ଫିଫା ବିଶ୍ୱକପ: ପ୍ରଥମ ଦଳ ଭାବେ ପ୍ରି କ୍ୱାର୍ଟର୍‌ରେ ଋଷିଆ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆୟୋଜକ ଋଷିଆ ପ୍ରଥମ ଦଳ ଭାବେ ଫିଫା ବିଶ୍ୱକପର ପ୍ରି କ୍ୱାର୍ଟର ଫାଇନାଲରେ ପହଞ୍ଚିଛି। ପ୍ରଥମ ମୁକାବିଲାରେ ସାଉଦି ଆରବକୁ ହରାଇଥିବା ଋଷିଆ ୩-୧ ଗୋଲରେ ଇଜିପ୍ଟିକୁ ପରାସ୍ତ କରିଛି। ଦକ୍ଷ ଖେଳାଳି ମହମ୍ମଦ ସଲାହ ଟିମକୁ ଫେରିଥିଲେ ମଧ୍ୟ ଇଜିପ୍ଟିକୁ ବିଜୟୀ କରି ପାରି ନଥିଲେ। ପ୍ରଥମାର୍ଦ୍ଧରେ କେହି କାହାରିକୁ ଗୋଲ ଦେଇ ପାରି ନଥିଲେ। କିନ୍ତୁ ଦ୍ୱିତୀୟାର୍ଦ୍ଧ ଖେଳର ଦୁଇ ମିନିଟ ପରେ ଇଜିପ୍ଟିର ଅହମ୍ମଦ ଫାତିଙ୍କ ଆତ୍ମଘାତୀ ଗୋଲ ଜରିଆରେ […]

rusia

rusia

Rakesh Mallick
  • Published: Wednesday, 20 June 2018
  • Updated: 20 June 2018, 04:44 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆୟୋଜକ ଋଷିଆ ପ୍ରଥମ ଦଳ ଭାବେ ଫିଫା ବିଶ୍ୱକପର ପ୍ରି କ୍ୱାର୍ଟର ଫାଇନାଲରେ ପହଞ୍ଚିଛି। ପ୍ରଥମ ମୁକାବିଲାରେ ସାଉଦି ଆରବକୁ ହରାଇଥିବା ଋଷିଆ ୩-୧ ଗୋଲରେ ଇଜିପ୍ଟିକୁ ପରାସ୍ତ କରିଛି। ଦକ୍ଷ ଖେଳାଳି ମହମ୍ମଦ ସଲାହ ଟିମକୁ ଫେରିଥିଲେ ମଧ୍ୟ ଇଜିପ୍ଟିକୁ ବିଜୟୀ କରି ପାରି ନଥିଲେ।

ପ୍ରଥମାର୍ଦ୍ଧରେ କେହି କାହାରିକୁ ଗୋଲ ଦେଇ ପାରି ନଥିଲେ। କିନ୍ତୁ ଦ୍ୱିତୀୟାର୍ଦ୍ଧ ଖେଳର ଦୁଇ ମିନିଟ ପରେ ଇଜିପ୍ଟିର ଅହମ୍ମଦ ଫାତିଙ୍କ ଆତ୍ମଘାତୀ ଗୋଲ ଜରିଆରେ ଋଷିଆ ଅଗ୍ରଣୀ ହୋଇଥିଲା। ଏହାପରେ ୫୯ତମ ମିନିଟରେ ଡେନିସ ଚେରିସେଭ ଓ ୬୨ତମ ମିନିଟରେ ଆର୍ଟେମ ଡିଉବା ଗୋଲ ଦେଇଥିଲେ। ସୋଭିଏତ ସଂଘରୁ ଅଲଗା ହେବା ପରଠାରୁ ଋଷିଆ ପ୍ରିକ୍ୱାର୍ଟର ପର୍ଯ୍ୟାୟକୁ ଯାଇ ପାରି ନଥିଲା। ୧୯୯୪, ୨୦୦୨ ଓ ୨୦୧୪ ବିଶ୍ୱକପରେ ଋଷିଆ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିଲା।

ଆଫ୍ରିକୀୟ ଦେଶ ସେନେଗାଲ ବିଶ୍ୱକପରେ ଚମତ୍କାର ଖେଳ ପ୍ରଦର୍ଶନ କରିଛି। ଫିଫା ମାନ୍ୟତାରେ ନିଜଠାରୁ ୧୯ସ୍ଥାନ ଉପରେ ଥିବା ପୋଲାଣ୍ଡକୁ ୨-୧ଗୋଲରେ ହରାଇଛି ସେନେଗାଲ। ୩୮ତମ ମିନିଟରେ ସିଓନେଜ ଆତ୍ମଘାତୀ ଗୋଲ ଦେଇ ସେନେଗାଲକୁ ଅଗ୍ରଣୀ କରାଇଥିଲେ। ଏହାପରେ ୬୦ତମ ମିନିଟରେ ପୋଲାଣ୍ଡର ଗୋଲରକ୍ଷକ ତୃଟିରୁ ଫାଇଦା ଉଠାଇ ସେନେଗାଲ ପକ୍ଷରୁ ନିଆଗ୍ ଦ୍ୱିତୀୟ ଗୋଲ ଦେଇଥିଲେ। 

ମ୍ୟାଚର ୮୬ତମ ମିନିଟରେ ପୋଲାଣ୍ଡ ପକ୍ଷରୁ ଗ୍ରେଗର୍ଜ କ୍ରିଚୋୱିକ୍ ଗୋଟିଏ ଗୋଲ ଦେଇଥିଲେ। ଏହି ମ୍ୟାଚରେ ପୋଲାଣ୍ଡର ଖେଳାଳିମାନଙ୍କ ମଧ୍ୟରେ ତାଳମେଳର ଅଭାବ ସହ ବେପରୁଆ ଖେଳ ପ୍ରଦର୍ଶନ କରିଥିଲେ। ଅନ୍ୟପକ୍ଷରେ ସେନେଗାଲ ପ୍ରଥମ ଆଫ୍ରିକୀୟ ଦେଶ ଭାବେ ଚଳିତ ଫିଫା ବିଶ୍ୱକପରେ ବିଜୟ ଲାଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos