ଇଂଲଣ୍ଡ କ୍ୟାପଟେନ୍ ଇଆନ୍ ମୋର୍ଗାନଙ୍କ ବିଶ୍ୱ ରେକର୍ଡ

ମାଞ୍ଚେଷ୍ଟର: ଇଂଲଣ୍ଡ କ୍ୟାପଟେନ୍ ଇଆନ୍ ମୋର୍ଗାନ୍ ନୂଆ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ମଙ୍ଗଳବାର ମାଞ୍ଚେଷ୍ଟରରେ ଖେଳାଯାଇଥିବା ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ମୋର୍ଗାନ୍ ନିଜର ୧୪୮ ରନର ବିସ୍ଫୋରକ ଇନିଂସରେ ୧୭ ଛକା ମାରି ଏହି ବିଶ୍ୱ କୀର୍ତ୍ତିମାନ କରିଛନ୍ତି। ଏହି ମାମଲାରେ ସେ ଭାରତର ରୋହିତ୍ ଶର୍ମା, ୱେଷ୍ଟଇଣ୍ଡିଜର କ୍ରିସ୍ ଗେଲ୍ ଓ ଦକ୍ଷିଣ ଆଫ୍ରିକାର ଏବି ଡି’ଭିଲିୟର୍ସଙ୍କୁ ପଛରେ ପକାଇ ଦେଇଛନ୍ତି। ରୋହିତ୍ ୨୦୧୩ରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ୧୬ ଛକା ମାରି ବିଶ୍ୱ […]

eion

Hemant Lenka
  • Published: Tuesday, 18 June 2019
  • , Updated: 18 June 2019, 07:11 PM IST

ମାଞ୍ଚେଷ୍ଟର: ଇଂଲଣ୍ଡ କ୍ୟାପଟେନ୍ ଇଆନ୍ ମୋର୍ଗାନ୍ ନୂଆ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ମଙ୍ଗଳବାର ମାଞ୍ଚେଷ୍ଟରରେ ଖେଳାଯାଇଥିବା ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ମୋର୍ଗାନ୍ ନିଜର ୧୪୮ ରନର ବିସ୍ଫୋରକ ଇନିଂସରେ ୧୭ ଛକା ମାରି ଏହି ବିଶ୍ୱ କୀର୍ତ୍ତିମାନ କରିଛନ୍ତି। ଏହି ମାମଲାରେ ସେ ଭାରତର ରୋହିତ୍ ଶର୍ମା, ୱେଷ୍ଟଇଣ୍ଡିଜର କ୍ରିସ୍ ଗେଲ୍ ଓ ଦକ୍ଷିଣ ଆଫ୍ରିକାର ଏବି ଡି'ଭିଲିୟର୍ସଙ୍କୁ ପଛରେ ପକାଇ ଦେଇଛନ୍ତି।

ରୋହିତ୍ ୨୦୧୩ରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ୧୬ ଛକା ମାରି ବିଶ୍ୱ ରେକର୍ଡ କରିଥିଲେ। ସେହିପରି ଏବି ଡି'ଭିଲିୟର୍ସ ୨୦୧୫ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୧୬ ଛକା ଏବଂ ଗେଲ୍ ୨୦୧୫ରେ ଜିମ୍ବାୱେ ବିପକ୍ଷ ବିଶ୍ୱକପ ମ୍ୟାଚରେ ମଧ୍ୟ ସମାନ ସଂଖ୍ୟକ ଛକା ମାରିବାର ରେକର୍ଡ କରିଛନ୍ତି। ଏହାଛଡ଼ା ବିଶ୍ୱକପ ମ୍ୟାଚର କୌଣସି ଏକ ଇନିଂସରେ ସର୍ବାଧିକ ଛକାର ରେକର୍ଡ ମୋର୍ଗାନଙ୍କ ନାମରେ ହୋଇଛି। ସେହିପରି ମୋର୍ଗାନ୍ ଛକା (୧୭ ଛକା ଅର୍ଥାତ୍ ୧୦୨ ରନ୍)ରେ ହିଁ ଶତକ ପୂରଣ କରିଛନ୍ତି। ତେବେ ସେ ନିଜ ଇନିଂସରେ ମାତ୍ର ୪ ଚୌକା ମାରିଥିଲେ।

ଏହି ମ୍ୟାଚରେ ମୋର୍ଗାନ୍ ଆଉ ଏକ ରେକର୍ଡର ମଧ୍ୟ ଅଧିକାରୀ ହୋଇଛନ୍ତି। ମୋର୍ଗାନ୍ ଚତୁର୍ଥ ବ୍ୟାଟ୍ସମ୍ୟାନ୍ ଭାବେ ବିଶ୍ୱକପରେ ଦ୍ରୁତ ଶତକ ମାରିଛନ୍ତି। ସେ ମାତ୍ର ୫୭ ବଲରେ ଏହି କାରାନାମା କରିଛନ୍ତି। ତେବେ ବିଶ୍ୱକପରେ ଦ୍ରୁତ ଶତକର ରେକର୍ଡ ଆୟର୍ଲ୍ୟାଣ୍ଡର କେଭିନ୍ ଓ' ବ୍ରାଏନଙ୍କ ନାମରେ ରହିଛି।

ବ୍ରାଏନ୍ ୨୦୧୧ ବିଶ୍ୱକପରେ ଇଂଲଣ୍ଡ ବିପକ୍ଷରେ ମାତ୍ର ୫୦ ବଲରେ ଶତକ ମାରିଥିଲେ। ଏହା ପରେ ଦ୍ୱିତୀୟ ଅଛନ୍ତି ଅଷ୍ଟ୍ରେଲିଆର ଗ୍ଲେନ୍ ମ୍ୟାକ୍ସୱେଲ, ଯିଏ ୨୦୧୫ରେ ଶ୍ରୀଲଙ୍କା ବିପକ୍ଷରେ ମାତ୍ର ୫୧ ବଲରେ ଶତକ ମାରିଥିଲେ। ସେହିପରି ଏବି ଡି'ଭିଲିୟର୍ସ ୨୦୧୫ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ମାତ୍ର ୫୫ ବଲରେ ଶତକ ମାରିଥିଲେ।

ମୋର୍ଗାନଙ୍କ ବ୍ୟତୀତ ଇଂଲଣ୍ଡ ଟିମ୍ ମଧ୍ୟ ଛକା ମାରିବାରେ ବିଶ୍ୱ ରେକର୍ଡ କରିଛି। ଇଂଲଣ୍ଡ ଏହି ମ୍ୟାଚରେ ମୋଟ ୨୫ ଛକା ମାରିଛି । ଏହା ପୂର୍ବରୁ ରେକର୍ଡ ଇଂଲଣ୍ଡ ନାଁରେ ହିଁ ଥିଲା। ଚଳିତ ବର୍ଷ ୱେଷ୍ଟଇଣ୍ଡିଜ୍ ବିପକ୍ଷ ମ୍ୟାଚରେ ଇଂଲଣ୍ଡ ଗୋଟିଏ ମ୍ୟାଚରେ ମୋଟ ୨୪ ଛକା ମାରିଥିଲା।

Related story