ପ୍ରଭଞ୍ଜନଙ୍କ ନାଁରେ ବୟସ ଜାଲିଆତି ଅଭିଯୋଗ

ଭୁବନେଶ୍ୱର: ଓଡ଼ିଶା କ୍ରିକେଟ୍ ଆସୋସିଏସନ୍‌ର ବୟସ ଜାଲିଆତି ମାମଲା ହାଟରେ ପଡ଼ି ଦାଣ୍ଡରେ ଗଡ଼ୁଥିବା ବେଳେ ଓଡ଼ିଶା ରଣଜୀ ଟିମ୍‌ର ପୂର୍ବତନ ଅଧିନାୟକ ପ୍ରଭଞ୍ଜନ ମଲ୍ଲିକଙ୍କ ବୟସ ଜାଲିଆତି ଅଭିଯୋଗକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ଭୁବନେଶ୍ୱରରେ ଶେଷ ହୋଇଥିବା ଓଡ଼ିଶା ଓପନ୍ ଟେନିସ୍ ଟୁର୍ଣ୍ଣାମେଣ୍ଟରେ ସେ ବୟସ ଜାଲିଆତି କରି ଖେଳିଥିବା ଅଭିଯୋଗ ହୋଇଛି। କ୍ରିକେଟ୍ ସାର୍ଟିଫିକେଟ୍‌ ଅନୁଯାୟୀ ତାଙ୍କୁ ୪୦ ବର୍ଷ ହୋଇଥିବା ବେଳେ ଆଧାରକାର୍ଡରେ ତାଙ୍କର ବୟସ ୪୫ ବର୍ଷ ବୋଲି ଉଲ୍ଲେଖ […]

pravanjan

pravanjan

Rakesh Mallick
  • Published: Sunday, 13 November 2016
  • Updated: 13 November 2016, 08:40 PM IST

Sports

Latest News

pravanjanଭୁବନେଶ୍ୱର: ଓଡ଼ିଶା କ୍ରିକେଟ୍ ଆସୋସିଏସନ୍‌ର ବୟସ ଜାଲିଆତି ମାମଲା ହାଟରେ ପଡ଼ି ଦାଣ୍ଡରେ ଗଡ଼ୁଥିବା ବେଳେ ଓଡ଼ିଶା ରଣଜୀ ଟିମ୍‌ର ପୂର୍ବତନ ଅଧିନାୟକ ପ୍ରଭଞ୍ଜନ ମଲ୍ଲିକଙ୍କ ବୟସ ଜାଲିଆତି ଅଭିଯୋଗକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ଭୁବନେଶ୍ୱରରେ ଶେଷ ହୋଇଥିବା ଓଡ଼ିଶା ଓପନ୍ ଟେନିସ୍ ଟୁର୍ଣ୍ଣାମେଣ୍ଟରେ ସେ ବୟସ ଜାଲିଆତି କରି ଖେଳିଥିବା ଅଭିଯୋଗ ହୋଇଛି। କ୍ରିକେଟ୍ ସାର୍ଟିଫିକେଟ୍‌ ଅନୁଯାୟୀ ତାଙ୍କୁ ୪୦ ବର୍ଷ ହୋଇଥିବା ବେଳେ ଆଧାରକାର୍ଡରେ ତାଙ୍କର ବୟସ ୪୫ ବର୍ଷ ବୋଲି ଉଲ୍ଲେଖ ରହିଛି। ବିସିସିଆଇରେ ତାଙ୍କ ଜନ୍ମ ତାରିଖ ୧୯୭୬ ସେପ୍ଟେମ୍ବର ୧୨ ରହିଥିବା ବେଳେ ଆଧାରକାର୍ଡରେ ଏହା ୧୯୭୧ ମସିହା ରହିଛି। ଆଧାରକାର୍ଡକୁ ପ୍ରମାଣ ଭାବେ ଦେଇ ସେ ଓଡ଼ିଶା ଓପନ୍ ଟେନିସ୍‌ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଥିଲେ। ତେଣୁ କ୍ରିକେଟ୍ ଖେଳୁଥିବା ବେଳେ ସେ ବୟସ ଲୁଚାଇ ଥିଲେ ନା ଟେନିସ୍ ଖେଳିବା ପାଇଁ ବୟସ ବଢ଼ାଇଛନ୍ତି ତାକୁ ନେଇ ପ୍ରଶ୍ନ ଉଠିଛି।

ପ୍ରଭଞ୍ଜନ କହିଛନ୍ତି,“ଆଧାରକାର୍ଡରେ ଯେଉଁ ବୟସ ଉଲ୍ଲେଖ ରହିଛି ତାହା ଠିକ୍। ବିସିସିଆଇ କଥା ମୁଁ ଜାଣିନି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos