ଲାହୋର୍‌ରେ ଗାଙ୍ଗୁଲିଙ୍କୁ କଣ କହିଥିଲେ ମୁଶାରଫ: ହୋଟେଲ୍‌ର ପଛ ଗେଟ୍‌ରେ କାହିଁକି ଲୁଚି ବାହାରିଥିଲେ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୦୪ ମସିହାର କଥା। ଭାରତୀୟ କ୍ରିକେଟ୍‌ ଟିମ୍ ଐତିହାସିକ ପାକିସ୍ତାନ ଗସ୍ତରେ ଥିଲା। ସେତେବେଳେ ଟିମ୍‌ର ଅଧିନାୟକ ଥିଲେ ସୌରଭ ଗାଙ୍ଗୁଲି। ଭାରତୀୟ ଟିମ୍‌ ପାକିସ୍ତାନର ଲାହୋର ଠାରେ ଏକ ତାରକା ହୋଟେଲରେ ରହିଥିବା ବେଳେ ଗାଙ୍ଗୁଲିଙ୍କ ନିକଟକୁ ଏକ ଫୋନ୍‌ କଲ ଆସିଥିଲା। ଏହି କଲ୍‌ଟି ଥିଲା ପାକିସ୍ତାନର ତତ୍‌କାଳୀନ ରାଷ୍ଟ୍ରପତି ମୁଶାରଫଙ୍କର। ମୁଶାରଫଙ୍କର ଗୋଟିଏ କଥା ଗାଙ୍ଗୁଲିଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ମୁଶାରଫ ଗାଙ୍ଗୁଲିଙ୍କୁ କହିଥିଲେ ଯେ ସୁରକ୍ଷା କାରଣରୁ ପାକିସ୍ତାନରେ ବିନା […]

NBT-image (2)

NBT-image (2)

Rakesh Mallick
  • Published: Sunday, 25 February 2018
  • Updated: 25 February 2018, 01:29 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୦୪ ମସିହାର କଥା। ଭାରତୀୟ କ୍ରିକେଟ୍‌ ଟିମ୍ ଐତିହାସିକ ପାକିସ୍ତାନ ଗସ୍ତରେ ଥିଲା। ସେତେବେଳେ ଟିମ୍‌ର ଅଧିନାୟକ ଥିଲେ ସୌରଭ ଗାଙ୍ଗୁଲି। ଭାରତୀୟ ଟିମ୍‌ ପାକିସ୍ତାନର ଲାହୋର ଠାରେ ଏକ ତାରକା ହୋଟେଲରେ ରହିଥିବା ବେଳେ ଗାଙ୍ଗୁଲିଙ୍କ ନିକଟକୁ ଏକ ଫୋନ୍‌ କଲ ଆସିଥିଲା। ଏହି କଲ୍‌ଟି ଥିଲା ପାକିସ୍ତାନର ତତ୍‌କାଳୀନ ରାଷ୍ଟ୍ରପତି ମୁଶାରଫଙ୍କର। ମୁଶାରଫଙ୍କର ଗୋଟିଏ କଥା ଗାଙ୍ଗୁଲିଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ମୁଶାରଫ ଗାଙ୍ଗୁଲିଙ୍କୁ କହିଥିଲେ ଯେ ସୁରକ୍ଷା କାରଣରୁ ପାକିସ୍ତାନରେ ବିନା ଅନୁମତିରେ କୌଣିସ ସ୍ଥାନକୁ ନ ଯିବା ପାଇଁ। ସୁରକ୍ଷା କାରଣରୁ ହୋଟଲରେ ଖେଳାଳିଙ୍କ ପାଇଁ ଜବରଦସ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।

ପାକିସ୍ତାନରେ ୩-୨ରେ ଦିନିକିଆ ସିରିଜ ଜିତିବା ପରେ ଭାରତୀୟ ଅଧିନାୟକ ସାଥି ଖେଳାଳିଙ୍କ ସହ ବାହାରକୁ ବୁଲିବା ପାଇଁ ଇଛା ପ୍ରକାଶ କରିଥିଲେ। ଲାହୋର ଠାରେ ଏକ ପ୍ରସିଦ୍ଧ ଫୁଡ୍‌ ଷ୍ଟ୍ରିଟ୍‌କୁ ଯାଇ କବାବ ଓ ତନ୍ଦୁରି ଖାଇବାକୁ ମନ କରିଥିଲେ ଗାଙ୍ଗୁଲି। ଫଳରେ ସୁରକ୍ଷା ଅଧିକାରୀଙ୍କୁ ଏହି ବିଷୟରେ ନ ଜଣାଇ ଗାଙ୍ଗୁଲି ଓ ତାଙ୍କ ବନ୍ଧୁ ହୋଟେଲର ପଛ ଗେଟ୍‌ରେ ବାହାରକୁ ଚାଲିଯାଇଥିଲେ। ମୁଣ୍ଡରେ ଟୋପି ଓ ଚେହେରାକୁ ଆଧା ଢାଙ୍କି ସେ ବାହାରକୁ ଯାଇଥିଲେ। ଗାଙ୍ଗୁଲି ଜାଣିଥିଲେ ଯେ ସେ ନିୟମ ଭାଙ୍ଗି ଏସବୁ କରୁଛନ୍ତି।

ଲାହୋରର ରାଜରାସ୍ତାରେ ବୁଲୁଥିବା ବେଳେ ଗାଙ୍ଗୁଲିଙ୍କୁ ଜଣେ ପଚାରିଲେ, ‘ଆପଣ ଗାଙ୍ଗୁଲି ନା’?। ଏହାପରେ ଗାଙ୍ଗୁଲି ତାଙ୍କୁ ଉତ୍ତର ଦେଇଥିଲେ, ’ନାଁ ମୁଁ ଗାଙ୍ଗୁଲି ନୁହେଁ’। ଏହାପରେ ସେହି ବ୍ୟାକ୍ତି ଜଣକ କହିଥିଲେ, ‘ହଁ ମୋତେ ବି ସେମିତି ଲାଗୁଛି, କିନ୍ତୁ ଆପଣ ଗାଙ୍ଗୁଲିଙ୍କ ଭଳି ଦେଖାଯାଉଛନ୍ତି’।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos