ହୃଦଘାତରେ ଚାଲିଗଲା ଏହି ପୂର୍ବତନ ପାକିସ୍ତାନୀ କ୍ରିକେଟରଙ୍କ ଜୀବନ

ଲାହୋର: ପାକିସ୍ତାନର ପୂର୍ବତନ ମାଷ୍ଟର ଲେଗ୍ ସ୍ପିନର ଅବଦୁଲ କାଦିର ଆଉ ନାହାନ୍ତି। ଶୁକ୍ରବାର ବିଳମ୍ବିତ ରାତିରେ ହୃଦଘାତ ଯୋଗୁ ସେ ସବୁଦିନ ପାଇଁ ଦୁନିଆକୁ ଅଲବିଦା କହିଛନ୍ତି। ୬୩ ବର୍ଷୀୟ କାଦିରଙ୍କ ପତ୍ନୀ, ୪ ପୁଅ ଓ ଏବଂ ଗୋଟିଏ ଝିଅ ଅଛନ୍ତି। ତାଙ୍କର ଏକମାତ୍ର ଝିଅଙ୍କୁ ପାକିସ୍ତାନର ଷ୍ଟାର ବ୍ୟାଟସମ୍ୟାନ ଉମର ଅକମଲ ବିବାହ କରିଛନ୍ତି। ସୂଚନା ଅନୁଯାୟୀ, ଗତକାଲି ଲାହୋର ସ୍ଥିତ ବାସଭବନରେ କାଦିର ଶୋଇଥିଲେ। ହେଲେ ହଠାତ୍‌ ତାଙ୍କର ହୃଦଘାତ ହୋଇଥିଲା। […]

e

e

Hemant Lenka
  • Published: Saturday, 07 September 2019
  • Updated: 07 September 2019, 04:51 PM IST

Sports

Latest News

ଲାହୋର: ପାକିସ୍ତାନର ପୂର୍ବତନ ମାଷ୍ଟର ଲେଗ୍ ସ୍ପିନର ଅବଦୁଲ କାଦିର ଆଉ ନାହାନ୍ତି। ଶୁକ୍ରବାର ବିଳମ୍ବିତ ରାତିରେ ହୃଦଘାତ ଯୋଗୁ ସେ ସବୁଦିନ ପାଇଁ ଦୁନିଆକୁ ଅଲବିଦା କହିଛନ୍ତି। ୬୩ ବର୍ଷୀୟ କାଦିରଙ୍କ ପତ୍ନୀ, ୪ ପୁଅ ଓ ଏବଂ ଗୋଟିଏ ଝିଅ ଅଛନ୍ତି। ତାଙ୍କର ଏକମାତ୍ର ଝିଅଙ୍କୁ ପାକିସ୍ତାନର ଷ୍ଟାର ବ୍ୟାଟସମ୍ୟାନ ଉମର ଅକମଲ ବିବାହ କରିଛନ୍ତି।

ସୂଚନା ଅନୁଯାୟୀ, ଗତକାଲି ଲାହୋର ସ୍ଥିତ ବାସଭବନରେ କାଦିର ଶୋଇଥିଲେ। ହେଲେ ହଠାତ୍‌ ତାଙ୍କର ହୃଦଘାତ ହୋଇଥିଲା। ଏହାପରେ ପରିବାର ଲୋକେ ତାଙ୍କୁ ହସ୍ପିଟାଲ ନେଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ପାକିସ୍ତାନ ପକ୍ଷରୁ ୬୭ଟି ଟେଷ୍ଟ ଓ ୧୦୪ଟି ଦିନିକିଆ ଖେଳିଥିବା କାଦିର ମୋଟ ୩୬୮ଟି ୱିକେଟ ନେଇଥିଲେ। ୧୫ ସେପ୍ଟେମ୍ବରରେ ସେ ତାଙ୍କର ୬୪ତମ ଜନ୍ମଦିନ ପାଳନ କରିଥାଆନ୍ତେ। ହେଲେ ଏହା ପୂର୍ବରୁ ସେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି।

ସର୍ବଦା ପାକିସ୍ତାନ କ୍ରିକେଟ ବୋର୍ଡର ପଲିସିକୁ ବିରୋଧ କରୁଥିବା କାଦିର ୨୦୦୯ରେ ଦେଶର ମୁଖ୍ୟ ଚୟନକର୍ତ୍ତା ଭାବେ କାର୍ଯ୍ୟ କରିଥିଲେ। ତାଙ୍କ ଦ୍ୱାରା ଚୟନ ହୋଇଥିବା ପାକିସ୍ତାନ ଟିମ୍‌ ଇଂଲଣ୍ଡରେ ଅନୁଷ୍ଠିତ ଟି-୨୦ ବିଶ୍ୱକପ୍‌ ଜିତିଥିଲା।

କାଦିରଙ୍କ ବିୟୋଗରେ କ୍ରିକେଟର ‘ଭଗବାନ’ ସଚିନ ତେନ୍ଦୁଲକର, ପାକିସ୍ତାନର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର ୱାଜିର-ଏ- ଆଜମ ଇମ୍ରାନ ଖାନ୍, ୱାସିମ ଆକ୍ରମ, ସଞ୍ଜୟ ମଞ୍ଜରେକର, ହର୍ଷ ଭୋଗଲେ, ସୋଏବ ଅଖତର, ମହମ୍ମଦ ଆମୀର, ବାବର ଆଜମ, ମହମ୍ମଦ ହାଫିଜ, ଶଦାବ ଖାନ, ଜାଭେଦ ମିଆଁଦାଦ, ଡ୍ୟାନିସ କାନେରିଆ, ବସିତ ଅଲୀ, ମହମ୍ମଦ ୟୁସୁଫ, ରସିଦ ଲତିଫ ଓ ଇକବାଲ କ୍ୱାସିମ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି।

ସଚିନ ଟ୍ୱିଟ କରି କାଦିରଙ୍କ ଗୋଟିଏ ଫଟୋ ପୋଷ୍ଟ କରିଛନ୍ତି। ସେ କହିଛନ୍ତି, “କାଦିରଙ୍କ ସହ ଖେଳିବା ବେଳର କଥା ମନେପଡ଼ୁଛି। ସେତେବେଳେ କାଦିର ହିଁ ବେଷ୍ଟ ସ୍ପିନର ଥିଲେ। ତାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରୁଛି।”

କାଦିରଙ୍କ ୪ ପୁଅ ରେହମାନ, ଇମ୍ରାନ, ସୁଲେମାନ ଓ ଉସମାନ ପାକିସ୍ତାନରେ ପ୍ରଥମ ଶ୍ରେଶୀ କ୍ରିକେଟ ଖେଳୁଛନ୍ତି। ତାଙ୍କ ସାନ ପୁଅ ଉସମାନ ଜଣେ ଲେଗ ସ୍ପିନର। ନିକଟରେ ତାଙ୍କୁ ବିଗ-ବାଶ ଟି-୨୦ରେ ଖେଳୁଥିବା ଦେଖିବାକୁ ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos