦେବା ଆରମ୍ଭ କରିଥିଲେ। ଏହି କାରଣରୁ ସେ ଅଭିଯୋଗ ଦାଖଲ କରିଥିଲେ। ଏହାର ଶୁଣାଣି କରି କୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ହସିନଙ୍କ ଓକିଲ ଆଶୀଷ ଚକ୍ରବର୍ତ୍ତୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ କହିଥିଲେ ଯେ ହସିନଙ୍କ ଜୀବନ ପ୍ରତି ବିପଦ ରହିଛି।

କିଛି ଲୋକ ତାଙ୍କୁ ବାରମ୍ବାର ସୋଶାଲ ମିଡିଆ ପୋଷ୍ଟକୁ ନେଇ ଧମକ ଦେଉଛନ୍ତି। ଏନେଇ ସେ ପୁଲିସ୍‌ରେ ଅଭିଯୋଗ କରିଥିଲେ। ତେବେ ପୁଲିସ୍‌ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିବା ସେ ଅଭିଯୋଗ କରିଛନ୍ତି।

ସରକାରଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ଆଇନଜୀବୀ ଅମିତେଶ ବାନାର୍ଜୀ କହିଥିଲେ ଯେ ପୁଲିସ୍‌ ହସିନାଙ୍କ ଅଭିଯୋଗ ପାଇବା ପରେ ମାମଲା ରୁଜୁ କରିଛି। ଏବେ ବି ତଦନ୍ତ ଜାରି ରହିଛି। ଉଭୟ ପକ୍ଷଙ୍କୁ ଶୁଣିବା ପରେ ବିଜାରପତି ଜଷ୍ଟିସ ଦେବାଙ୍ଗୁସ ବାସ୍କ କହିଛନ୍ତି ଯେ ହସିନ ଜାହାନଙ୍କର ଯେମିତି କୌଣସି ବି କ୍ଷତି ହେବ ନାହିଁ, ସେକଥା ପୁଲିସ୍‌ ସୁନିଶ୍ଚିତ କରିବା ଦରକାର।

ତାଙ୍କୁ ପୁଲିସ୍‌ ସମସ୍ତ ପ୍ରକାରର ସୁରକ୍ଷା ଯୋଗାଇବ। ଅଭିଯୋଗ ପାଇବା ପରେ ପୁଲିସ୍ କ’ଣ ସବୁ ପଦକ୍ଷେପ ନେଇଛି, ତା’ର ରିପୋର୍ଟ ଦାଖଲ କରିବାକୁ କୋର୍ଟ ପୁଲିସକୁ କହିଛନ୍ତି। ଆସନ୍ତା ୪ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି କୋର୍ଟ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos