ପୂର୍ବତନ ହକି ଖେଳାଳି ସନ୍ଦୀପଙ୍କ ଅକାଳ ବିୟୋଗ

ବେଙ୍ଗାଲୁରୁ: ଟିମ୍‌ ଇଣ୍ଡିଆ ହକି ଟିମ୍‌ର ଫରୱାର୍ଡ ସନ୍ଦୀପ ମାଇକେଲ୍‌ଙ୍କ ଆଜି ଅକାଳ ବିୟୋଗ ଘଟିଛି। ମୃତ୍ୟୁ ବେଳକୁ ତାଙ୍କ ମାତ୍ର ୩୩ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘ ଦିନ ହେଲା ସ୍ନାୟୁ ଜନିତ ରୋଗରେ ପୀଡ଼ିତ ଥିଲେ। ସେ ଟିମ୍‌ ଇଣ୍ଡିଆ ଜୁନିୟର ପୁରଷ ଦଳର ଅଧିନାୟକ ଭାବେ ଦାୟିତ୍ୱ ତୁଲାଇବା ସହ ୨୦୦୩ ଏସିଆନ୍ ଗେମ୍ସରେ ଭାରତକୁ ସ୍ୱର୍ଣ୍ଣ ପଦକ ବିଜେତା କରାଇବାରେ ବଡ଼ ଭୂମିକା ନିର୍ବାହ କରିଥିଲେ। ସ୍ନାୟୁ ଜନିତ ମସ୍ତିସ୍କ […]

sa

sa

Hemant Lenka
  • Published: Friday, 23 November 2018
  • Updated: 23 November 2018, 09:48 PM IST

Sports

Latest News

ବେଙ୍ଗାଲୁରୁ: ଟିମ୍‌ ଇଣ୍ଡିଆ ହକି ଟିମ୍‌ର ଫରୱାର୍ଡ ସନ୍ଦୀପ ମାଇକେଲ୍‌ଙ୍କ ଆଜି ଅକାଳ ବିୟୋଗ ଘଟିଛି। ମୃତ୍ୟୁ ବେଳକୁ ତାଙ୍କ ମାତ୍ର ୩୩ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘ ଦିନ ହେଲା ସ୍ନାୟୁ ଜନିତ ରୋଗରେ ପୀଡ଼ିତ ଥିଲେ। ସେ ଟିମ୍‌ ଇଣ୍ଡିଆ ଜୁନିୟର ପୁରଷ ଦଳର ଅଧିନାୟକ ଭାବେ ଦାୟିତ୍ୱ ତୁଲାଇବା ସହ ୨୦୦୩ ଏସିଆନ୍ ଗେମ୍ସରେ ଭାରତକୁ ସ୍ୱର୍ଣ୍ଣ ପଦକ ବିଜେତା କରାଇବାରେ ବଡ଼ ଭୂମିକା ନିର୍ବାହ କରିଥିଲେ।

ସ୍ନାୟୁ ଜନିତ ମସ୍ତିସ୍କ ରୋଗ ଯୋଗୁ ସନ୍ଦୀପଙ୍କୁ ନଭେମ୍ବର ୧୮ରେ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଆଜି ମଧ୍ୟାହ୍ଣରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ଡାକ୍ତରଖାନା ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତାକାଲି ସିଙ୍ଗାପୁର ଚର୍ଚ୍ଚର ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ।

୨୦୦୧ରେ ସନ୍ଦୀପ ଅଣ୍ଡର-୧୮ ବର୍ଗରେ ଭାରତ ପାଇଁ ଡେବ୍ୟୁ କରିଥିଲେ। ଆକବର ଇଲ ୟେମ କପ୍‌ରେ ଭାରତ ୨୦୦୨ ଓ ୨୦୦୩ ମସିହାରେ ଯଥାକ୍ରମେ ସ୍ୱର୍ଣ୍ଣ ଓ ବ୍ରୋଞ୍ଜ ଜିତିଥିଲା। ଏହି ଟିମ୍‌ରେ ସନ୍ଦୀପ ସଦସ୍ୟ ରହିଥିଲେ। ୨୦୦୩ ଜୁନିୟର ଏସିଆ କପ୍‌ରେ ସନ୍ଦୀପ ପାକିସ୍ତାନ ଓ କୋରିଆ ବିରୋଧରେ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ଏହି ଏସିଆ କପ୍‌ରେ ସନ୍ଦୀପଙ୍କ ନେତୃତ୍ୱରେ ଭାରତ ସ୍ୱର୍ଣ୍ଣ ପଦକ ଜିତିଥିଲା। ତାଙ୍କୁ ଏହି ଟୁର୍ଣ୍ଣାମେଣ୍ଟରେ ମୋଷ୍ଟ ପ୍ରମିଜିଂ ଖେଳାଳି ପୁରସ୍କାର ମଧ୍ୟ ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos