ଫିଫା ବିଶ୍ୱକପ: ୨-୧ ଗୋଲ୍‌ରେ ଅଷ୍ଟ୍ରେଲିଆକୁ ହରାଇଲା ଫ୍ରାନ୍ସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଋଷିଆର କାଜନ ଷ୍ଟାଡିୟମରେ ହୋଇଥିବା ମ୍ୟାଚରେ ଶକ୍ତିଶାଳୀ ଫ୍ରାନ୍ସ ୨-୧ଗୋଲରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ପ୍ରଥମାର୍ଦ୍ଧରେ କେହି କାହାରିକୁ ଗୋଲ ଦେବାରେ ବିଫଳ ହୋଇଥିଲେ। କିନ୍ତୁ ଦ୍ୱିତୀୟାର୍ଦ୍ଧରେ ଫ୍ରାନ୍ସ ଆକ୍ରମଣାତ୍ମକ ଖେଳ ଜାରି ରଖି ମ୍ୟାଚ୍‌କୁ ନିଜ ଅକ୍ତିଆର୍‌କୁ ଆଣିଥିଲା।

ଦଳ ପକ୍ଷରୁ ଆଣ୍ଟୋନି ଗ୍ରିଜମାନ୍ ୫୮ତମ ମିନିଟରେ ପ୍ରଥମ ଗୋଲ ଦେଇଥିଲେ, ଏହାପରେ ଗୋଲ ସୁଝାଇବାକୁ ଅଷ୍ଟ୍ରେଲିଆ ଟିମ୍ ଅନେକ ଉଦ୍ୟମ କରିଥିଲା। ୬୨ତମ ମିନିଟରେ ଅଷ୍ଟ୍ରେଲିଆ ପକ୍ଷରୁ ମାଇଲ ଜେଡିନାକ୍ ଗୋଲଦେଇ ଖେଳକୁ ସମାନ ସ୍ତରକୁ ଆଣିଥିଲେ। ତେବେ ୮୦ତମ ମିନିଟରେ ଫ୍ରାନ୍ସ ପକ୍ଷରୁ ପଲ୍ ପୋଗବା ଆଉ ଏକ ଗୋଲ ଦେଇ ଦଳକୁ ବିଜୟୀ କରାଇଥିଲେ।

ଅନ୍ୟପଟେ ଗ୍ରୁପ୍‌ ଡ଼ି’ର ଏକ ମ୍ୟାଚ୍‌ରେ ସାମ୍ନାସାମ୍ନି ହୋଇଛନ୍ତି ଶକ୍ତିଶାଳୀ ଆର୍ଜେଣ୍ଟିନା ଓ ଆଇସ୍‌ଲାଣ୍ଡ। ଆର୍ଜେଣ୍ଟିନା ଗତ ଥରର ରନର୍ସ ଅପ୍ ହୋଇଥିବା ବେଳେ ପ୍ରଥମ ଥର ପାଇଁ ବିଶ୍ୱକପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଭାଗ ନେଉଛି ଆଇସଲାଣ୍ଡ। ରାତି ୯ଟା ୩୦ରେ ସାରାନସ୍କରେ ଗ୍ରୁପ ସିର ଅନ୍ୟ ଦୁଇ ଟିମ୍ ପେରୁ ଓ ଡେନମାର୍କ ମଧ୍ୟରେ ମୁକାବିଲା ହେବ। ସେହିପରି ରାତି ୧୨ଟା ୩୦ରେ ଗ୍ରୁପ ଡିର ଦୁଇ ଦଳ କ୍ରୋଏସିଆ ଓ ନାଇଜେରିଆ ମଧ୍ୟରେ ଖେଳାଯିବ ମ୍ୟାଚ।