ଭାରତରେ ଫିଫା ଫିଭର: ୪ଦିନ ପରେ ୧୭ବର୍ଷରୁ କମ ବିଶ୍ୱକପ୍, ଭାଗନେବେ ୨୪ ଦେଶ

ମୁମ୍ବାଇ(ସୁରେଶ ଦାସ): ଆଉ ୪ଦିନ ପରେ ଭାରତରେ ଆୟୋଜନ ହେବ ୧୭ବର୍ଷରୁ କମ ଫିଫା ବିଶ୍ୱକପ।   ଏଥିପାଇଁ ସର୍ବଭାରତୀୟ ଫୁଟବଲ ମହାସଂଘ ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।  ସେପଟେ ଫିଫା ଟିମ୍  ନଭି ମୁମ୍ବାଇରେ ଥିବା ଡି ୟାଇ. ପାଟିଲ ଷ୍ଟାଡିୟମରେ ବୁଲି ବିଭିନ୍ନ ବ୍ୟବସ୍ଥାର ତଦାରଖ କରିଛନ୍ତି।   ଅକ୍ଟୋବର ୬ରେ ଏଠାରେ ୧୭ବର୍ଷରୁ କମ ଫିଫା ବିଶ୍ୱକପର ଉଦଘାଟନୀ ମ୍ୟାଚ ଖେଳାଯିବ । ଏଥିପାଇଁ ପୁରା ଷ୍ଟାଡିୟମର ନବୀକରଣ କରାଯାଇଛି।    ଦର୍ଶକମାନଙ୍କ ବସିବା ପାଇଁ […]

football

football

Rakesh Mallick
  • Published: Monday, 02 October 2017
  • Updated: 02 October 2017, 03:15 PM IST

Sports

Latest News

ମୁମ୍ବାଇ(ସୁରେଶ ଦାସ): ଆଉ ୪ଦିନ ପରେ ଭାରତରେ ଆୟୋଜନ ହେବ ୧୭ବର୍ଷରୁ କମ ଫିଫା ବିଶ୍ୱକପ।   ଏଥିପାଇଁ ସର୍ବଭାରତୀୟ ଫୁଟବଲ ମହାସଂଘ ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।  ସେପଟେ ଫିଫା ଟିମ୍  ନଭି ମୁମ୍ବାଇରେ ଥିବା ଡି ୟାଇ. ପାଟିଲ ଷ୍ଟାଡିୟମରେ ବୁଲି ବିଭିନ୍ନ ବ୍ୟବସ୍ଥାର ତଦାରଖ କରିଛନ୍ତି।   ଅକ୍ଟୋବର ୬ରେ ଏଠାରେ ୧୭ବର୍ଷରୁ କମ ଫିଫା ବିଶ୍ୱକପର ଉଦଘାଟନୀ ମ୍ୟାଚ ଖେଳାଯିବ ।

ଏଥିପାଇଁ ପୁରା ଷ୍ଟାଡିୟମର ନବୀକରଣ କରାଯାଇଛି।    ଦର୍ଶକମାନଙ୍କ ବସିବା ପାଇଁ ସ୍ୱତନ୍ତ୍ର ଚେୟାର ବ୍ୟବସ୍ଥା କରାଯାଇଛି।   ଆଉ ଷ୍ଟାଡିୟମକୁ ଅତି ସୁନ୍ଦର ଭାବରେ ସଜାଯାଇଛି ।  ଏହି ଷ୍ଟାଡିୟମରେ ୪୫ହଜାର ଦର୍ଶକ ମ୍ୟାଚ ଦେଖିପାରିବେ।   ବର୍ତ୍ତମାନ ସୁଦ୍ଧା ୨୫ହଜାରରୁ ଅଧିକ ଟିକଟ ବିକ୍ରି ହୋଇ ସାରିଛି ।   ଖୁବଶୀଘ୍ର ବଳକା ଟିକଟ ବିକ୍ରି ହେବ ବୋଲି ଆୟୋଜକଅମାନେ ଆଶା ରଖିଛନ୍ତି । ଭାରତରେ ପ୍ରଥମଥର ପାଇଁ ଏହି ବିଶ୍ୱକପ  ଆୟୋଜନ ହେଉଛି ।  ଏଥିରେ ବିଶ୍ୱର ୨୪ଟି ଦେଶ ଭାଗ ନେବେ ।   ଡି.ୟାଇ ପାଟିଲ ଷ୍ଟାଡିୟମରେ ୮ଟି ମ୍ୟାଚ ଖେଳାଯିବ।   ଅକ୍ଟୋବର ୬ରେ ଏଠାରେ ଉଦଘାଟନୀ ମ୍ୟାଚ ଖେଳାଯିବ।   ଏଥିରେ ତୁର୍କୀ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମୁକାବିଲା ହେବ।

ଏଥିସହ ଅକ୍ଟୋବର ୧୮ରେ ଏଠାରେ ପ୍ରି କ୍ୱାଟର ଫାଇନାଲ ମ୍ୟାଚ ଖେଳାଯିବ ।  ଏଥିପାଇଁ ଷ୍ଟାଡିୟମର ଭିତ୍ତିଭୂମିର ଅନୁଧ୍ୟାନ କରିଛନ୍ତି ଫିଫା ଟିମ୍  । ପୁରା ଷ୍ଟାଡିୟମର ବିଭିନ୍ନ ବ୍ୟବସ୍ଥା ସମ୍ପର୍କରେ ସେମାନେ ଆୟୋଜକଅମାନଙ୍କ ସହ ଆଲୋଚନା କରିଥିଲେ।   ଏହି ମ୍ୟାଚ୍‌ ଆୟୋଜନକୁ ନେଇ ଫିଫା ଟିମ ସନ୍ତୁଷ୍ଟ ଅଛନ୍ତି  ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos