ଏସ୍‌ ଶ୍ରୀଶାନ୍ତଙ୍କ ଘରେ ଭୟଙ୍କର ଅଗ୍ନିକାଣ୍ଡ

କୋଚି: କ୍ରିକେଟର ଏସ୍‌ ଶ୍ରୀଶନ୍ତଙ୍କ କୋଚିର ଏଡାପ୍ପାଲ୍ଲୀ ଅଞ୍ଚଳରେ ଥିବା ବାସଭବନରେ ଆଜି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ ବେଳେ ଶ୍ରୀସନ୍ତ ମୁମ୍ବାଇରେ ଫିଲ୍ମ ଶୁଟିଂରେ ବ୍ୟସ୍ତଥିଲେ। ତେବେ ଘରେ ତାଙ୍କ ପତ୍ନୀ ଏବଂ ପିଲାମାନେ ରହିଥିଲେ।

ରାତି ୨ଟାରେ ବେଳେ ଏହି ଅଗ୍ନିକାଣ୍ଡ ଘଟିଥିଲା। ପଡ଼ୋଶୀମାନେ ଶ୍ରୀଶନ୍ତଙ୍କ ଘରୁ ଧୂଆଁ ବାହାରୁଥିବା ଦେଖି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀମାନେ ଦୀର୍ଘ ସମୟ ଧରି ଅକ୍ଳାନ୍ତ ପରିଶ୍ରମ କରିବା ପରେ ନିଆଁକୁ ଆୟତ୍ତ କରିଥିଲେ।

ସୂଚନା ଅନୁଯାୟୀ, ଘରର ଡ୍ରଇଂ ରୁମ୍‌ରେ ପ୍ରଥମେ ନିଆଁ ଲାଗିଥିଲା। ଏହା ଅନ୍ୟ ଅଞ୍ଚଳକୁ ଧୀରେଧୀରେ ବ୍ୟାପିବା ଆରମ୍ଭ କରିଥିଲା। କିନ୍ତୁ ଅଗ୍ନିଶମ କର୍ମଚାରୀମାନେ ଠିକଣା ସମୟରେ ପହଞ୍ଚି ପ୍ରଥମେ ଶ୍ରୀଶନ୍ତଙ୍କ ପରିବାର ଲୋକଙ୍କୁ ବାହାରକୁ ଆଣିଥିଲେ। ଏହାପରେ ନିଆଁକୁ ଆୟତ୍ତ କରିଥିଲେ। ସର୍ଟ ସର୍କିଟ ଯୋଗୁ ଏଭଳି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି।