ଦିନକ ପରେ ଫିଫା ବିଶ୍ୱକପ, ଚର୍ଚ୍ଚାରେ ୯ଟି ଟିମ୍‌ ଓ ୩ ଜଣ ଖେଳାଳି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଉ ମାତ୍ର ଗୋଟିଏ ଦିନ ପରେ ଆରମ୍ଭ ହେବ ଫିଫା ବିଶ୍ୱକପ। ସାମ୍ନାସାମ୍ନି ହେବେ ବିଶ୍ୱର ଶ୍ରେଷ୍ଠ ୩୨ଟି ଦଳ। ୮ଟି ଗ୍ରୁପରେ ଏହି ୩୨ଟି ଟିମ୍‌ ଖେଳିବେ।  ୨୦୧୮ ଫିଫା ବିଶ୍ୱକପ ଆୟୋଜନ ଅଧିକାର ପାଇଥିବା ଋଷିଆର ମସ୍କୋଠାରେ ପ୍ରଥମ ମ୍ୟାଚ୍‌ ଖେଳାଯିବ। ବିଶ୍ୱକପରେ ଖେଳାଯିବାକୁ ଥିବା ସମସ୍ତ ମ୍ୟାଚ ମ୍ୟାଚ ପାଇଁ ୧୧ଟି ସହରର ୧୨ଟି ଷ୍ଟାଡିଅମ ପ୍ରସ୍ତୁତ ରହିଛି।

ମୋସ୍କୋରେ ଉଦ୍‌ଘାଟନୀ ମ୍ୟାଚ ପାଇଁ ସମସ୍ତ ପ୍ରସ୍ତୁତ ଶେଷ ହୋଇଛି। ଉଦଘାଟନୀ ଉତ୍ସବକୁ ଅଧିକ ଆକର୍ଶଣୀୟ କରିବା ପାଇଁ ଷ୍ଟେଜରେ ଦେଖିବାକୁ ମିଳିବ ଋଷିଆର ଷ୍ଟାର ରୋବିଇ ଓ୍ୱିଲିୟମ୍ସଙ୍କୁ। ଭାରତୀୟ ସମୟ ସଧ୍ୟା ୮.୩୦ରେ ଖେଳାଯିବ ଉଦଘାଟନୀ ମ୍ୟାଚ। ପ୍ରଥମ ମ୍ୟାଚରେ ଆୟୋଜକ ଋଷିଆକୁ ଭେଟିବ ସାଉଦି ଆରବ।

ଚଳିତ ବିଶ୍ୱକପରେ ଆୟୋଜକ ଋଷିଆ ଫିଫା ରାଙ୍କିଙ୍ଗର ସର୍ବନିମ୍ନ ସ୍ଥାନରେ ଥିବା ଦଳ ହୋଇଥିଲେ ମଧ୍ୟ ବିଶ୍ୱକପରେ ସ୍ଥାନ ମିଳିଛି। ଜୁନ ୧୪ ତାରିଖରୁ ଆରମ୍ଭ ହେବାକୁ ଥିବା ପ୍ରତିଯୋଗିତା ଜୁଲାଇ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଜୁଲାଇ ୧୫ ତାରିଖ ଋଷିଆର ମସ୍କୋଠାରେ ଫାଇନାଲ୍‌ ମ୍ୟାଚ୍‌ ଖେଳାଯିବ।

୨୦୧୮ ବିଶ୍ୱକପରେ ଶକ୍ତିଶାଳୀ ଦଳ ଭାବେ ଡେଫେଣ୍ଡି ଚାମ୍ପିୟନ ଜର୍ମାନୀ ସହ  ବ୍ରାଜିଲ, ବେଲଜିୟମ, ପର୍ତ୍ତୁଗାଲ ଓ ଆର୍ଜେଣ୍ଟିନା ଭଳି ଦଳଙ୍କ ଉପରେ ବେଶ୍‌ ଫୋକସ ରହିବ। ଏମାନଙ୍କ ବ୍ୟତୀତ ଫ୍ରାନ୍ସ, ସ୍ପେନ୍‌, ଇଂଲଣ୍ଡ, ପୋଲାଣ୍ଡ ଭଳି ଟିମ୍‌କୁ କମ୍‌ ଭାବିବା ଉଚିତ ନୁହେଁ। ତେବେ ସବୁଠୁ ଚର୍ଚ୍ଚିତ ଚେହେରା ଭାବେ ପର୍ତ୍ତୁଗାଲର ରୋନାଲ୍ଡୋ, ଆର୍ଜେଣ୍ଟିନାର ମେସି ଓ ବ୍ରାଜିଲର ନେମାର ବିଶ୍ୱକପରେ କିଭଳି ନିଜର କମାଲ୍‌ ଏହାକୁ ସମସ୍ତେ ଅପେକ୍ଷା କରିଛନ୍ତି।

This website uses cookies to improve your experience. We'll assume you're ok with this, but you can opt-out if you wish. AcceptRead More