ସାମିଙ୍କ ପରେ ପାଣ୍ଡ୍ୟାଙ୍କ ବିରୋଧରେ ମାମଲା: ଘଟଣା କ'ଣ...

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ୍‌ର ଫାଷ୍ଟ ବୋଲର ମହମ୍ମଦ ସାମି ପରେ ଏବେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ବିବାଦ ଘେରରେ। ବିବାଦୀୟ ଟ୍ୱିଟ୍ କରି ପାଣ୍ଡ୍ୟା ଏବେ ଆଇନ ଘେରରେ ଫସି ଯାଇଛନ୍ତି। ଯୋଧପୁର ଅଦାଲତ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପାଣ୍ଡ୍ୟା ଭାରତୀୟ ସମ୍ବିଧାନର ନିର୍ମାତା ଡକ୍ଟର ଭି.ଆର୍ ଆମ୍ବେଦକରଙ୍କ ବିରୁଦ୍ଧରେ ବିବାଦୀୟ ଟ୍ୱିଟ୍ କରିଥିଲେ। ପାଣ୍ଡ୍ୟାଙ୍କ ଉପରେ ମାମଲା ରୁଜୁ କରିବାକୁ ଅଦାଲତ ଯାଇଥିବା ଓକିଲ ଡିଆର୍ ମେଘୱାଲ […]

Hardik-Pandya.02jpg

Hardik-Pandya.02jpg

Rakesh Mallick
  • Published: Thursday, 22 March 2018
  • Updated: 22 March 2018, 09:11 AM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ୍‌ର ଫାଷ୍ଟ ବୋଲର ମହମ୍ମଦ ସାମି ପରେ ଏବେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ବିବାଦ ଘେରରେ। ବିବାଦୀୟ ଟ୍ୱିଟ୍ କରି ପାଣ୍ଡ୍ୟା ଏବେ ଆଇନ ଘେରରେ ଫସି ଯାଇଛନ୍ତି।

ଯୋଧପୁର ଅଦାଲତ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପାଣ୍ଡ୍ୟା ଭାରତୀୟ ସମ୍ବିଧାନର ନିର୍ମାତା ଡକ୍ଟର ଭି.ଆର୍ ଆମ୍ବେଦକରଙ୍କ ବିରୁଦ୍ଧରେ ବିବାଦୀୟ ଟ୍ୱିଟ୍ କରିଥିଲେ। ପାଣ୍ଡ୍ୟାଙ୍କ ଉପରେ ମାମଲା ରୁଜୁ କରିବାକୁ ଅଦାଲତ ଯାଇଥିବା ଓକିଲ ଡିଆର୍ ମେଘୱାଲ କହିଛନ୍ତି, ‘ହାର୍ଦ୍ଦିକ ପାଣ୍ଡ୍ୟା କିଛି ମାସ ତଳେ ଭିଆର୍ ଆମ୍ବେଦକରଙ୍କ ବିରୁଦ୍ଧରେ ‌ଅପଶବ୍ଦ ଲେଖି ଟ୍ୱିଟ୍ କରିଥିଲେ।’

ମେଘୱାଲ କହିଛନ୍ତି ଯେ, "ପ୍ରଥମେ ଏହି ମାମଲା ନେଇ ମୁଁ ଲୁଣି ଥାନାରେ ପହଞ୍ଚିଥିଲି। କିନ୍ତୁ ପୋଲିସ ମାମଲା ରୁଜ୍ଜୁ କରିବାକୁ ମନା କରିଦେଇଥିଲା। ଏହାପରେ ମୁଁ ଯୋଧପୁର କୋର୍ଟରେ ଆବେଦନ କରିଥିଲି। ଯାହାର ଶୁଣାଣି ଗତକାଲି ହୋଇଥିଲା। ଏଥିରେ କୋର୍ଟ ପାଣ୍ଡ୍ୟାଙ୍କ ବିରୁଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ କୋର୍ଟ, ପାଣ୍ଡ୍ୟାଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବାକୁ ମନାକରିଥିବା ଲୁଣି ଥାନା ଅଧିକାରୀଙ୍କ ବିରୁଦ୍ଧରେ ମଧ୍ୟ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।"

ବର୍ତ୍ତମାନ ପାଣ୍ଡ୍ୟା ଆଇପିଏଲ୍ ସିଜିନ୍ ୧୧ର ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ତାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ୧୧ କୋଟି ଟଙ୍କାରେ କିଣିଛି। ପୂର୍ବରୁ ମହମ୍ମଦ ସାମି ଓ ତାଙ୍କ ସ୍ତ୍ରୀ ହସିନ ଜାହାଁଙ୍କ ବିବାଦ ଆଇନଗତ ହେବାରୁ ବିସିସିଆଇ ତାଙ୍କୁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟରୁ ବାହିଷ୍କୃତ କରି ଦେଇଥିଲେ। ବର୍ତ୍ତମାନ ପଣ୍ଡ୍ୟାଙ୍କ ବିରୁଦ୍ଧରେ ମାମଲା ଦାୟର ହେବାପରେ ବିସିସିଆଇ ତାଙ୍କ ବିରୁଦ୍ଧରେ ମଧ୍ୟ କଡ଼ା ପଦକ୍ଷେପ ନେଇପାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story