ଦିନିକିଆ କ୍ରିକେଟ ଇତିହାସରେ ପ୍ରଥମ: ଦୁଇ ଦଳର କ୍ୟାପ୍ଟେନ ପ୍ରଥମ ବଲରେ ଆଉଟ

ବିଶାଖାପଟନମ: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଦିନିକିଆରେ ଏକ ବିରଳ ଘଟଣା ଘଟିଛି। ଦିନିକିଆ ଇତିହାସରେ କେବେ ଯାହା ଘଟି ନଥିଲା, ଆଜି ମ୍ୟାଚ୍‌ରେ ସେମିତି ଘଟିଛି। ଦୁଇ ଦଳର ଅଧିନାୟକ ସେମାନେ ସାମ୍ନା କରିଥିବା ପ୍ରଥମ ବଲରେ ହିଁ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଯାଇଛନ୍ତି। ଅର୍ଥାତ ଗୋଲଡେନ ଡକ୍‌ରେ ଦୁଇ ଦଳର ଅଧିନାୟକ ପ୍ୟାଭିଲିୟନ ଫେରିଛନ୍ତି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ତା’ର ପ୍ରଥମ ୱିକେଟ୍‌ ୨୨୭ରେ ହରାଇଥିଲା। […]

ew

ew

Hemant Lenka
  • Published: Wednesday, 18 December 2019
  • Updated: 18 December 2019, 08:44 PM IST

ବିଶାଖାପଟନମ: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଦିନିକିଆରେ ଏକ ବିରଳ ଘଟଣା ଘଟିଛି। ଦିନିକିଆ ଇତିହାସରେ କେବେ ଯାହା ଘଟି ନଥିଲା, ଆଜି ମ୍ୟାଚ୍‌ରେ ସେମିତି ଘଟିଛି। ଦୁଇ ଦଳର ଅଧିନାୟକ ସେମାନେ ସାମ୍ନା କରିଥିବା ପ୍ରଥମ ବଲରେ ହିଁ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଯାଇଛନ୍ତି। ଅର୍ଥାତ ଗୋଲଡେନ ଡକ୍‌ରେ ଦୁଇ ଦଳର ଅଧିନାୟକ ପ୍ୟାଭିଲିୟନ ଫେରିଛନ୍ତି।

ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ତା’ର ପ୍ରଥମ ୱିକେଟ୍‌ ୨୨୭ରେ ହରାଇଥିଲା। କେଏଲ ରାହୁଲ ୧୦୨ ରନ୍‌ କରି ଆଉଟ ହେବା ପରେ ବ୍ୟାଟିଂ କରିବାକୁ ଅଧିନାୟକ ବିରାଟ କୋହଲି ଆସିଥିଲେ। ତେବେ ସେ ଇଣ୍ଡିଜ ଦଳର ଅଧିନାୟକ କାଏରନ ପୋଲାର୍ଡଙ୍କୁ ସାମ୍ନା କରିଥିବା ପ୍ରଥମ ବଲରେ ହିଁ ଆଉଟ ହୋଇଯାଇଥିଲେ।

ଇଣ୍ଡିଜ ବ୍ୟାଟିଂ ବେଳେ ମଧ୍ୟ ସମାନ ଘଟଣା ଘଟିଥିଲା। ନିକୋଲାସ ପୂରନ ୭୫ ରନ୍‌ କରି ଆଉଟ୍‌ ହେବା ପରେ ପୋଲାର୍ଡ ବ୍ୟାଟିଂ କରିବାକୁ ଆସିଥିଲେ। ହେଲେ ସେ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ସାମ୍ନା କରିଥିବା ପ୍ରଥମ ବଲରେ ହିଁ ୱିକେଟ କିପର ରିଷଭ ପନ୍ତଙ୍କ ହାତରେ କ୍ୟାଚ୍ ଆଉଟ ହୋଇଯାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos