ବିଶ୍ୱକପ୍‌ ଅଭ୍ୟାସ୍‌ ମ୍ୟାଚ୍‌ ପାଇଁ ଘୋଷଣା ହେଲା କାର୍ଯ୍ୟସୂଚୀ

ନୂଆଦିଲ୍ଲୀ: ଆସନ୍ତା ମେ’ ୩୦ ତାରିଖରୁ ଦିନିକିଆ ବିଶ୍ୱକପ୍‌ ଆରମ୍ଭ ହେବ। ଚଳିତ ବର୍ଷ ଇଂଲଣ୍ଡ କ୍ରିକେଟ୍‌ର ଏହି ବଡ଼ ମହାକୁମ୍ଭର ଆୟୋଜନ କରିବ। ତେବେ ଅସଲ ଲଢ଼େଇ ପୂର୍ବରୁ ଇଂଲଣ୍ଡ ପରିବେଶରେ ଖାପ ଖୁଆଇବା ପାଇଁ ବିଭିନ୍ନ ଦଳ ଅଭ୍ୟାସ ମ୍ୟାଚ୍‌ ଖେଳିବେ। କେଉଁ ଦଳ କାହା ସହ ଓ କେବେ ମ୍ୟାଚ୍‌ ଖେଳିବ, ସେନେଇ ଆଜି ଆଇସିସି କାର୍ଯ୍ୟସୂଚୀ ଜାରି କରିଛି। ବିଶ୍ୱକପ୍‌ ପାଇଁ ଅଭ୍ୟାସ୍‌ ମ୍ୟାଚ୍‌ ମେ’ ୨୪ରୁ ୨୮ ଯାଏ ଚାଲିବ। […]

uy

uy

Hemant Lenka
  • Published: Thursday, 31 January 2019
  • Updated: 31 January 2019, 09:02 PM IST

Sports

Latest News

ନୂଆଦିଲ୍ଲୀ: ଆସନ୍ତା ମେ’ ୩୦ ତାରିଖରୁ ଦିନିକିଆ ବିଶ୍ୱକପ୍‌ ଆରମ୍ଭ ହେବ। ଚଳିତ ବର୍ଷ ଇଂଲଣ୍ଡ କ୍ରିକେଟ୍‌ର ଏହି ବଡ଼ ମହାକୁମ୍ଭର ଆୟୋଜନ କରିବ। ତେବେ ଅସଲ ଲଢ଼େଇ ପୂର୍ବରୁ ଇଂଲଣ୍ଡ ପରିବେଶରେ ଖାପ ଖୁଆଇବା ପାଇଁ ବିଭିନ୍ନ ଦଳ ଅଭ୍ୟାସ ମ୍ୟାଚ୍‌ ଖେଳିବେ। କେଉଁ ଦଳ କାହା ସହ ଓ କେବେ ମ୍ୟାଚ୍‌ ଖେଳିବ, ସେନେଇ ଆଜି ଆଇସିସି କାର୍ଯ୍ୟସୂଚୀ ଜାରି କରିଛି।

ବିଶ୍ୱକପ୍‌ ପାଇଁ ଅଭ୍ୟାସ୍‌ ମ୍ୟାଚ୍‌ ମେ’ ୨୪ରୁ ୨୮ ଯାଏ ଚାଲିବ। ସବୁ ଦଳ ଦୁଇଟି ଲେଖାଏ ଅଫିସିଆଲ୍‌ ଅଭ୍ୟାସ ମ୍ୟାଚ୍‌ ଖେଳିବେ। ଅଭ୍ୟାସ୍‌ ମ୍ୟାଚ୍‌ ଗୁଡ଼ିକ ବ୍ରିଷ୍ଟଲ କଣ୍ଟ୍ରି ଗ୍ରାଉଣ୍ଡ, କାର୍ଡିଫ ୱାଲେସ ଷ୍ଟାଡିୟମ, ହାମ୍ପଶାୟାରର ବୱଲ ଓ ଦି ଓଭାଲରେ ଖେଳାଯିବ।

ଭାରତ ମେ’ ୨୫ରେ ପ୍ରଥମ ଅଭ୍ୟାସ ମ୍ୟାଚ୍‌ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଖେଳିବ। ସେହିପରି ୨୮ ତରିଖରେ ଦ୍ୱିତୀୟ ଅଭ୍ୟାସ ମ୍ୟାଚ୍‌ ବାଂଲାଦେଶ ବିପକ୍ଷରେ ଖେଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos