ଆଫ୍ରିଦିଙ୍କୁ କଡ଼ା ଜବାବ ଦେଲେ ଗମ୍ଭୀର

ନୂଆଦିଲ୍ଲୀ: କ୍ରିକେଟରୁ ଅବସର ନେଇ ସାରିଥିଲେ ହେଁ ସୋଶାଲ ମିଡିଆରେ ପରସ୍ପରକୁ ଟାର୍ଗେଟ କରି ବୟାନ ଦେବାର ଅଭ୍ୟାସ ଏଯାଏ ଟିମ ଇଣ୍ଡିଆର ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ଓ ପାକିସ୍ତାନର ପୂର୍ବତନ କ୍ରିକେଟର ଶାହିଦ ଆଫ୍ରିଦି ଛାଡ଼ି ପାରିନାହାନ୍ତି। ଏବେ ପୁଣିଥରେ ଏହି ଦୁଇ କ୍ରିକେଟର ମୁହାଁମୁହିଁ ହୋଇଛି। ଆଫ୍ରିଦି ପ୍ରଥମେ ତାଙ୍କ ଅଟୋବାଓଗ୍ରାଫିରେ ଗମ୍ଭୀରଙ୍କୁ ନେଇ ଆପତ୍ତିଜନକ ବୟାନ ଦେବା ପରେ ଏହାର ଜବାବ ଗମ୍ଭୀର ମଧ୍ୟ ଦେଇଛନ୍ତି। ଆଫ୍ରିଦି ତାଙ୍କ ବହିରେ ଲେଖିଥିଲେ […]

bf

bf

Hemant Lenka
  • Published: Saturday, 18 April 2020
  • Updated: 18 April 2020, 05:32 PM IST

Sports

Latest News

ନୂଆଦିଲ୍ଲୀ: କ୍ରିକେଟରୁ ଅବସର ନେଇ ସାରିଥିଲେ ହେଁ ସୋଶାଲ ମିଡିଆରେ ପରସ୍ପରକୁ ଟାର୍ଗେଟ କରି ବୟାନ ଦେବାର ଅଭ୍ୟାସ ଏଯାଏ ଟିମ ଇଣ୍ଡିଆର ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ଓ ପାକିସ୍ତାନର ପୂର୍ବତନ କ୍ରିକେଟର ଶାହିଦ ଆଫ୍ରିଦି ଛାଡ଼ି ପାରିନାହାନ୍ତି। ଏବେ ପୁଣିଥରେ ଏହି ଦୁଇ କ୍ରିକେଟର ମୁହାଁମୁହିଁ ହୋଇଛି। ଆଫ୍ରିଦି ପ୍ରଥମେ ତାଙ୍କ ଅଟୋବାଓଗ୍ରାଫିରେ ଗମ୍ଭୀରଙ୍କୁ ନେଇ ଆପତ୍ତିଜନକ ବୟାନ ଦେବା ପରେ ଏହାର ଜବାବ ଗମ୍ଭୀର ମଧ୍ୟ ଦେଇଛନ୍ତି।

ଆଫ୍ରିଦି ତାଙ୍କ ବହିରେ ଲେଖିଥିଲେ ଯେ ଗୌତମ ଗମ୍ଭୀର ଓ ଶେନ ୱାର୍ଣ୍ଣଙ୍କ ବିରୋଧରେ ଖେଳିବାକୁ ଭଲ ଲାଗେ। କାରଣ ସେମାନେ କେବଳ ସ୍ଲେଜିଂ କରନ୍ତି। ବିଶେଷ କରି ଗମ୍ଭୀରଙ୍କ ଉପରେ ଆଫ୍ରିଦି କହିଥିଲେ ଯେ “ଗମ୍ଭୀରଙ୍କୁ ବ୍ୟବହାର ଜଣାନାହିଁ। ସେ ବହୁତ ଆଟିଚ୍ୟୁଡ ଦେଖାନ୍ତି। ସେ ଏମିତି ଜଣେ ବ୍ୟକ୍ତି ତାଙ୍କର ପର୍ସନାଲିଟି ନାହିଁ।

କ୍ରିକେଟ ଭଳି ଖେଳରେ ସେ ଆଦୌ ଭଲ ଆଚରଣ କରନ୍ତି ନାହିଁ। ତାଙ୍କ ନାଁରେ କୌଣସି ବଡ଼ ରେକର୍ଡ ନାହିଁ। କେବଳ ବହୁତ ବଡ଼ ଆଟିଚ୍ୟୁଡ ରହିଛି। ସେ ସର୍ବଦା ନିଜକୁ ଜନ ବ୍ରାଡମ୍ୟାନ ଓ ଜେମ୍ସ ବଣ୍ଡଙ୍କ ଠାରୁ ବଡ଼ ବୋଲି ଭାବନ୍ତି।”

ଆଫ୍ରିଦିଙ୍କ ଏଭଳି କଥା ଗମ୍ଭୀରଙ୍କ କାନରେ ପଡ଼ିବା ପରେ ସେ ଚିହିଁକି ଉଠିଛନ୍ତି। ସେ ଟ୍ୱିଟ କରି କହିଛନ୍ତି, “ଯେଉଁ ବ୍ୟକ୍ତି ନିଜର ବୟସ କେତେ ମନେ ରଖିନାହିଁ ସେ କେମିତି ମୋ ରେକର୍ଡକୁ ମନେ ରଖିବେ। ଠିକ ଅଛି, ଆଫ୍ରିଦି ମୁଁ ତୁମକୁ ଗୋଟିଏ କଥା ମନେ ପକାଇବାକୁ ଚାହୁଁଛି।

୨୦୦୭ ଟି-୨୦ ବିଶ୍ୱକପ ଫାଇନାଲ କଥା ମନେଥିବ। ଭାରତ ବନାମ ପାକିସ୍ତାନ। ଗମ୍ଭୀର ୫୪ ବଲରେ ୭୫ ରନ ଓ ଆଫ୍ରିଦି ଗୋଟିଏ ବଲରେ ଶୂନ। ହଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ମୁଁ ମିଛୁଆ, ଦେଶଦ୍ରୋହୀ ଓ ସୁଯୋଗ ଖୋଜୁଥିବା ଲୋକଙ୍କୁ ଆଟିଚ୍ୟୁଡ ଦେଖାଏ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos