୧୭ ବର୍ଷରୁ କମ୍‌ ଫିଫା ବିଶ୍ୱକପ: ଫାଇନାଲରେ ଇଂଲଣ୍ଡକୁ ଭେଟିବ ସ୍ପେନ୍‌

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ୧୭ ବର୍ଷରୁ କମ୍‌ ଫିଫା ବିଶ୍ୱକପ ଫାଇନାଲରେ ଇଂଲଣ୍ଡକୁ ଭେଟିବ ସ୍ପେନ୍। ପ୍ରଥମ ଦଳ ଭାବେ ଇଂଲଣ୍ଡ ଶକ୍ତିଶାଳୀ ବ୍ରାଜିଲକୁ ଚକମା ଦେଇ ପ୍ରଥମ ଥର ଫିଫା ବିଶ୍ୱକପ ଫାଇନାଲରେ ପ୍ରବେଶ କରିବାରେ ସଫଳ ହୋଉଛି। ରିହାନ ବ୍ରିଉଷ୍ଟରଙ୍କ ହ୍ୟାଟ୍ରିକ ଗୋଲ ବଳରେ ଇଂଲଣ୍ଡ ୩-୧ ଗୋଲରେ ବ୍ରାଜିଲକୁ ପରାସ୍ତ କରିଛି। ଲଗାତାର ଦୁଇଟି ମ୍ୟାଚରେ ଦୁଇଥର ହ୍ୟାଟ୍ରିକ୍ ଗୋଲ ଦେଇଛନ୍ତି ବ୍ରିଉଷ୍ଟର। ମିଡ ଫିଲଡର ରିହାନ ବ୍ରିଉଷ୍ଟର ମଞ୍ଚେଷ୍ଟର ୟୁନାଇଟେଡ ଦଳକୁ ପ୍ରତିନିଧିତ୍ୱ କରୁଛନ୍ତି। ସେହିପରି ମାଲି’କୁ ହରାଇ ସ୍ପେନ୍‌ ମଧ୍ୟ ଫାଇନାଲରେ ପ୍ରବେଶ କରିଛି। ଆସନ୍ତା ଶନିବାର ଦିନ କୋଲକାତାରେ ଫାଇନାଲ ମ୍ୟାଚ ଖେଳାଯିବ।

ଭାରତରେ ଚାଲିଥିବା ବିଶ୍ୱକପ ଆୟୋଜନରେ ସନ୍ତୁଷ୍ଟ ପ୍ରକାଶ କରିଛନ୍ତି ଫିଫା ଅଧିକାରୀ। ଏସିଆ ଫୁଟବଲ ମହାସଂଘର ସେକ୍ରେଟାରି ଏହି ଆୟୋଜନର ସଫଳତା ନେଇ ଖୁସି ଜାହିର କରିଛନ୍ତି। ଭାରତ ପ୍ରଥମ ଥର ପାଇଁ ଫିଫା ବିଶ୍ୱକପ ଆୟୋଜନ କରିଥିଲା। ଏସିଆରେ ଫୁଟବଲକୁ ପ୍ରସାର କରିବା ପାଇଁ ଫିଫା ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି। ଭାରତରେ ଫୁଟବଲ ଭବିଷ୍ୟତ ଉଜ୍ଜଳ ରହିଥିବା ଏସିଆ ଫୁଟବଲ ମହାସଂଘର ଜେନେରାଲ୍‌ ସେକ୍ରେଟାରି ଡାଟୋ ଓ୍ୱାଣ୍ଡୋର୍ସ କହିଛନ୍ତି ।