ଫିଫା ବିଶ୍ୱକପ୍: ବ୍ରାଜିଲ୍ ଓ ସ୍ୱିଜରଲାଣ୍ଡ ମ୍ୟାଚ୧-୧ରେ ଡ୍ର
ନୂଆଦିଲ୍ଲୀ: ଫିଫା ବିଶ୍ୱକପ୍ର ଗ୍ରୁପ୍-ଇ’ରେ ବ୍ରାଜିଲ୍ ଓ ସ୍ୱିଜରଲାଣ୍ଡ ମଧ୍ୟରେ ଖେଳାଯାଇ ଥିବା ମ୍ୟାଚରେ ୧-୧ ଗୋଲରେ ଡ୍ର ହୋଇଯାଇଛି। ଗତକାଲି ବିଳମ୍ୱିତ ରାତିରେ ଋଷର ରୋସ୍ତଭ ଏରିନା ଷ୍ଟାଡିୟମ୍ରେ ଖେଳା ଯାଇଥିବା ମ୍ୟାଚରେ ବ୍ରାଜିଲ୍ର ଫିଲିପ୍ସ କୋଟିହ୍ନୋ ଓ ସ୍ୱିଜରଲାଣ୍ଡ୍ର ଷ୍ଟିଭେନ ଜୁବେର ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ।
ମ୍ୟାଚ ଆରମ୍ଭ ହେବାର ୧୨ ମିନିଟ୍ରେ ବ୍ରାଜିଲକୁ ଗୋଲ କରିବାକୁ ସୁଯୋଗ ମିଳିଥିଲା। ଷ୍ଟେଟ୍ ଫରୱାଡ ନେମାର ପାସ୍ କରିଥିବେ ବଲ୍କୁ ପାୱଲିନି ସ୍ୱିଜରଲାଣ୍ଡର ଗୋଲ ପୋଷ୍ଟକୁ ସର୍ଟ ମାରିଥିଲେ। ମାତ୍ର ସ୍ୱିଜରଲାଣ୍ଡ ଗୋଲ କିପର ୟାନ୍ ସୋମେର ବଲ୍ ଅଟକାଇ ଦେଇଥିଲେ। ଏହାର ୮ ମିନିଟ୍ ପରେ ବ୍ରାଜିଲ୍ର ଫିଲିପ୍ସ କୋଟିହ୍ନୋ ବକ୍ସର ବାମ ପାର୍ଶ୍ୱରୁ ଗୋଟିଏ ଜବରଦସ୍ତ ଗୋଲ ଦେଇଥିଲେ। ଯାହାକୁ ସ୍ୱିଜରଲାଣ୍ଡ ଗୋଲ କିପର ଅଟକାଇ ପାରି ନଥିଲେ।
ମ୍ୟାଚର ୩୧ ମିନିଟ୍ରେ ବ୍ରାଜିଲ୍ର ଷ୍ଟାର ଫରୱାଡ଼ ନେମାରଙ୍କୁ ଫାଉଲ କରି ତଳେ ପକାଇ ଦେବା ଅଭିଯୋଗରେ ସ୍ୱିଜରଲାଣ୍ଡ ଅଧିନାୟକ ଷ୍ଟିଫେନ୍ ଲିକ୍ଷ୍ଟାଇନରଙ୍କୁ ହଳଦୀଆ କାର୍ଡ଼ ଦେଖାଇଥିଲେ ରେଫରୀ।
ତେବେ ଦ୍ୱିତୀୟ ହାପ୍ଟି ବ୍ରାଜିଲ୍ ପାଇଲ ଭଲ ନଥିଲା। ୫୦ ମିନିଟ୍ରେ ସ୍ୱିଜରଲାଣ୍ଡାକୁ ଏକ କର୍ଣ୍ଣର ମିଳିଥିଲା। ଜେରେଦାନ ଶାକିରୀଙ୍କ କିକ୍କୁ ଷ୍ଟିଭେନ ଜୁବେର ହେଡ୍ ଗୋଲ କରିଥିଲେ। ଫଳରେ ମ୍ୟାଚ ବରାବର ହୋଇଯାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।