ଫୁଟବଲ ମହାକୁମ୍ଭ ଫିଫା ବିଶ୍ୱକପ୍‌ ଉଦ୍‌ଘାଟିତ

କତାର: କତାରରେ ଫୁଟବଲ ମହାକୁମ୍ଭ ବିଶ୍ୱକପ୍‌ (ଫିଫା) ରବିବାର ଉଦ୍‌ଘାଟିତ ହୋଇଯାଇଛି। ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଭିତରେ ମହାସମାରୋହରେ ଦୁଲୁକିଥିଲା ମଞ୍ଚ। ବିଟିଏସ୍‌ ବ୍ୟାଣ୍ଡର କଳାକାରମାନେ ଦର୍ଶକ ଓ ଫୁଟବଲ୍‌ପ୍ରେମୀଙ୍କ ମନ ମୋହିଛନ୍ତି। ଉଦ୍‌ଘାଟନୀ ଅବସରରେ କାତାର ଓ ଇକ୍ୱେଡର ମ୍ୟାଚ ଖେଳିବେ। ଆଜିର କାର୍ଯ୍ୟକ୍ରମକୁ ୬୦ ହଜାର ଦର୍ଶକ ଉପଭୋଗ କରିଥିଲେ। ଉଦ୍‌ଘାଟନୀ ସମାରୋହରେ ଦକ୍ଷିଣ କୋରିଆର ରକ୍‌ ବ୍ୟାଣ୍ଡ ବିଟିଏସ୍‌ ପ୍ରଦର୍ଶନ କରିଥିଲା।

୩୨ଦେଶକୁ ନେଇ ଫୁଟବଲର ଏହି ମହା ଲଢେଇ ବିଶ୍ୱର ବଛା ବଛା ଦଳକୁ ନେଇ ଆରମ୍ଭ ହେଉଛି।  ଆଜି ଉଦଘାଟନୀ ମ୍ୟାଚ  ଆୟୋଜକ କତାର ଏବଂ ଇକ୍ୱେଡର ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍  ଦୀର୍ଘ ୨୮ ଦିନ ଧରି ଚାଲିବ । କ୍ରୀଡାର ଏହି ମହା ମୁକାବିଲା ୩୨ଟି ଦଳକୁ ନେଇ ୬୪ଟି ମ୍ୟାଚ୍ ଖେଳାଯିବ । ୮ଟି ଗ୍ରୁପରେ ଏହି ଟିମକୁ ଭାଗ କରାଯାଇ ଗ୍ରୁପ୍ ମ୍ୟାଚ୍, ରାଉଣ୍ଡ ଅଫ୍ ସିକ୍ସଟିନ୍ ଏବଂ ନକ୍ ଆଉଟ୍ ପର୍ଯ୍ୟାୟ ଖେଳାଯିବ। ପ୍ରତି ଟିମରେ ୪ଟି ଲେଖାଏଁ ଦଳ ରହିଛନ୍ତି ।  ଡିସେମ୍ବର ୧୮ରେ ହେବ ଫାଇନାଲ ମ୍ୟାଚ୍।

ଫୁଟବଲ ବିଶ୍ୱକପରେ ଷ୍ଟାର ଖେଳାଳି ଲିଓନେଲ୍ ମେସି ମେସୀ, କ୍ରିଷ୍ଟିଆନୋ ରୋନାଲଡୋ, ନେମାର, କିଲିଆନ ଏମ୍ବାପେ, କରିମ ବେଂଜେମା, ଡିମାରିଆ, ଲେବନଡସ୍କି, ହରିକେନ ଭଳି ଖେଳାଳିଙ୍କ ଉପରେ ଉପରେ ନଜର ରହିବ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।