ବୋଲ୍ଟଙ୍କୁ କରୋନା ପରେ ଗେଲ୍‌ଙ୍କର ହେଲା କୋଭିଡ୍‌ ଟେଷ୍ଟ

ନୂଆଦିଲ୍ଲୀ: ଦୁନିଆର ମହାନ୍ ସ୍ପ୍ରିଣ୍ଟର ଉସେନ୍ ବୋଲ୍ଟ କରୋନାରେ ଆକ୍ରାନ୍ତ ହେବା ପରେ କ୍ରିକେଟର କ୍ରିସ ଗେଲଙ୍କର କରୋନା ଟେଷ୍ଟ ହୋଇଛି। ଚଳିତ ବର୍ଷ ଆଇପିଏଲରେ ଗେଲ୍‌ କିଙ୍ଗସ ଏକାଦଶ ତରଫରୁ ଖେଳିବେ। ଏଥିପାଇଁ ସେ ଦୁବାଇ ମଧ୍ୟ ଆସିବାର କାର୍ଯ୍ୟକ୍ରମ ରହିଛି। ତେଣୁ ଆଜି ତାଙ୍କର କରୋନା ଟେଷ୍ଟ କରାଯାଇଥିଲା। ତେବେ ଏହି ରିପୋର୍ଟ ନେଗେଟିଭ ଆସିଥିବା ଜଣାପଡ଼ିଛି। ଅଗଷ୍ଟ ୨୧ ତାରିଖରେ ବୋଲ୍ଟ ନିଜର ଜନ୍ମଦିନ ପାଳିଥିଲେ, ଯେଉଁଥିରେ କିଛି ଜଣାଶୁଣା ଅତିଥି ଅଂଶଗ୍ରହଣ […]

nz

nz

Hemant Lenka
  • Published: Tuesday, 25 August 2020
  • Updated: 25 August 2020, 08:35 PM IST

Sports

Latest News

ନୂଆଦିଲ୍ଲୀ: ଦୁନିଆର ମହାନ୍ ସ୍ପ୍ରିଣ୍ଟର ଉସେନ୍ ବୋଲ୍ଟ କରୋନାରେ ଆକ୍ରାନ୍ତ ହେବା ପରେ କ୍ରିକେଟର କ୍ରିସ ଗେଲଙ୍କର କରୋନା ଟେଷ୍ଟ ହୋଇଛି। ଚଳିତ ବର୍ଷ ଆଇପିଏଲରେ ଗେଲ୍‌ କିଙ୍ଗସ ଏକାଦଶ ତରଫରୁ ଖେଳିବେ। ଏଥିପାଇଁ ସେ ଦୁବାଇ ମଧ୍ୟ ଆସିବାର କାର୍ଯ୍ୟକ୍ରମ ରହିଛି। ତେଣୁ ଆଜି ତାଙ୍କର କରୋନା ଟେଷ୍ଟ କରାଯାଇଥିଲା। ତେବେ ଏହି ରିପୋର୍ଟ ନେଗେଟିଭ ଆସିଥିବା ଜଣାପଡ଼ିଛି।

ଅଗଷ୍ଟ ୨୧ ତାରିଖରେ ବୋଲ୍ଟ ନିଜର ଜନ୍ମଦିନ ପାଳିଥିଲେ, ଯେଉଁଥିରେ କିଛି ଜଣାଶୁଣା ଅତିଥି ଅଂଶଗ୍ରହଣ କରିଥିଲେ। ଏମାନଙ୍କ ମଧ୍ୟରେ ଗେଲ୍‌ ମଧ୍ୟ ରହିଥିଲେ। ଜନ୍ମ ଦିନ ପାର୍ଟି ଶେଷ ହେବା ପରେ ବୋଲ୍ଟ ନିଜର କରୋନା ଟେଷ୍ଟ କରାଇଥିଲେ, ଯେଉଁଥିରେ ତାଙ୍କର ରିପୋର୍ଟ ପଜିଟିଭ୍ ଆସିଛି। ରିପୋର୍ଟ ପଜିଟିଭ୍ ଆସିବା ପରେ ବୋଲ୍ଟ ନିଜକୁ ସେଲ୍ଫ ଆଇସୋଲେସନରେ ରଖିଛନ୍ତି।

ରିପୋର୍ଟ ଅନୁଯାୟୀ, ବୋଲ୍ଟ ଜନ୍ମଦିନ ପାର୍ଟିରେ ସାମାଜିକ ଦୂରତା ନିୟମକୁ ଖୋଲାଖୋଲି ଭାବେ ଉଲ୍ଲଙ୍ଘନ କରାଯାଇଥିଲା।  ଏପରିକି ପାର୍ଟିରେ କେହିବି ମାସ୍କ ପିନ୍ଧି ନଥିଲେ। ଏହି ପାର୍ଟିରେ କ୍ରିସ୍ ଗେଲ୍‌, ଫୁଟବଲର୍ ରହିମ୍ ଷ୍ଟର୍ଲିଙ୍ଗ୍  ଓ ଲିଅନ୍ ବେଲି ଉପସ୍ଥିତ ଥିଲେ। ଏହି ପାର୍ଟିରେ ସାମିଲ୍‌ ହୋଇଥିବା ସବୁ ଅତିଥି ବିନା ମାସ୍କରେ ଖୁବ୍ ନାଚିଥିଲେ। ତେଣୁ ବୋଲ୍ଟଙ୍କ ଭଳି ଗେଲ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିବା ଆଶଙ୍କା ପ୍ରକାଶ ପାଇଥିଲା। ତେବେ ଆଜି ଆଶ୍ୱସ୍ତ କରିବା ଭଳି ଖବର ଆସିଛି।

ବୋଲ୍ଟଙ୍କ ନାଁରେ ଉଭୟ ୧୦୦ ମିଟର୍ ଓ ୨୦୦ ମିଟରର ୱାର୍ଲ୍ଡ ରେକର୍ଡ ରହିଛି। ସେ ୨୦୦୯ରୁ ୨୦୧୫ ପର୍ଯ୍ୟନ୍ତ ୧୦୦ ମିଟର୍, ୨୦୦ ମିଟର୍ ଏବଂ ୪ଗୁଣା ୧୦୦ ମିଟର୍ ରିଲେ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ସମେତ ୧୧ଥର ୱାର୍ଲ୍ଡ ଚାମ୍ପିୟନ୍ ହେବାର ଆଖ୍ୟା ଅର୍ଜନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos