ଫେବ୍ରୁଆରୀ ୨୪ରୁ ଏସିଆ ଟି-ଟ୍ୱେଣ୍ଟି କପ୍, ପ୍ରଥମ ମ୍ୟାଚରେ ବାଂଲାଦେଶକୁ ଭେଟିବ ଭାରତ

ଢାକା: ଫେବ୍ରୁଆରୀ ୨୪ରୁ ମାର୍ଚ୍ଚ ୬ ତାରିଖ ଯାଏଁ ବାଂଲାଦେଶରେ ଅନୁଷ୍ଠିତ ହେବ ଏସିଆ ଟି-ଟ୍ୱେଣ୍ଟି କପ୍-୨୦୧୬। ଏଥିରେ ୫ଟି ଦେଶ ଭାଗ ନେବେ। ଏହି ୫ଟି ଦେଶ ମଧ୍ୟରେ ଭାରତ, ପାକିସ୍ତାନ, ଶ୍ରୀଲଙ୍କା ଓ ବାଂଲାଦେଶ ରହିଥିବା ବେଳେ ଆଫଗାନସ୍ତାନ, ହଂକଂ, ୟୁଏଇ ଓ ଓମାନ୍ ମଧ୍ୟରୁ ଗୋଟିଏ ଦେଶ ଭାଗ ନେବେ। ଏଥିପାଇଁ ଏହି ଚାରୋଟି ଦେଶ ମଧ୍ୟରେ କ୍ୱାଲିଫାଏର ମ୍ୟାଚ ଚାଲିଛି। କ୍ୱାଲିଫାଏର ମ୍ୟାଚରେ ଯେଉଁ ଦେଶ ଜିତିବ,ସେ ଏହି ସିରିଜରେ ଭାରତ, ପାକିସ୍ତାନ,ଶ୍ରୀଲଙ୍କା ଓ ବାଂଲାଦେଶ ସହ ସାମିଲ ହେବ।

ଏହି ସିରିଜରେ ୫ଟି ଦେଶ ମଧ୍ୟରେ ୧୧ଟି ମ୍ୟାଚ ମୀରପୁରର ଶେର-ଇ-ବାଂଲା ନ୍ୟାସନାଲ କ୍ରିକେଟ ଷ୍ଟିଡିୟମରେ ଖେଳାଯିବ। ପ୍ରଥମ ମ୍ୟାଚରେ ଭାରତ ବାଂଲାଦେଶକୁ ଭେଟୁଥିବା ବେଳେ ୨୭ରେ ପାରମ୍ପାରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ, ମାର୍ଚ୍ଚ ୧ରେ ଶ୍ରୀଲଙ୍କାକୁ ଓ ମାର୍ଚ୍ଚ ୩ରେ କ୍ୱାଲିଫାଏରକୁ ଭେଟିବ ଭାରତ।

 ପ୍ରଥମ ଥର ପାଇଁ ଏସିଆକପର ଫର୍ମାଟ ବଦଳାଇ ଦିଆଯାଇଛି। ୫୦ ଓଭରରୁ ଏହା ବଦଳାଯାଇ ଟି-ଟ୍ୱେଣ୍ଟି ଫର୍ମାଟ କରାଯାଇଛି।

 ଏସିଆ ଟି-ଟ୍ୱେଣ୍ଟି କପ୍ ମ୍ୟାଚ୍ ସୂଚୀ

ଫେବ୍ରୁଆରୀ-୨୪-(ବୁଧବାର)-ମ୍ୟାଚ୍-୧- ଭାରତ ବନାମ ବାଂଲାଦେଶ

ଫେବ୍ରୁଆରୀ-୨୫-(ଗୁରୁବାର)-ମ୍ୟାଚ୍-୨-ଶ୍ରୀଲଙ୍କା ବାନାମ କ୍ୱାଲିଫାୟର

ଫେବ୍ରୁଆରୀ-୨୬-(ଶୁକ୍ରବାର)-ମ୍ୟାଚ୍-୩-ବାଂଲାଦେଶ ବନାମ କ୍ୱାଲିଫାୟର

ଫେବ୍ରୁଆରୀ-୨୭-(ଶନିବାର)-ମ୍ୟାଚ୍-୪- ଭାରତ ବନାମ ପାକିସ୍ତାନ

ଫେବ୍ରୁଆରୀ-୨୮-(ରବିବାର)-ମ୍ୟାଚ୍-୫-ବାଂଲାଦେଶ ବନାମ ଶ୍ରୀଲଙ୍କା

ଫେବ୍ରୁଆରୀ-୨୯-(ସୋମବାର)-ମ୍ୟାଚ୍-୬-ପାକିସ୍ତାନ ବନାମ କ୍ୱାଲିଫାୟର

ମାର୍ଚ୍ଚ ୧ (ମଙ୍ଗଳବାର)-ମ୍ୟାଚ୍-୭- ଭାରତ ବନାମ ଶ୍ରୀଲଙ୍କା

ମାର୍ଚ୍ଚ-୨-(ବୁଧବାର)-ମ୍ୟାଚ୍-୮-ବାଂଲାଦେଶ ବନାମ ପାକିସ୍ତାନ

ମାର୍ଚ୍ଚ-୩-(ଗୁରୁବାର)-ମ୍ୟାଚ୍-୯-ଭାରତ ବନାମ କ୍ୱାଲିଫାୟର

ମାର୍ଚ୍ଚ-୪-(ଶୁକ୍ରବାର)-ମ୍ୟାଚ୍-୧୦-ପାକିସ୍ତାନ ବନାମ ଶ୍ରୀଲଙ୍କା

ମାର୍ଚ୍ଚ-୫-(ଶନିବାର)-ରେଷ୍ଟ ଡେ

ମାର୍ଚ୍ଚ-୬-(ରବିବାର)- ମ୍ୟାଚ୍-୧୧-ଫାଇନାଲ