ଘାନା ଫୁଟ୍‌ବଲ ଟିମ୍‌ର ମୁଖ୍ୟ କୋଚଙ୍କ ଇସ୍ତଫା

ଆକ୍ରା: ଘାନା ଫୁଟ୍‌ବଲ ଟିମ୍‌ର ମୁଖ୍ୟ କୋଚ ଆଭ୍ରାମ ଗ୍ରାଣ୍ଟ୍‌ ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଦୁଇଦିନ ତଳେ ସେ ନିଜ ଇସ୍ତଫାପତ୍ର ଘାନା ଫୁଟ୍‌ବଲ ଆସୋସିଏସନ୍‌ (ଜିଏଫ୍‌ଏ)କୁ ପ୍ରଦାନ କରିଥିଲେ। ଏନେଇ ଆଜି ଜିଏଫ୍‌ଏ ପକ୍ଷରୁ ସ୍ପଷ୍ଟ କରାଯାଇଛି।

୨୦୧୭ ଆଫ୍ରିକା କପ୍‌ ଅଫ୍‌ ନେସନ୍‌ରେ ଘାନା ଚତୁର୍ଥ ସ୍ଥାନରେ ରହିବା ପରେ ଗ୍ରାଣ୍ଟ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି।

ଗ୍ରାଣ୍ଟ୍‌ କହିଛନ୍ତି,“ଘାନା ଖେଳାଳିଙ୍କୁ ପ୍ରଶିକ୍ଷଣ ଦେବା ବେଳେ ମୁଁ ଖେଳକୁ ଉପଭୋଗ କରିଛି। ଘାନା ଖେଳାଳିଙ୍କ ଖେଳିବା ଶୈଳୀ ଚମତ୍କାର। ସେମାନେ ଭବିଷ୍ୟତ ଉଜ୍ଜ୍ୱଳ।”