ଆଝାରୁଦ୍ଦିନ୍‌ଙ୍କ ପାଇଁ ବିସିସିଆଇ ଉପରେ ବର୍ଷିଲେ ଗମ୍ଭୀର

କୋଲକାତା: ଟିମ୍‌ ଇଣ୍ଡିଆ ପାଇଁ ମହମ୍ମଦ ଆଝାରୁଦ୍ଦିନଙ୍କ ଅବଦାନ କଥା ସମସ୍ତେ ଜାଣନ୍ତି। ତାଙ୍କ ନାଁ ମ୍ୟାଚ୍‌ ଫିକ୍ସିଂ ଭଳି ଅପରାଧରେ ଯୋଡ଼ି ହୋଇଥିଲେ ହେଁ ଟିମ୍‌ ଇଣ୍ଡିଆକୁ ବିଶ୍ୱ ଦରବାରରେ ପରିଚିତ କରାଇବାରେ ଆଝାରୁଦ୍ଦିନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥିଲା। ସେଭଳି ଜଣେ ମହାନ କ୍ରିକେଟର୍‌ଙ୍କୁ ଭାରତ-ୱେଷ୍ଟଇଣ୍ଡିଜ୍‌ ପ୍ରଥମ ଟି-୨୦ ମ୍ୟାଚ୍‌ ପୂର୍ବରୁ ଇଡେନ୍‌ ଗାର୍ଡେନସ୍‌ରେ ‘ରିଙ୍ଗ ଦି ମ୍ୟାଚ୍‌ ବେଲ୍‌’ ପାଇଁ ନିମନ୍ତ୍ରଣ କରାଯାଇଥିଲା। ସେ ଘଣ୍ଟି ବାଡ଼େଇ ମ୍ୟାଚ୍‌ ମଧ୍ୟ ଆରମ୍ଭ କରିବାକୁ ବିଧିବଦ୍ଧ […]

t

t

Hemant Lenka
  • Published: Monday, 05 November 2018
  • Updated: 05 November 2018, 08:37 PM IST

Sports

Latest News

କୋଲକାତା: ଟିମ୍‌ ଇଣ୍ଡିଆ ପାଇଁ ମହମ୍ମଦ ଆଝାରୁଦ୍ଦିନଙ୍କ ଅବଦାନ କଥା ସମସ୍ତେ ଜାଣନ୍ତି। ତାଙ୍କ ନାଁ ମ୍ୟାଚ୍‌ ଫିକ୍ସିଂ ଭଳି ଅପରାଧରେ ଯୋଡ଼ି ହୋଇଥିଲେ ହେଁ ଟିମ୍‌ ଇଣ୍ଡିଆକୁ ବିଶ୍ୱ ଦରବାରରେ ପରିଚିତ କରାଇବାରେ ଆଝାରୁଦ୍ଦିନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥିଲା। ସେଭଳି ଜଣେ ମହାନ କ୍ରିକେଟର୍‌ଙ୍କୁ ଭାରତ-ୱେଷ୍ଟଇଣ୍ଡିଜ୍‌ ପ୍ରଥମ ଟି-୨୦ ମ୍ୟାଚ୍‌ ପୂର୍ବରୁ ଇଡେନ୍‌ ଗାର୍ଡେନସ୍‌ରେ 'ରିଙ୍ଗ ଦି ମ୍ୟାଚ୍‌ ବେଲ୍‌' ପାଇଁ ନିମନ୍ତ୍ରଣ କରାଯାଇଥିଲା। ସେ ଘଣ୍ଟି ବାଡ଼େଇ ମ୍ୟାଚ୍‌ ମଧ୍ୟ ଆରମ୍ଭ କରିବାକୁ ବିଧିବଦ୍ଧ ଅନୁମତି ଦେଇଥିଲେ।

ତେବେ ବିସିସିଆଇ କାହିଁକି ଆଝାରୁଦ୍ଦିନଙ୍କ ଭଳି ମ୍ୟାଚ୍ ଫିକ୍ସିଂରେ ସଂପୃକ୍ତ ଥିବା ବ୍ୟକ୍ତିଙ୍କୁ ଏଭଳି ମହାନ କାର୍ଯ୍ୟ ପାଇଁ ଡାକିଲା, ତାକୁ ନେଇ ଟିମ୍‌ ଇଣ୍ଡିଆର ପୂର୍ବତନ ଓପନର୍‌ ଗୌତମ ଗମ୍ଭୀର ପ୍ରବଳ ବର୍ଷିଛନ୍ତି।

ଗମ୍ଭୀର କହିଛନ୍ତି, “ ରବିବାର ଭାରତ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ମ୍ୟାଚ୍‌ ଅବଶ୍ୟ ଜିତିଛି। କିନ୍ତୁ ଆଝାରୁଦ୍ଦିନଙ୍କୁ ଘଣ୍ଟି ବାଡ଼େଇବାକୁ କହି ବିସିସିଆଇ ଓ କ୍ରିକେଟ୍‌ ଆସୋସିଏସନ୍‌ ଅଫ୍‌ ବେଙ୍ଗଲ(ସିଏବି) ପରାଜୟ ବରଣ କରିଛି। ଦୁର୍ନୀତିକୁ ସର୍ବଦା ସହୁ ନଥିବା ବିସିସିଆଇ ବୋଧେ ରିବିବାର ଏହି ନିମୟକୁ ଛୁଟି ଦେଇଛି। ମୁଁ ଜାଣିଛି ଆଝାରୁଦ୍ଦିନ୍‌ ହାଇଦ୍ରାବାଦ କ୍ରିକେଟ୍‌ ଆସୋସିଏସନ୍‌ ପାଇଁ ନିର୍ବାଚନ ଲଢ଼ିଥିଲେ। କିନ୍ତୁ ଏଭଳି ଘଣ୍ଟି ବାଡ଼େଇବାକୁ ତାଙ୍କୁ ନିମନ୍ତ୍ରଣ କରିବା ଆଶ୍ଚର୍ଯ୍ୟଜନକ। ଆଶା କରୁଛି, କ୍ଷମତାରେ ଥିବା ଲୋକେ ଏହାକୁ ଶୁଣିବେ।”

୨୦୦୦ ମସିହାରେ ଆଝାରୁଦ୍ଦିନଙ୍କ ନାଁ ମ୍ୟାଚ୍‌ ଫିକ୍ସିଂରେ ଯୋଡ଼ି ହୋଇଥିଲା। ଫଳରେ ବିସିସିଆଇଙ୍କୁ ତାଙ୍କୁ କ୍ରିକେଟ୍‌ରୁ ଆଜୀବନ ବାସନ୍ଦ କରିଥିଲା। ଅବଶ୍ୟ ଆନ୍ଧ୍ରପ୍ରଦେଶ ହାଇକୋର୍ଟ ୨୦୧୨ରେ ଆଝାରୁଦ୍ଦିନଙ୍କୁ ଏହି କଳଙ୍କରୁ ମୁକ୍ତି ଦେଇଥିଲେ। ବିସିସିଆଇ ଏହାକୁ କୋର୍ଟରେ ଚ୍ୟାଲେଞ୍ଜ କରି ନଥିଲେ ହେଁ ଆଝାରୁଦ୍ଦିନ୍‌ ଆଇସିସି କିମ୍ବା ବିସିସିଆଇର କୌଣସି ପଦପଦବୀରେ ରହିପାରିବେ ନାହିଁ ବୋଲି ସ୍ପଷ୍ଟ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos