ଟିମ୍‌ ଇଣ୍ଡିଆର କୋଚ୍ ହେବାକୁ ଆବେଦନ କଲେ ରବିନ ସିଂହ

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ପୂର୍ବତନ ଅଲରାଉଣ୍ଡର ରବିନ ସିଂହ ବିରାଟ ବାହିନୀର ପରବର୍ତ୍ତୀ ମୁଖ୍ୟ କୋଚ୍ ହେବାକୁ ଆବେଦନ କରିଛନ୍ତି। ରବିନ ସିଂହ ଦୀର୍ଘ ୧୫ ବର୍ଷ ହେଲା ବିଭିନ୍ନ ଟିମ୍‌ର କୋଚିଂ ଦାୟିତ୍ୱ ସମ୍ଭାଳି ସାରିଛନ୍ତି। ତେଣୁ କୋଚ ହେବାର ଅଭିଜ୍ଞତା ତାଙ୍କ ପାଖରେ ରହିଛି। ୨୦୦୭ରୁ ୨୦୦୯ ଯାଏ ରବିନ ସିଂହ ଟିମ୍‌ ଇଣ୍ଡିଆର ଫିଲ୍ଡିଂ କୋଚ ଭାବେ କାର୍ଯ୍ୟ କରି ସାରିଛନ୍ତି। ଅଣ୍ଡର-୧୯ ଓ ଭାରତୀୟ ଏ’ ଟିମ୍‌ ସହ ମଧ୍ୟ ସେ […]

e

e

Hemant Lenka
  • Published: Saturday, 27 July 2019
  • Updated: 27 July 2019, 05:06 PM IST

Sports

Latest News

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ପୂର୍ବତନ ଅଲରାଉଣ୍ଡର ରବିନ ସିଂହ ବିରାଟ ବାହିନୀର ପରବର୍ତ୍ତୀ ମୁଖ୍ୟ କୋଚ୍ ହେବାକୁ ଆବେଦନ କରିଛନ୍ତି। ରବିନ ସିଂହ ଦୀର୍ଘ ୧୫ ବର୍ଷ ହେଲା ବିଭିନ୍ନ ଟିମ୍‌ର କୋଚିଂ ଦାୟିତ୍ୱ ସମ୍ଭାଳି ସାରିଛନ୍ତି।

ତେଣୁ କୋଚ ହେବାର ଅଭିଜ୍ଞତା ତାଙ୍କ ପାଖରେ ରହିଛି। ୨୦୦୭ରୁ ୨୦୦୯ ଯାଏ ରବିନ ସିଂହ ଟିମ୍‌ ଇଣ୍ଡିଆର ଫିଲ୍ଡିଂ କୋଚ ଭାବେ କାର୍ଯ୍ୟ କରି ସାରିଛନ୍ତି। ଅଣ୍ଡର-୧୯ ଓ ଭାରତୀୟ ଏ’ ଟିମ୍‌ ସହ ମଧ୍ୟ ସେ କାର୍ଯ୍ୟ କରିଛନ୍ତି।

ଏହାବାଦ୍‌ ଆଇପିଏଲ୍‌ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସର ଫିଲ୍ଡିଂ କୋଚ ଭାବେ ସେ ମଧ୍ୟ ବେଶ ସଫଳତା ସାଉଁଟିଛନ୍ତି।

ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ ପଦ ପାଇଁ ଆବେଦନ କରିଥିବା ରବିନ ସିଂହ କହିଛନ୍ତି, “ଟିମ୍‌ ଇଣ୍ଡିଆ ଲଗାତର ଦୁଇଟି ଯାକ ବିଶ୍ୱକପ୍‌ରେ ସେମିଫାଇନାଲରେ ପରାସ୍ତ ହୋଇଛି। ତେଣୁ ପରିବର୍ତ୍ତନ ନିହାତି ଦରକାର।

ବର୍ତ୍ତମାନ କୋଚ୍‌ଙ୍କ ଅଧୀନରେ ଦଳ ଏକାଧିକ ଆଇସିସି ଟୁର୍ଣ୍ଣାମେଣ୍ଟ ମଧ୍ୟ ହାରିଛି। ତେଣୁ ଏବେଠାରୁ ୨୦୨୩ ବିଶ୍ୱକପ୍‌ ପାଇଁ ଯୋଜନା କରିବାକୁ ପଡ଼ିବ ଏବଂ ଏହାକୁ ଦୃଷ୍ଟିରେ ରଖି ଆବଶ୍ୟକ ପରିବର୍ତ୍ତନ ମଧ୍ୟ କରିବାକୁ ହେବ।

" ଚଳିତ ବିଶ୍ୱକପ୍‌ ସେମିଫାଇନାଲ୍‌ରେ ଭୁଲ ବ୍ୟାଟିଂ କ୍ରମ ଯୋଗୁ ଆମକୁ ହାରିବାକୁ ପଡ଼ିଲା। ମୁଁ ସେହି ସ୍ଥାନରେ ଥିଲେ ବିରାଟ କୋହଲିଙ୍କୁ ୪ନଂରେ ଓ ଧୋନିଙ୍କୁ ୫ନଂରେ ବ୍ୟାଟିଂ କରିବାକୁ କହିଥାଆନ୍ତି।

ଦୀନେଶ କାର୍ତ୍ତିକଙ୍କ ବଦଳରେ ମୟଙ୍କ ଅଗ୍ରୱାଲଙ୍କୁ ବଛାଯିବା ଉଚିତ ଥିଲା। ସେ ୩ନଂରେ ବ୍ୟାଟିଂ କରିପାରି ଥାଆନ୍ତେ। ଶେଷ ଭାଗରେ ଆମ ପାଖରେ ୩ ଜଣ ବଡ଼ ଶଟ ଖେଳିବା ଭଳି ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟା, ରିଷଭ ପନ୍ତ ଓ ରବୀନ୍ଦ୍ର ଜାଡେଜା ରହିଥାଆନ୍ତେ। ଏହା ନିଶ୍ଚିତ ଫଳାଫଳ ଉପରେ ପ୍ରଭାବ ପକାଇ ପାରିଥାଆନ୍ତା।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos